ବୋରିସ୍‌ଙ୍କ ମୁଣ୍ଡରେ ଅନାସ୍ଥା ଖଣ୍ଡା

ଲଣ୍ଡନ, ୬ା୬: କୋଭିଡ୍‌ ଲକ୍‌ଡାଉନବେଳେ କଟକଣା ଉଲ୍ଲଂଘନ କରି ସରକାରୀ କାର୍ଯ୍ୟାଳୟ ପରିସରରେ ପାର୍ଟି କରିବା ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ପାଇଁ ସମସ୍ୟା ବଢ଼ାଇଛି। ‘ପାର୍ଟିଗେଟ୍‌’ ପାଇଁ ବିରୋଧୀଙ୍କ ସମେତ ବୋରିସ୍‌ଙ୍କୁ ନିଜ ଦଳ କଞ୍ଜରଭେଟିଭ୍‌ ପାର୍ଟିର କେତେକ ସଦସ୍ୟ ମଧ୍ୟ ବିରୋଧ କରୁଛନ୍ତି। ଏପରି କି ଶାସକ ଦଳର କେତେଜଣ ନେତା ବୋରିସ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଅଫିସିଆଲ ଭାବେ ଚିଠି ଦାଖଲ କରିଥିବା ଜଣାଯାଇଛି। ତେଣୁ ଆସନ୍ତା ବୁଧବାର ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିପାରେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ଭାବେ ବୋରିସ୍‌ଙ୍କ ବିରୋଧରେ ଅନାସ୍ଥା ଆଣିବା ପାଇଁ ୫୪ କଞ୍ଜରଭେଟିଭ୍‌ ସଦସ୍ୟ ଦଳର ୧୯୨୨ କମିଟି ଚେୟାରମ୍ୟାନ୍‌ଙ୍କ ନିକଟରେ ଆବେଦନ କରିବାକୁ ପଡ଼ିବ। ଅଦ୍ୟାବଧି ପତ୍ରକୁ ସାର୍ବଜନୀନ କରାଯାଇ ନ ଥିବାରୁ ଶାସକ ଦଳର କେତେ ସଦସ୍ୟ ଅନାସ୍ଥା ପ୍ରସ୍ତାବ ନିମନ୍ତେ କମିଟିକୁ ଲେଖିଛନ୍ତି ତାହା ଜଣାପଡ଼ିନାହିଁ। ପ୍ରାୟ ୨୫ କଞ୍ଜରଭେଟିଭ୍‌ ସଦସ୍ୟ ଖୋଲାଖୋଲି ବୋରିସ୍‌ଙ୍କୁ ହଟାଇବାକୁ ଦାବି କରୁଛନ୍ତି। ପାର୍ଲାମେଣ୍ଟରେ ପର୍ନୋଗ୍ରାଫି ଭିଡିଓ ଦେଖିବା ଏବଂ ଜଣେ ବାଳକଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ କଞ୍ଜରଭେଟିଭ୍‌ ପାର୍ଟିର ଦୁଇ ଏମ୍‌ପି ଇସ୍ତଫା ଦେଇଛନ୍ତି। ଏହି ଦୁଇ ଆସନ ପାଇଁ ଆସନ୍ତା ୨୩ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଆସିଲେ ବୋରିସ୍‌ଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ।

ସେହିପରି ଉପନିର୍ବାଚନରେ ଦଳ ପରାଜିତ ହେଲେ ଏବଂ ନିର୍ବାଚନ ପରେ ଅନାସ୍ଥା ପ୍ରସ୍ତାବ ଆସିଲେ ତାହା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହେବ। ବୋରିସ୍‌ ଏବଂ ଡାଉନିଂଷ୍ଟ୍ରିଟ୍‌ ଅଧିକାରୀମାନେ କରୋନା କଟକଣାବେଳେ ଆଲ୍‌କହଲ ପାର୍ଟି କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରଠାରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଏକାଧିକ ଥର କ୍ଷମାପ୍ରାର୍ଥନା କରିଛନ୍ତି। ଘଟଣାର ଯାଞ୍ଚ ପରେ ପୋଲିସ ବୋରିସ୍‌ଙ୍କ ସମେତ ୮୩ ଜଣଙ୍କ ଉପରେ ଜରିମାନା ଲଗାଇଥିଲା। ଅନ୍ୟପକ୍ଷରେ ଦେଶ ଅନେକ କଠିନ ଚ୍ୟାଲେଞ୍ଜର ସାମ୍‌ନା କରୁଥିବାରୁ ଏଭଳି ସ୍ଥିତିରେ ଇସ୍ତଫା ଦେଇ ଚାଲିଯିବା ଦାୟିତ୍ୱହୀନ କାମ ହେବ ବୋଲି ବୋରିସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାନ୍‌ମାରରେ ଅନିଶ୍ଚିତତା

