Posted inଜାତୀୟ

ଭାଜପାର ନୋଟିସ୍‌କୁ ନେଇ ଜୟନ୍ତ ସିହ୍ନାଙ୍କ ବଡ଼ ବୟାନ; ମତଦାନ, ଦଳୀୟ ପ୍ରଚାରଠାରୁ ଦୂରରେ ରହିବାକୁ ନେଇ କହିଲେ…

ନ୍ନୂଆଦିଲ୍ଲୀ,୨୩।୫: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପାର ଭେଟେରାନ ନେତା ଜୟନ୍ତ ସିହ୍ନା ଦଳର କାରଣ ଦର୍ଶାଅ ନୋଟିସ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ଏହି ନୋଟିସ୍‌ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବା କହିଛନ୍ତି। ତେବେ ତାଙ୍କୁ ଚଳିତ ଲୋକ ସଭା ନିର୍ବାଚନରେ କାହିଁକି ଭୋଟ ଦେଇନାହାନ୍ତି ଏବଂ ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରିନାହାନ୍ତି ବୋଲି ପଚରାଯାଇଥିଲା। ଭାଜପାର ଝାଡ଼ଖଣ୍ଡର ସାଧାରଣ ସମ୍ପାଦକ ଆଦିତ୍ୟ ସାହୁ ଏହି ନୋଟିସ୍‌ ଜାରି କରିଥିଲେ। ଏହାର ଜବାବ ଦେଇ ବ୍ୟକ୍ତିଗତ ପ୍ରତିଶ୍ରୁତି ପାଇଁ ବିଦେଶରେ ଥିବାରୁ ପୋଷ୍ଟାଲ ବାଲାଟ ମାଧ୍ୟମରେ ସେ ନିଜର ଭୋଟ ଦେଇଥିବା ସିହ୍ନା କହିଛନ୍ତି ।

ଝାଡ଼ଖଣ୍ଡ ହଜାରିବାଗ ଆସନରୁ ବର୍ତ୍ତମାନର ଏମ୍‌ପି ସିହ୍ନା ଆଦିତ୍ୟ ସାହୁଙ୍କୁ ଦୁଇ ପୃଷ୍ଠାର ଚିଠି ଲେଖି କହିଛନ୍ତି, ଆପଣଙ୍କ ଚିଠି ପାଇ ବହୁତ ଆଶ୍ଚର୍ଯ୍ୟ ହେଲି। ଏହା ଗଣମାଧ୍ୟମରେ ପ୍ରକାଶ ପାଇଥିବା ଜାଣି ଆହୁରି ଚକିତ ହୋଇଗଲି। ମୁଁ ୨୦୨୪ ମାର୍ଚ୍ଚ ୨ରେ ଲୋକ ସଭା ନିର୍ବାଚନରେ ଭାଗ ନେଇପାରିବି ନାହିଁ ବୋଲି ଘୋଷଣା କରିଥିଲି। ଏନେଇ ମୁଁ ଭାଜପା ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ସହ କଥା ହୋଇଥିଲି। ସ୍ବୀକୃତି ମିଳିବା ପରେ ହିଁ ସେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଥିଲି।

ଦଳ ଲୋକ ସଭା ନିର୍ବାଚନ ପାଇଁ ମନୀଷ ଜୈସଓ୍ବାଲଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ମୁଁ ମାର୍ଚ୍ଚ ୮ରେ ଅଭିନନ୍ଦନ ଜଣାଇଥିଲି, ଏହା ମୋର ସମର୍ଥନର ପ୍ରମାଣ ଥିଲା। ଏହି ସମୟରେ ଦଳ ଯଦି ଚାହୁଁଛି ଯେ ମୁଁ କୌଣସି ପ୍ରକାର ନିର୍ବାଚନ କାର୍ଯ୍ୟକଳାପରେ ଭାଗ ନେବି, ତେବେ ସେମାନେ ମୋ ସହ ଯୋଗାଯୋଗ କରିଥାନ୍ତେ। ହେଲେ ସେଭଳି କିଛି ହୋଇନାହିଁ। ମୋତେ କୌଣସି ଦଳୀୟ କାର୍ଯ୍ୟକ୍ରମ, ସମାବେଶ କିମ୍ବା ସାଂଗଠନିକ ବୈଠକକୁ ନିମନ୍ତ୍ରଣ କରାଯାଇନାହିଁ। ଯଦି ବାବୁଲାଲ ମାରାଣ୍ଡି ମୋତେ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହୁଁଛନ୍ତି, ସେ ନିଶ୍ଚିତ ଭାବରେ ମୋତେ ନିମନ୍ତ୍ରଣ କରିଥାନ୍ତେ, ହେଲେ ସେ ତାହା କରି ନ ଥିବା ଜୟନ୍ତ ମଧ୍ୟ କହିଛନ୍ତି।

