ବୋରିସ୍‌ଙ୍କ ମୁଣ୍ଡରେ ଅନାସ୍ଥା ଖଣ୍ଡା

ଲଣ୍ଡନ, ୬ା୬: କୋଭିଡ୍‌ ଲକ୍‌ଡାଉନବେଳେ କଟକଣା ଉଲ୍ଲଂଘନ କରି ସରକାରୀ କାର୍ଯ୍ୟାଳୟ ପରିସରରେ ପାର୍ଟି କରିବା ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ପାଇଁ ସମସ୍ୟା ବଢ଼ାଇଛି। ‘ପାର୍ଟିଗେଟ୍‌’ ପାଇଁ ବିରୋଧୀଙ୍କ ସମେତ ବୋରିସ୍‌ଙ୍କୁ ନିଜ ଦଳ କଞ୍ଜରଭେଟିଭ୍‌ ପାର୍ଟିର କେତେକ ସଦସ୍ୟ ମଧ୍ୟ ବିରୋଧ କରୁଛନ୍ତି। ଏପରି କି ଶାସକ ଦଳର କେତେଜଣ ନେତା ବୋରିସ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଅଫିସିଆଲ ଭାବେ ଚିଠି ଦାଖଲ କରିଥିବା ଜଣାଯାଇଛି। ତେଣୁ ଆସନ୍ତା ବୁଧବାର ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିପାରେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ଭାବେ ବୋରିସ୍‌ଙ୍କ ବିରୋଧରେ ଅନାସ୍ଥା ଆଣିବା ପାଇଁ ୫୪ କଞ୍ଜରଭେଟିଭ୍‌ ସଦସ୍ୟ ଦଳର ୧୯୨୨ କମିଟି ଚେୟାରମ୍ୟାନ୍‌ଙ୍କ ନିକଟରେ ଆବେଦନ କରିବାକୁ ପଡ଼ିବ। ଅଦ୍ୟାବଧି ପତ୍ରକୁ ସାର୍ବଜନୀନ କରାଯାଇ ନ ଥିବାରୁ ଶାସକ ଦଳର କେତେ ସଦସ୍ୟ ଅନାସ୍ଥା ପ୍ରସ୍ତାବ ନିମନ୍ତେ କମିଟିକୁ ଲେଖିଛନ୍ତି ତାହା ଜଣାପଡ଼ିନାହିଁ। ପ୍ରାୟ ୨୫ କଞ୍ଜରଭେଟିଭ୍‌ ସଦସ୍ୟ ଖୋଲାଖୋଲି ବୋରିସ୍‌ଙ୍କୁ ହଟାଇବାକୁ ଦାବି କରୁଛନ୍ତି। ପାର୍ଲାମେଣ୍ଟରେ ପର୍ନୋଗ୍ରାଫି ଭିଡିଓ ଦେଖିବା ଏବଂ ଜଣେ ବାଳକଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ କଞ୍ଜରଭେଟିଭ୍‌ ପାର୍ଟିର ଦୁଇ ଏମ୍‌ପି ଇସ୍ତଫା ଦେଇଛନ୍ତି। ଏହି ଦୁଇ ଆସନ ପାଇଁ ଆସନ୍ତା ୨୩ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଆସିଲେ ବୋରିସ୍‌ଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ।

ସେହିପରି ଉପନିର୍ବାଚନରେ ଦଳ ପରାଜିତ ହେଲେ ଏବଂ ନିର୍ବାଚନ ପରେ ଅନାସ୍ଥା ପ୍ରସ୍ତାବ ଆସିଲେ ତାହା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହେବ। ବୋରିସ୍‌ ଏବଂ ଡାଉନିଂଷ୍ଟ୍ରିଟ୍‌ ଅଧିକାରୀମାନେ କରୋନା କଟକଣାବେଳେ ଆଲ୍‌କହଲ ପାର୍ଟି କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରଠାରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଏକାଧିକ ଥର କ୍ଷମାପ୍ରାର୍ଥନା କରିଛନ୍ତି। ଘଟଣାର ଯାଞ୍ଚ ପରେ ପୋଲିସ ବୋରିସ୍‌ଙ୍କ ସମେତ ୮୩ ଜଣଙ୍କ ଉପରେ ଜରିମାନା ଲଗାଇଥିଲା। ଅନ୍ୟପକ୍ଷରେ ଦେଶ ଅନେକ କଠିନ ଚ୍ୟାଲେଞ୍ଜର ସାମ୍‌ନା କରୁଥିବାରୁ ଏଭଳି ସ୍ଥିତିରେ ଇସ୍ତଫା ଦେଇ ଚାଲିଯିବା ଦାୟିତ୍ୱହୀନ କାମ ହେବ ବୋଲି ବୋରିସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?