ନିର୍ବାଚନ ପ୍ରତିଶ୍ରୁତି ପାଳନ କରୁନି ଭାଜପା, ଅଭିଯୋଗ ଆଣି ବିଜେଡି କହିଲା ମାଗଣା ବିଦ୍ୟୁତ୍‌କୁ…

ଦାରିଙ୍ଗବାଡ଼ି,୩ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଜେଡି ପକ୍ଷରୁ ସୋମବାର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ଜିଲାର ବରିଷ୍ଠ ବିଜେଡି ନେତା ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମର ପ୍ରଧାନ, ଜିଲାପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ, ଦୀପକ ସାହୁ, ସରପଞ୍ଚ ତଥା ସମିତିସଭ୍ୟଙ୍କ ମଧ୍ୟରେ ଗଙ୍ଗାଧର ପ୍ରଧାନ, ତାତୁରା ପ୍ରଧାନ, ଅକ୍ଷୟ ନାୟକ, କାଳୀପ୍ରସାଦ ମଲିକଙ୍କ ସମେତ ଶତାଧିକ କର୍ମୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ। ସାରିଙ୍ଗିଇର୍ପି ସଭା ପଡ଼ିଆରେ ସମସ୍ତେ ଏକାଠି ହୋଇ ସେଠାରୁ ବିରାଟ ଜନସମ୍ପର୍କ ପଦଯାତ୍ରାରେ ବାହାରି ଚାରିଛକ, ତିନିଛକ, ବଜାର ଦେଇ ମିଶ୍ର କଲ୍ୟାଣମଣ୍ଡପରେ ପହଞ୍ଚିଥିଲେ। ସେଠାରେ ୧୦ ନଂ ଜୋନ୍‌ର ଜିଲାପରିଷଦ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜନସଚେତନ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଲୋକଙ୍କୁ ଭାଜପା ସରକାରର ନିର୍ବାଚନ ପ୍ରତିଶ୍ରୁତି ଆଜି ମିଛୁଆ ପ୍ରମାଣିତ ହୋଇଥିବା ବିଜେଡି ଅଭିଯୋଗ କରିଥିଲା। ବିଜେଡି ସରକାର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ୧ ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା କିନ୍ତୁ ସେତେବେଳେ ଭାଜପା ୩ ଶହ ୟୁନିଟ ବିଦ୍ୟୁତ୍‌ ମାଗଣା ଦିଆଯିବ କହି ଲୋକଙ୍କୁ ଠକିଦେଇଥିବା ବିଜେଡିର ଅଭିଯୋଗ କରିଛି। ସେହିପରି ୨ଟି କିସ୍ତିରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନାରେ ଏହି ପଦଯାତ୍ରା ଅକ୍ଟୋବର ୯ଠାରୁ ନଭେମ୍ବର ୯ ପର୍ଯ୍ୟନ୍ତ ଏହି ପଦଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଦାରିଙ୍ଗବାଡ଼ିରେ ମଧ୍ୟ ଏହି ପଦଯାତ୍ରା ବାହାରି ୫୦ ହଜାର ଦିଆଯିବ ବୋଲି କୁହାଯାଇଥିଲା।

କିନ୍ତୁ ତାହା ପୂରଣ ନ କରି ବହୁ ମହିଳାଙ୍କୁ ଏଥିରୁ ବାଦ୍‌ ଦିଆଯାଇଥିବା ବିଜେଡି ଲୋକଙ୍କୁ କହିଥିଲା। ଭାଜପା ସରକାର ଆସିବା ପରେ ବହୁ ନିରୀହ ଲୋକ ଚାକିରି ପାଇଁ ଠକାମିର ଶିକାର ହେଉଥିବା ବେଳେ ଆକ୍ରୋଶ ରଖି ମିଥ୍ୟା ମାମଲାରେ ନେତା ଲୋକଙ୍କୁ ଜେଲ୍‌ରେ ପୂରାଇ ଦେଉଥିବା ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ଖବରଦାତା ସମ୍ମିଳନୀରେ କହିଥିଲେ। ଏହି ସରକାର ଆସିବା ପରେ ଆରଆଇ ଚାକିରି ଏବଂ ପୋଲିସ ଏଏସ୍‌ଆଇ ଚାକିରି ପାଇଁ ଦୁର୍ନୀତି ହେଉଥିବା ଲୋକଙ୍କୁ ବିଜେଡି କହିଥିଲା।

ଏହି ପଦଯାତ୍ରାରେ ବୁଡ଼ାଗୁଡା, ବ୍ରାହ୍ମଣୀଗାଁ, ଭ୍ରମରବାଡ଼ି, କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିତିଗୁଡ଼ା, ତାଜୁଙ୍ଗିଆ, ହାତୀମୁଣ୍ଡା, ଗଦାପୁର, ସରାମୁଳି, ଗୁମିକିଆ, ତିଲୋରୀ, ସିମନବାଡ଼ି ଆଦି ପଞ୍ଚାୟତରୁ ଶହ ଶହ କର୍ମୀ ସମର୍ଥକ ଯୋଗଦେଇଥିଲେ। ପୋଲିସ ପକ୍ଷରୁ ଡିଏସ୍‌ପି ତଥା ଥାନା ଅଧିକାରୀ କନକ ମାଝୀଙ୍କ ନେତୃତ୍ୱରେ ଆଇଆଇସି ଜୟନ୍ତ କୁମର ସେଠୀ, ଏଏସ୍‌ଆଇ ଶ୍ରୀନିବାସ ରାଓ ପ୍ରମୁଖ ତଦାରଖ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

ଲଘୁଚାପଜନିତ ଲଗାଣ ବର୍ଷା: ଘର ଉପରେ ପଡ଼ିଲା ଗଛ

ମହାକାଳପଡ଼ା,୨୫।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ମହାକାଳପଡ଼ା ବ୍ଲକରେ ଏକ ଅଘଟଣ ଘଟିଛି। ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ତନ୍ତିଆପାଳ-ଭୋପାଳ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?