ଲୋକ ସଭା ବାଚସ୍ପତିଙ୍କୁ ଜଣାଇବା ପରେ ମୁଁ କିଛି ବ୍ୟକ୍ତିଗତ ପ୍ରତିଶ୍ରୁତି ହେତୁ ମେ’ ୧୦ରେ ବିଦେଶ ଯାଇଥିଲି। ଯେହେତୁ ପାର୍ଟି ମୋତେ କୌଣସି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରି ନ ଥିଲା, ତେଣୁ ମୁଁ ସେଠାରେ ରହିବାର ଆବଶ୍ୟକତା ଦେଖିଲି ନାହିଁ। ଯିବା ପୂର୍ବରୁ ମୁଁ ଡାକ ଭୋଟ ପ୍ରକ୍ରିୟା ମାଧ୍ୟମରେ ମୋର ଭୋଟ ଦେଇଥିଲି, ତେଣୁ ମୋର ଭୋଟ କର୍ତ୍ତବ୍ୟ ପାଳନ କରି ନାହିଁ ବୋଲି ଅଭିଯୋଗ କରିବା ଭୁଲ। ବିଗତ ଅନେକ ଦଶନ୍ଧି ମଧ୍ୟରେ, ମୁଁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥା ଅର୍ଥପୂର୍ଣ୍ଣ ଜାତୀୟ ନୀତିଗତ ପଦକ୍ଷେପରେ ଦଳକୁ ସାହାଯ୍ୟ କରିଛି। ଏହି ପଦବୀଗୁଡିକ ଧରିଥିବାବେଳେ ମୋର କାର୍ଯ୍ୟକୁ ପ୍ରଶଂସା କରାଯାଇଛି। ମୁଁ ଦଳର ସମସ୍ତ ଦାୟିତ୍ୱକୁ ପୂର୍ଣ୍ଣ ନିଷ୍ଠା ଏବଂ ସଚ୍ଚୋଟତା ସହିତ ପୂରଣ କରିଛି। ଏହାସତ୍ତ୍ୱେ ଆଦିତ୍ୟ ସାହୁଙ୍କ ତରଫରୁ କାରଣ ଦର୍ଶାଅ ନୋଟିସ ପ୍ରଚାର କରିବା ବିଷୟରେ ସେ କହିଛନ୍ତି, ‘ଏହି ଚିଠିକୁ ସର୍ବସାଧାରଣରେ ପ୍ରକାଶ କରିବା ମୋ ଦୃଷ୍ଟିରେ ଅନୁଚିତ। ଉତ୍ସର୍ଗୀକୃତ କାର୍ଯ୍ୟକର୍ତ୍ତାଙ୍କୁ ନିରାଶ କରିବା ବ୍ୟତୀତ ଏହି ମନୋଭାବ ଦଳର ସାମୂହିକ ଉଦ୍ୟମକୁ ମଧ୍ୟ ଦୁର୍ବଳ କରିବାକୁ ଯାଉଛି। ଅଧିକନ୍ତୁ, ଦଳ ପ୍ରତି ମୋର ବିଶ୍ୱସ୍ତତା ଏବଂ କଠିନ ପରିଶ୍ରମ ସତ୍ତ୍ୱେ ମୋତେ ଅନ୍ୟାୟ କରାଯାଇ ଟାର୍ଗେଟ କରାଯାଇଛି ବୋଲି ଜୟନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଜାରି ରହିଛି ହିଟ୍‌ଓ୍ବେଭ୍‌, ହସ୍‌ପିଟାଲଗୁଡିକୁ ନିର୍ଦ୍ଦେଶ ଦେଲେ ସରକାର

ନୂଆଦିଲ୍ଲୀ, ୧୯।୬: ହିଟ୍‌ଓ୍ବେଭ୍‌ ଯୋଗୁଁ ଉତ୍ତର ଭାରତର ଅନେକ ଅଞ୍ଚଳରେ ହିଟ୍‌ଷ୍ଟ୍ରୋକ୍‌ ଜନିତ ଘଟଣା ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କେନ୍ଦ୍ର...

