Posted inଜାତୀୟ

ଏରୋ ଇଣ୍ଡିଆ ଶୋ’: ତେଜସ୍‌ରେ ଉଡିଲେ ଭାଜପା ଏମ୍‌ପି

ବେଙ୍ଗାଲୁରୁ,୪ ।୨: ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି ତେଜସ୍ୱୀ ସୂର୍ଯ୍ୟା ଗୁରୁବାର କର୍ନାଟକର ବେଙ୍ଗାଲୁରୁରେ ଆୟୋଜିତ ଏରୋ ଇଣ୍ଡିଆ ଶୋ’ରେ ଲାଇଟ୍ କାମ୍ବ୍ୟାକ୍ଟ ଏୟାରକ୍ରାପ୍ଟ(ଏଲ୍‌ସିଏ) ତେଜସ ବିମାନରେ ଉଡିଛନ୍ତି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବୁଧବାର କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ୧୩ତମ ଏରୋ ଇଣ୍ଡିଆସଂସ୍କରଣର ଉଦ୍‌ଘାଟନ କରିଥିଲେ । ଶୋ’ର ଦ୍ୱିତୀୟ ଦିନ ବି ଭାରତୀୟ ବାୟୁସେନା ଆକାଶରେ ନିଜର ପରାକ୍ରମ ଦେଖାଇଥିଲେ । ଏହି ସମୟରେ ଭାଜପାର ଯୁବ ଏମ୍‌ପି ତେଜସ୍ୱୀ ସୂର୍ଯ୍ୟା ବାୟସେନା ପାଇଲଟଙ୍କ ଯୁନିଫର୍ମ ପିନ୍ଧିଥିବା ଦେଖାଯାଇଥିଲା । ସେ ଭାରତରେ ନିର୍ମାଣ କରାଯାଇଥିବା ହାଲକା ବିମାନ ତେଜସରେ ଉଡିଥିଲେ । ପାଇଲଟଙ୍କ ପଛ ସିଟ୍‌ରେ ବସି ଉଡିବା ସମୟରେ ତେଜସ୍ୱୀ ଖୁବ୍ ଖୁସିଥିବା ଦେଖାଯାଇଥିଲା । ସୂଚନାଯୋଗ୍ୟ, ତେଜସ୍ୱୀ ବେଙ୍ଗାଲୁରୁରେ ଭାଜପା ଏମ୍‌ପି । ତେଣୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ଏହି ଶୋ’ର ଆୟୋଜନ କରାଯାଇଥିବା ବେଳେ ସେ ସେଠାରେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭୂପେଶ ନଂ.୧ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୯।୧୦: ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ତାଲିକାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ...

କଂଗ୍ରେସରେ ବଢୁଛି ଫାଟ: ଜି-୨୩ରେ ଯୋଗଦେଲେ ଥରୁର

ନୂଆଦିଲ୍ଲୀ,୧୬।୩: ପାଞ୍ଚଟି ରାଜ୍ୟ ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳ ମଧ୍ୟରେ ଫାଟ ବଢିବାରେ ଲାଗିଛି। ଅସନ୍ତୁଷ୍ଟ ଗୋଷ୍ଠୀ ବାରମ୍ବାର ଦଳ ହାଇକମାଣ୍ଡଙ୍କ ଉପରେ ଅସନ୍ତୋଷ...

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି, ରାହୁଲ

ନୂଆଦିଲ୍ଲୀ,୩୦ା୧: ଆଜି ହେଉଛି ଜାତିର ପିତା ମହାତ୍ମାଗାନ୍ଧଙ୍କ ତିରୋଧାନ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ ନେତା ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ...

ଭାରତ ପ୍ରତି ଆମେରିକା କୃତଜ୍ଞ: ଟ୍ରମ୍ପ୍‌

ଅହମଦାବାଦ,୨୫ା୨(ପି.ଟି.): ଇସ୍‌ଲାମିକ୍‌ ଆତଙ୍କବାଦରୁ ଦେଶବାସୀଙ୍କୁ ସୁରକ୍ଷା ଦେବା ଲାଗି ଭାରତ ଓ ଆମେରିକା ପ୍ରତିଶ୍ରୁତିବଦ୍ଧ। ଦୁଇଦେଶ ମିଳିତ ଭାବେ ଇସ୍‌ଲାମିକ୍‌ ଆତଙ୍କବାଦର ମୁକାବିଲା କରିବେ ବୋଲି...

ପ୍ରତି ଲକ୍‌ଡାଉନ ପରେ ବଢ଼ିଛି ଆକ୍ରାନ୍ତଙ୍କ ସଂଖ୍ୟା, ସରକାର ଗୋଟିଏ ପ୍ରକାର ଭୁଲ କରି ନୂଆ ପରିଣାମର ରଖୁଛନ୍ତି ଆଶା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୧୩।୬: ଦେଶରେ ଜାରି ହୋଇଥିବା ଲକ୍‌ଡାଉନ ନେଇ କଂଗ୍ରେସ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବାର ଉଦ୍ୟମ କରାଯାଉଛି। ଶନିବାର ରାହୁଲ...

ପୁଣି ଭାଜପାକୁ ବଡ଼ ଝଟ୍‌କା

କୋଲକତା,୨୭।୧୦: ପଶ୍ଚିମବଙ୍ଗରେ ଭାଜପାକୁ ପୁଣି ଏକ ଝଟ୍‌କା ଲାଗିଛି। ବୁଧବାର ଅନ୍ୟ ଜଣେ ଭାଜପା ବିଧାୟକ ଦଳ ଛାଡି ଟିଏମସିରେ ଯୋଗ ଦେଇଛନ୍ତି। ଚଳିତ ମାସ...

ଚା’ ପତି କିଲୋ ୫୦ ହଜାର…

ଚା’ ପତି କିଲୋ ପୁଣି ହଜାର ହଜାର ଟଙ୍କା ଶୁଣିଲେ ଯେ କେହି ଚକିତ ହେବେ। ତେବେ ଆସାମରେ ଏଭଳି ଏକ ସ୍ବତନ୍ତ୍ର ଚା’ ପତି...

୧୭ବିରୋଧୀ ଏମ୍‌ପି କରିଛନ୍ତି କ୍ରସ ଭୋଟିଂ

ନୂଆଦିଲ୍ଲୀ,୨୧।୭: ରାଷ୍ଟ୍ରପତି ନିର୍ବାଚନର ଭୋଟଗଣନା ଜାରି ରହିଛି। ଭୋଟଗଣନାର ଦୁଇ ରାଉଣ୍ଡ ଶେଷ ହୋଇଛି। ଏପର୍ଯ୍ୟନ୍ତ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିରୋଧୀ ପ୍ରାର୍ଥୀ ଯଶୱନ୍ତ...

Advertisement
Archives

Model This Week