ନାପିତାଉ, ୩।୨(ଆଇଏଏନ୍‌ଏସ୍‌): ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ମ୍ୟାନ୍‌ମାର ସୈନ୍ୟବାହିନୀ ସୋମବାର ବିଦ୍ରୋହ ବଳରେ ଦେଶ ଶାସନକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ନୋବେଲ ପୁରସ୍କାର ବିଜେତା ନେତ୍ରୀ...

ଆଫଗାନୀଙ୍କୁ ଅନାଥ କଲା ତାଲିବାନ ଶାସନ…

କାବୁଲ,୨୯।୮: ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲ ପରେ ଏବେ ଆଫଗାନୀମାନେ ଅନାଥ ହୋଇ ପଡ଼ିଛନ୍ତି। ଜୀବନ ଭୟ ଏବଂ ତାଲିବାନୀ କଟକଣାକୁ ସହ୍ୟ ନ କରିବା...

ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ମଧ୍ୟରେ ସାମୁହିକ ଭାବେ ଇସ୍ତଫା ଦେଲେ କ୍ୟାବିନେଟ ମନ୍ତ୍ରୀ

କଲମ୍ବୋ,୪ ।୪: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାଙ୍କୁ ଲାଗିଛି ଆଉ ଏକ ଝଟ୍‌କା । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବ୍ୟତୀତ ଶ୍ରୀଲଙ୍କାର...

କରୋନାର ସ୍ପ୍ରେଡ୍ ମ୍ୟାପ୍‌: ଚାଇନାରୁ ଆରମ୍ଭ; ସୁପର ସ୍ପ୍ରେଡର ଇଟାଲି ଦ୍ୱାରା ୫୦ରୁ ଅଧିକ ଦେଶରେ ସଂକ୍ରମିତ

ୱାଶିଂଟନ, ୪ ।୪: କରୋନା ସଂକ୍ରମଣ ସମଗ୍ର ମାନବ ସମାଜ ପାଇଁ ବିପଦ ସୃଷ୍ଟି କରିଛି । ଏହାର ଆରମ୍ଭ ଚାଇନାର ଉହାନସ୍ଥିତି ମାଂସ ବଜାରରୁ...

ଆନ୍ଥୋନୀ ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ…

ମେଲବୋର୍ନ, ୨୧।୫ : ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ନିର୍ବାଚନରେ ପରାଜିତ ହୋଇଛନ୍ତି। ଅଷ୍ଟ୍ରେଲିଆ ଖବରକାଗଜ ଅନୁସାରେ ୫୩ ପ୍ରତିଶତ ସମର୍ଥନ ସହ ଲେବର ପାର୍ଟି...

ଭାରତ ଆମର ପ୍ରକୃତ ବନ୍ଧୁ: ବାଂଲାଦେଶ ପ୍ରଧାନମନ୍ତ୍ରୀ

ଢାକା,୧୯।୩: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତକୁ ପ୍ରକୃତ ବନ୍ଧୁ ଆଖ୍ୟା ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ବନ୍ଧୁତା ବଜାୟ ରଖିବା ଉପରେ ମଧ୍ୟ ସେ...

ବ୍ୟାଙ୍କ ମ୍ୟାନେଜରଙ୍କ ଚାକିରି ଗଲା

ତେହରାନ,୨୮ା୧୧: ଇରାନରେ ୧୯୭୯ ବିପ୍ଳବ ପରେ ଆମେରିକା ସମର୍ଥତ୍ତ ରାଜତନ୍ତ୍ରର ଅବସାନ ଘଟିଥିଲା। ଏହାର ୪ ବର୍ଷ ପରେ ପ୍ରତିଷ୍ଠିତ ଇସ୍‌ଲାମୀୟ ଗଣତନ୍ତ୍ରରେ ହିଜାବ ପରିଧାନକୁ...

ପୃଥିବୀର ୨୩୦ କୋଟିରୁ ଅଧିକ ଲୋକ ଘରେ ବନ୍ଦ: ୧୩୦ କୋଟି ଭାରତୀୟ ବି ସାମିଲ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୫।୩: କରୋନା ସଂକ୍ରମଣ ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏଥିରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ସୃଷ୍ଟି ଉପରେ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏହାକୁ...

Advertisement
Archives

Model This Week