ଶିକ୍ଷକଙ୍କ ପାଇଁ ନୂଆ ଗାଇଡ୍‌ ଲାଇନ୍‌, ଏବେ ଦେବାକୁ ପଡିବ ସମ୍ପତ୍ତି ତାଲିକା

ନୂଆଦିଲ୍ଲୀ,୧୯।୬: ଶିକ୍ଷକଙ୍କ ପାଇଁ ଜାରି ହୋଇଛି ନୂଆ ଗାଇଡ୍‌ ଲାଇନ। ଏବେ ଦେବାକୁ ପଡ଼ିବ ନିଜର ଗୋଟି ଗୋଟି ସମ୍ପତ୍ତିର ତାଲିକା। ଏନେଇ ଶିକ୍ଷା ବିଭାଗ...

‘ଅପରାଧୀଙ୍କୁ ସିଧା ଗୁଳି କର’ ବୟାନକୁ ନେଇ ବିବାଦ; ସରକାରଙ୍କୁ ଘେରିଲେ ବିରୋଧୀ

ପାଟନା,୧୯।୬: ବିହାରର ଆଇନ ବ୍ୟବସ୍ଥାକୁ ନେଇ ଆର୍‌ଜେଡି ଲଗାତାର ଭାବେ ନୀତୀଶ ସରକାରଙ୍କୁ କଟାକ୍ଷ କରୁଛି। ଏହି ପ୍ରସଙ୍ଗରେ ସୁବେର ରାଜସ୍ବ ଏବଂ ଭୂମି ସୁଧାର...

ସ୍ପାଇସ୍‌ଜେଟ୍‌ ବିମାନରେ ଘଣ୍ଟାଏ ଯାଏ ଚାଲିଲା ନାହିଁ AC, ଗରମରେ ଅଣନିଶ୍ୱାସୀ ହେଲେ ଯାତ୍ରୀ, Video

ନୂଆଦିଲ୍ଲୀ,୧୯।୬: ବିମାନରେ କାମ କଲା ନାହିଁ ଏସି। ଫଳରେ ଝାଳରେ ତିନ୍ତିଲେ ଲୋକେ। ଏଭଳି ଏକ ଘଟଣା ଦିଲ୍ଲୀରୁ ଦରଭଙ୍ଗା ଯାଉଥିବା ସ୍ପାଇସ୍‌ଜେଟ୍‌ ବିମାନରେ ଘଟିଛି।...

ସତ ହେଲା ମୋଦିଙ୍କ ଭବିଷ୍ୟବାଣୀ! ଏକ୍ସପର୍ଟ ଆଶ୍ଚର୍ଯ୍ୟ, ଭରସା କରିଥିବା ଲୋକେ ପାଇଲେ ୪୨ ଲକ୍ଷ କୋଟି

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ସତ୍ୟ ବୋଲି ପ୍ରମାଣିତ ହେଉଛି। ଲୋକ ସଭା ନିର୍ବାଚନ ସମୟରେ ଏକ ରାଲିରେ ସେ ଷ୍ଟକ ମାର୍କେଟ...

୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରୁ ମିଳିଲା ୧୪ ମୃତଦେହ

ନୂଆଦିଲ୍ଲୀ, ୧୯।୬: ରାଜଧାନୀ ଦିଲ୍ଲୀର ନୋଇଡ଼ା ଅଞ୍ଚଳରୁ ୧୪ଟି ମୃତଦେହ ମିଳିଛି । ସନ୍ଦିଗ୍ଧ ଅବସ୍ଥାରେ ବିଭିନ୍ନ ସ୍ଥାନରୁ ଏହି ମୃତଦେହଗୁଡ଼ିକ ମିଳିଛି । ଲୁ...

ସଂସଦରେ ଛୁଇଁଲେ ପାଦ, ଏବେ ମୋଦିଙ୍କ ଆଙ୍ଗୁଠିରେ କ’ଣ ଦେଖୁଛନ୍ତି ନୀତୀଶ… ଭିଡିଓ ଭାଇରାଲ

ନାଳନ୍ଦା,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଐତିହାସିକ ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ମନ ଭରି ବିଶ୍ୱ ପ୍ରସିଦ୍ଧ...

‘ଏକ କି ଦୁଇ ନୁହେଁ ୪ ସନ୍ତାନ ହେଲେ ଭଲ’, ଆରଏସଏସ ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୧୯।୬: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ(ଆରଏସଏସ) ର ନେତାମାନେ ସେମାନଙ୍କ ବୟାନକୁ ନେଇ ଆଜିକାଲି ହେଡଲାଇନରେ ରହିଛନ୍ତି। ପୁଣି ଥରେ ଜଣେ ଆରଏସଏସ ନେତା ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri