
ପାଟଣା,୧୯ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ଭାଜପା ସକ୍ରିୟ ସଦସ୍ୟଙ୍କ ସମ୍ମିଳନୀ ଶନିବାର ଅପରାହ୍ନ ୨ଟାରେ ତୁରୁମୁଙ୍ଗା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ମଣ୍ଡଳୀର ୧ ହଜାରରୁ ଊଦ୍ଧର୍ବ ସକ୍ରିୟ ଆଗଧାଡ଼ିର କର୍ମୀଙ୍କୁ ସଂଗଠନ ସୁଦୃଢ଼ କରିବାକୁ ନେତାମାନେ ଗୁରୁମନ୍ତ୍ର ଦେଇଥିଲେ। ଜିଲା ଭାଜପା ସଭାପତି ଶୁକଦେବ ମହାନ୍ତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ କେନ୍ଦୁଝର ଏମ୍ପି ଅନନ୍ତ ନାୟକ ଯୋଗଦେଇ ନିର୍ବାଚନ ପର୍ବରେ ପାଟଣା ନିର୍ବାଚନ ମଣ୍ଡଳୀରୁ ସମସ୍ତ ସକ୍ରିୟ ସଦସ୍ୟଙ୍କୁ ଉଦ୍ବୋଧନ ଦେଇ ଉଭୟ ଦିଲ୍ଲୀ ଓ ଓଡ଼ିଶାରେ ଭାଜପାର ଡବଲ ଇଞ୍ଜିନ ସରକାର ଶାସନ କରୁଛି। ସକ୍ରିୟ ସଦସ୍ୟଙ୍କ ଗୁରୁ ଦାୟିତ୍ୱ ବଢୁଛି। ତାହାକୁ ନିର୍ବାହ କରିବା ସଦସ୍ୟଙ୍କ ପ୍ରାଥମିକ କାର୍ଯ୍ୟ ବୋଲି କହିଥିଲେ। ସମ୍ମାନିତ ଅତିଥିଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇ କର୍ମୀଙ୍କୁ ଉଦ୍ବୋଧନ ଦେଇ ସମସ୍ତ ଭେଦଭାବ, ମନମାଳିନ୍ୟକୁ ଭୁଲି ସଂଗଠନକୁ ଏକ କରି ଲୋକଙ୍କ ପାଇଁ କାର୍ଯ୍ୟ କରି ସୁନାର କେନ୍ଦୁଝର ଗଢ଼ିବା। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସ୍ବପ୍ନକୁ ପୁରଣ କରିବା ପାଇଁ ଆହ୍ବାନ ଦେଇଥିଲେ। ଏଥିରେ ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ, ନିର୍ବାଚନ ମଣ୍ଡଳୀ ସଂଯୋଜକ ସୁଦର୍ଶନ ମହାନ୍ତ, ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ଦାଶମତି ଚାତାର୍, ମହିଳା ନେତ୍ରୀ ବିଜୟଲକ୍ଷ୍ମୀ ପାତ୍ର, ସୋମବାରୀ ମୁଣ୍ଡା, ପାଟଣା ବିଧାୟକଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ସାହାରପଡ଼ା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଗୌତମ ନାୟକ, ଏମ୍ପିଙ୍କ ଜିଲା ପ୍ରତିନିଧି ହରି ମହାନ୍ତ, ବ୍ଲକ୍ ପ୍ରତିନିଧି ପ୍ରହଲ୍ଲାଦ ପଲେଇ, ଜିଲା ଭାଜପା ସମ୍ପାଦକ ହେମରଞ୍ଜନ ବାରିକ, ଆଦିବାସୀ ମୋର୍ଚ୍ଚା ଜିଲା ସଭାପତି କମଳାକାନ୍ତ ସିଂ, ଓବିଶି ମୋର୍ଚ୍ଚା ସଭାପତି ଲକ୍ଷ୍ମଣ ରାଉତଙ୍କ ସହ ଛାମୁଆ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ।