Posted inଜାତୀୟ

ପୀଡ଼ିତାଙ୍କ ପରିଚୟ ପ୍ରଘଟ କଲେ ଭାଜପା ବିଧାୟକ

ହାଇଦ୍ରାବାଦ,୬।୬ : ହାଇଦ୍ରାବାଦର ଜୁବିଲି ହିଲ୍ସ ଅଞ୍ଚଳରେ ଘଟିଥିବା ନାବାଳିକା ଗଣବଳାତ୍କାର ମାମଲାରେ ଭାଜପା ବିଧାୟକ ତଥା ଆଇନଜୀବୀ ରଘୁନନ୍ଦନ ରାଓ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ନାବାଳିକାଙ୍କ ଫଟୋ ଥିବା ଜଣାପଡ଼ିବା ପରେ ବିବାଦ ଦେଖାଦେଇଛି। ବିଧାୟକ ଭିଡିଓ ଶେୟାର କରି କହିଛନ୍ତି, ବଳାତ୍କାରରେ ଜଣେ ଏମ୍‌ଆଇଏମ୍‌ ବିଧାୟକଙ୍କ ନାବାଳକ ପୁଅ ସମ୍ପୃକ୍ତ ଥିବା ଏହାର ପ୍ରମାଣ। ଚାପରେ ପଡ଼ି ପୋଲିସ ସମ୍ପୃକ୍ତ ନାବାଳକଙ୍କୁ କ୍ଲିନଚିଟ୍‌ ସହ ସୁରକ୍ଷା ଦେଉଛି। ତେଲଙ୍ଗାନା କଂଗ୍ରେସ ଇନ୍‌-ଚାର୍ଜ ତଥା ଏମ୍‌ପି ମାଣିକମ୍‌ ଟାଗୋର ଏକ ଟୁଇଟ କରି ବିଧାୟକ ରାଓ ଭିଡିଓ ଜାରି କରିବାକୁ ନିନ୍ଦା କରିଛନ୍ତି।

ଏଥିରେ ପୀଡ଼ିତା ଓ ନାବାଳକ ଅଭିଯୁକ୍ତଙ୍କ ଫଟୋ ଥିବାରୁ ରାଓ ସେମାନଙ୍କ ସହିତ ପରିବାରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛନ୍ତି। ବଳାତ୍କାର ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଏମ୍‌ଆଇଏମ୍‌ ବିଧାୟକଙ୍କ ପୁଅ ମଧ୍ୟ ରହିଥିବା ଅଭିଯୋଗ ହୋଇଛି। ଟିଆର୍‌ଏସ୍‌, ଭାଜପା ଏବଂ ଏମ୍‌ଆଇଏମ୍‌ ମଧ୍ୟରେ ତିକ୍ତତା ଯୋଗୁ ବିଧାୟକ ରାଓ ଏପରି କରିଛନ୍ତି କି ବୋଲି ଟାଗୋର ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ତେଲଙ୍ଗାନା ପୋଲିସ ରବିବାର ଚତୁର୍ଥ ଅଭିଯୁକ୍ତଙ୍କୁ ଗିରଫ କରିଛି। ପଞ୍ଚମ ଅଭିଯୁକ୍ତ ଏବେ ବି ଫେରାର ଥିବା ପୋଲିସ କହିଛି। ଗିରଫ ୪ ଜଣଙ୍କ ମଧ୍ୟରୁ ୩ ନାବାଳକ। ସେମାନଙ୍କ ମଧ୍ୟରେ ଜଣେ ଟିଆର୍‌ଏସ୍‌ ନେତାଙ୍କ ପୁଅ ଅଛନ୍ତି। ଅପରାଧରେ ଯିଏ ସମ୍ପୃକ୍ତ ଥାଆନ୍ତୁ ନା କାହିଁକି କାର୍ଯ୍ୟାନୁଷ୍ଠାନରେ କୋହଳ କରାଯିବନି ବୋଲି ତେଲଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମହମୁଦ୍‌ ପ୍ରତିଶ୍ରୁତି ଦେଇଛନ୍ତି। ଗତ ମାସ ୨୮ରେ ହାଇଦ୍ରାବାଦରେ ପବ୍‌ ପାର୍ଟିରୁ ଫେରୁଥିବା ୧୭ ବର୍ଷୀୟା ଛାତ୍ରୀଙ୍କୁ ଘରେ ଛାଡ଼ିଦେବାକୁ ପ୍ରତିଶ୍ରୁତି ଦେଇ କାର୍‌ ଭିତରେ ୫ ନାବାଳକ ବଳାତ୍କାର କରିଥିଲେ। ସେମାନଙ୍କ ମଧ୍ୟରେ ଜଣେ ବିଧାୟକଙ୍କ ପୁଅ ଥିବା ଅଭିଯୋଗ ହୋଇଥିଲା।

ଆଉ ଜଣେ ନାବାଳିକାଙ୍କୁ ଗଣବଳାତ୍କାର

ତେଲଙ୍ଗାନାର ରାଙ୍ଗାରେଡ୍ଡୀ ଜିଲାର କୋନଦୁର୍ଗ ଗ୍ରାମରେ ଥିବା ମୁସଲମାନ କଲୋନିରେ ଜଣେ ଟ୍ୟାକ୍ସି ଡ୍ରାଇଭର ଓ ତାଙ୍କ ବନ୍ଧୁ ଜଣେ ନାବାଳିକାଙ୍କୁ ଅପହରଣ କରି ଗଣବଳାତ୍କାର କରିଛନ୍ତି। ଦୁଇ ଅଭିଯୁକ୍ତଙ୍କୁ ମୋଘଲପୁରା ପୋଲିସ ଗିରଫ କରିଛି। ମୋଘଲପୁରାରେ ସମ୍ପର୍କୀୟଙ୍କ ଘରେ ରହୁଥିବା ନାବାଳିକା ଗତ ୩୧ ତାରିଖରେ ପାହାଡ଼ିଶରିଫ୍‌ରେ ରହୁଥିବା ମାଆବାପାଙ୍କ ପାଖକୁ ଫେରୁଥିବାବେଳେ ଡ୍ରାଇଭର କଲିମ ଅଲି ତାଙ୍କୁ କାର୍‌ରେ ଉଠାଇ ନେଇଥିଲେ। ବାଟରେ ତାଙ୍କ ସାଙ୍ଗ ଲକ୍‌ମାନଙ୍କୁ ଉଠାଇଥିଲେ। କୋନଦୁର୍ଗରେ ଥିବା ଲକ୍‌ମାନଙ୍କ ଘରେ ପହଞ୍ଚତ୍ବା ପରେ ନାବାଳିକାଙ୍କୁ ବଳାତ୍କାର କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?