ଅନିଶ୍ଚିତତାରେ ଅର୍ବାନ ହିଷ୍ଟ୍ରି ମ୍ୟୁଜିୟମ

ଭୁବନେଶ୍ୱର,୬।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି), ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ) ଏବଂ ସ୍ମାର୍ଟସିଟି ପକ୍ଷରୁ ରାଜଧାନୀର ବିକାଶ ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ସେଥିମଧ୍ୟରୁ କେତେକ କାର୍ଯ୍ୟକାରୀ ହେଉଥିବାବେଳେ ଆଉ କେତୋଟି ଯୋଜନା ଫାଇଲ ଭିତରେ ରହିଯାଉଛି। ସରକାର ନକ୍ସା ପ୍ରସ୍ତୁତ କରୁଥିଲେ ମଧ୍ୟ ଅଧିକାରୀମାନଙ୍କ ଉଦାସୀନତା ମନୋଭାବ କାରଣରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ସେହିଭଳି ଏକ ଯୋଜନା ହେଉଛି ଅର୍ବାନ ହିଷ୍ଟ୍ରି ମ୍ୟୁଜିୟମ (ସହରାଞ୍ଚଳ ଇତିହାସ ସଂଗ୍ରହାଳୟ)। ୫ବର୍ଷ ତଳେ ଏହି ମ୍ୟୁଜିୟମ ପ୍ରତିଷ୍ଠା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ଏହି ମ୍ୟୁଜିୟମର ଭାଗ୍ୟ ଏବେ ବି ଅନିଶ୍ଚିତତା ଘେରରେ ରହିଛି।
ସହର ଭୁବନେଶ୍ୱରରୁ ସ୍ମାର୍ଟସିଟି ସହରର ଯାତ୍ରାକୁ ଗୋଟିଏ ଛାତ ତଳେ ପ୍ରଦର୍ଶନ ନିମନ୍ତେ ଅର୍ବାନ ହିଷ୍ଟ୍ରି ମ୍ୟୁଜିୟମ କରିବାକୁ ଯୋଜନା ହୋଇଥିଲା। ୨୦୧୬ରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଏହି ନିଷ୍ପତ୍ତି ନିଆଯାଇଥିଲା। ଭୁବନେଶ୍ୱର ସ୍ମାର୍ଟସିଟିକୁ ନକ୍ସା ପ୍ରସ୍ତୁତ ଏବଂ ବିଡିଏକୁ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା। ମାତ୍ର ଇତିମଧ୍ୟରେ ୫ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି ନିର୍ମାଣ କାର୍ଯ୍ୟ ତ ଦୂରର କଥା ଏଥିପାଇଁ ଶିଳାନ୍ୟାସ ମଧ୍ୟ ହୋଇପାରିନାହିଁ। ଏଥିରୁ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ବାରି ହେଉଛି। ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ସମସ୍ତେ ବାହାବା ନେବାକୁ ଆଗେଇ ଆସିଥାନ୍ତେ। ମାତ୍ର କେଉଁ କାରଣ ଲାଗି ପ୍ରକଳ୍ପ ଆରମ୍ଭ ହେଉନାହିଁ ସେ ସମ୍ପର୍କରେ କେହି ମୁହଁ ଖୋଲିବାକୁ ନାରାଜ। ଭୁବନେଶ୍ୱର ସ୍ମାର୍ଟସିଟିର ଜଣେ ଅଧିକାରୀ କହିଛନ୍ତି, ଏହି ଯୋଜନା ବହୁ ପୁରୁଣା। ଏହାର ନିର୍ମାଣ ଦାୟିତ୍ୱ ବିଡିଏକୁ ଦିଆଯାଇଥିଲା। ତେଣୁ କ’ଣ ପାଇଁ ଏ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ, ସେ ସମ୍ପର୍କରେ ଆମେ କହିପାରିବୁ ନାହିଁ। ଅପରପକ୍ଷେ ବିଡିଏ ସେକ୍ରେଟାରି କବୀନ୍ଦ୍ର କୁମାର ସାହୁ କହିଛନ୍ତି, ମୁଁ ସେ ସମ୍ପର୍କରେ ଜାଣିନାହିଁ। ସେ ଫାଇଲ ମୋ’ ପାଖକୁ ଆସିନାହିଁ। ଇଞ୍ଜିନିୟରିଂ ବିଭାଗରେ ପଚାରିଲେ ସେମାନେ କହିପାରିବେ। ଅପରପକ୍ଷେ ଇଞ୍ଜିନିୟରିଂ ବିଭାଗର ଜଣେ ଅଧିକାରୀ କହିଛନ୍ତି, ସେ ସମ୍ପର୍କରେ ମୋ ପାଖରେ ସୂଚନା ନାହିଁ। ମୁଁ ଜାଣିବାରେ ଏହାର ନିର୍ମାଣ ଦାୟିତ୍ୱ ସ୍ମାର୍ଟସିଟିକୁ ଦିଆଯାଇଛି। ବିଡିଏକୁ ସେପରି କିଛି ପ୍ରକଳ୍ପ ଦିଆଯାଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସରକାରଙ୍କ ଏତେ ବଡ଼ ପ୍ରକଳ୍ପ ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ କିପରି ଜାଣିନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏ ନେଇ କୌଣସି ରାଜନୈତିକ ଦଳ ସ୍ବର ଉଠାଉ ନାହାନ୍ତି କି ସରକାର କିଛି ସ୍ପଷ୍ଟ କରୁନାହାନ୍ତି।
ଏଜି ଛକ ନିକଟରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ୨.୩୪୧ ଏକର ଜମିରେ ଏହି ପ୍ରକଳ୍ପ କରିବାକୁ ପ୍ରଥମେ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ମ୍ୟୁଜିୟମରେ ପ୍ରଥମ ପର୍ଯ୍ୟାୟରେ ୨ହଜାର ବର୍ଷ ତଳର ପ୍ରାଚୀନ ଭୁବନେଶ୍ୱରର ଇତିହାସ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୯୪୮ ପରଠାରୁ ଭୁବନେଶ୍ୱର ସମ୍ପର୍କରେ ତଥ୍ୟ ପ୍ରଦର୍ଶନ ହୋଇଥାନ୍ତା। ସହରର କେତେକ ବିରଳ ଚିତ୍ର ସ୍ଥାନିତ ହେବା ସହ କଳିଙ୍ଗ ଯୁଦ୍ଧଠାରୁ ଆରମ୍ଭ କରି ଶିଶୁପାଳଗଡ଼ ଏବଂ ଅନ୍ୟ ଐତିହ୍ୟ ସ୍ଥାନର ବିବରଣୀ ସମେତ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ, ଶିକ୍ଷାର ପ୍ରସାର ଆଦି ସମ୍ପର୍କରେ ସୂଚନା ଦିଆଯାଇଥାନ୍ତା। ତେବେ ଏଜି ଛକ ନିଟକସ୍ଥ ଉକ୍ତ ସ୍ଥାନର ଅଧିକାଂଶ ଜମି ଜବରଦଖଲରେ ରହିଥିଲା। ଏହାକୁ ନେଇ ଜବରଦଖଲକାରୀମାନେ ଅଦାଲତର ଆଶ୍ରୟ ନେଇଥିଲେ। ୨୦୧୮ ବେଳକୁ ଏହି ମାମଲାର ଅନ୍ତ ଘଟିବା ପରେ ସଂଗ୍ରହାଳୟ ପାଇଁ ଏହା ଉପଯୁକ୍ତ ସ୍ଥାନ ନୁହେଁ ବୋଲି କୁହାଯାଇଥିଲା। ଫଳରେ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଥିଲା। ପରେ ୨୦୨୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପଛ ପାର୍ଶ୍ୱସ୍ଥ ଜାଗମରା-ସୁନ୍ଦରପଦା ଯାଇଥିବା ରାସ୍ତା ନିକଟରେ ଜମି ଚିହ୍ନଟ କରାଗଲା। ବିମାନବନ୍ଦର ନିକଟରେ ସଂଗ୍ରହାଳୟ ହେଲେ ଦେଶ ବିଦେଶର ପର୍ଯ୍ୟଟକ ଏଠାକୁ ଆସିବେ ଓ ଭୁବନେଶ୍ୱରର ଗୌରବମୟ ଇତିହାସ ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ଆଶା କରାଯାଉଥିଲା। ମାତ୍ର ସେଠାରେ ମଧ୍ୟ କାମ ଆରମ୍ଭ ହେଲା ନାହିଁ। ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ମନୋଭାବ ପାଇଁ ଉକ୍ତ ଯୋଜନା ସରକାରୀ ଫାଇଲରେ ଅଟକି ରହିଛି।

ବନ୍ଦନା ସେଠୀ


Enter your email to get our daily news in your inbox.

All Right Reserved By Dharitri.Com

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?