Posted inଜାତୀୟ

ଭାଜପାର ସାଉଥ୍‌ ମିଶନ: ୨ଦିନ ଯାଏ ବିଧାନସଭା ନିର୍ବାଚନମଣ୍ଡଳୀରେ ରହିବେ ମନ୍ତ୍ରୀ

ହାଇଦ୍ରାବାଦ,୨୭।୬: ତେଲେଙ୍ଗାନାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ୨ଦିନ ଯାଏ ରହିବାକୁ ଭାଜପାର ସମସ୍ତ ମନ୍ତ୍ରୀ ଏବଂ ବରିଷ୍ଠ ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶନାମା ଆଉ କେହି ନୁହେଁ ବରଂ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଦେଇଛନ୍ତି। ଏହି ନିର୍ଦ୍ଦେଶନାମାକୁ ଭାଜପାର ଦକ୍ଷିଣ ମିଶନ ଭାବେ ଦେଖାଯାଉଛି। ଦକ୍ଷିଣ ରାଜ୍ୟରେ ଭାଜପା ନିଜର ସ୍ଥିତିକୁ ମଜବୁତ କରିବାକୁ ଚାହୁଁଛି ଏବଂ ଏଥିପାଇଁ ସେ ସବୁ ପ୍ରକାର ଉଦ୍ୟମ କରୁଛି। ଚଳିତ ଥର ଭାଜପା ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି(ଟିଆରଏସ୍‌)କୁ ନିଜ ଗଡ଼ରେ ଘେରିବାକୁ ଯୋଜନା କରୁଛି। ଏଥିପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ତାଙ୍କର ସମସ୍ତ ମନ୍ତ୍ରୀ ଏବଂ ବରିଷ୍ଠ ନେତାମାନଙ୍କୁ ତେଲେଙ୍ଗାନାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ  ଅତି କମ୍‌ରେ ୪୮ଘଣ୍ଟା ବିତାଇବେ। ଏଥିସହ କେନ୍ଦ୍ର ସରକାରଙ୍କ କାର୍ଯ୍ୟର ସମୀକ୍ଷା କରିବାକୁ ନଡ୍ଡା ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା କେବଳ ସାଧାରଣ ଲୋକଙ୍କ ସହିତ ସିଧାସଳଖ ଯୋଗାଯୋଗ କରାଯାଇପାରିବ ନାହିଁ, ବରଂ ଦଳ ମଧ୍ୟ ସାଧାରଣ ଲୋକଙ୍କ ସମସ୍ୟାକୁ ବୁଝିବାରେ ସକ୍ଷମ ହେବ ବୋଲି ନଡ୍ଡା କହିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୨ ଏବଂ ୩ରେ ହାଇଦ୍ରାବାଦରେ ଭାଜପା ପକ୍ଷରୁ ଜାତୀୟ କାର୍ଯ୍ୟକାରୀଣୀ କମିଟିର ଏକ ବୈଠକ ଆୟୋଜନ କରାଯାଇଛି। ହାଇଦ୍ରାବାଦରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପଛରେ ଦକ୍ଷିଣରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଭାଜପାର ଯୋଜନା ରହିିିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିରକ୍ଷା କ୍ଷେତ୍ରରେ ଭାରତ-ରୁଷିଆର ସହଯୋଗ ଅଦ୍ଭୁତପୂର୍ବ

ନୂଆଦିଲ୍ଲୀ,୩।୨: ଭାରତୀୟ ପରିଷଦ ଅଫ ୱାଲର୍‌ଡ ଆଫେୟାର୍ସ (ଆଇସିଡବ୍ଲୁଏ) ଏବଂ ରୁଷିଆ ପରିଷଦ ମଧ୍ୟରେ ଏକ ଆଲୋଚନା ହୋଇଛି। ଏହି ଆଲୋଚନାରେ ଭାରତରେ ରୁଷିଆର ରାଷ୍ଟ୍ରଦୂତ...

ସ୍କୁଲ ଖୋଲିଲା: ଉପସ୍ଥାନ କମ

ଶ୍ରୀନଗର,୨୦ା୮: ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା କଟକଣାକୁ କୋହଳ କରାଯାଇଛି। ସୋମବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ଖୋଲିଥିବାବେଳେ ଉପସ୍ଥାନ ବହୁତ...

ମଦ ମାଫିଆଙ୍କ ବିରୋଧରେ ଅଭିଯାନ,ମାଓବାଦୀ ପ୍ରବଣ ଅଞ୍ଚଳରେ ବାଇକ୍‌ରେ ଚଢ଼ାଇ କରୁଛନ୍ତି ମନ୍ତ୍ରୀ…

ରାଞ୍ଚି,୧।୮ : ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ମଦ ମାଫିଆଙ୍କ ବିରୋଧରେ ଅଭିଯାନ ଜାରି ରହିଛି। ବେଆଇନ ଭାବେ ମଦ ପ୍ରସ୍ତୁତ କରୁଥିବା ଲୋକଙ୍କ ବିରୋଧରେ ରାଜ୍ୟ...

ନିଜ ବିଫଳତା ପାଇଁ କେନ୍ଦ୍ର ଉପରେ ଦୋଷ ଲଦୁଛି ମହାରାଷ୍ଟ୍ର ସରକାର

ନୂଆଦିଲ୍ଲୀ, ୭ା୪ : ଆଗାମୀ ୩ ଦିନ ମଧ୍ୟରେ ଟିକା ଯୋଗାଇ ଦିଆ ନ ଗଲେ ମହାରାଷ୍ଟ୍ରରେ ଦେଖାଦେଇପାରେ ଅଭାବ। ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ...

କୃଷକଙ୍କ ପାଇଁ ଲୁହ ଗଡାଉଛନ୍ତି ରାହୁଲ, ହିମାଚଳରେ କଂଗ୍ରେସ ସରକାର ଦେଉଛି ଧୋକା: ଭାଜପା

ନୂଆଦିଲ୍ଲୀ,୩୦।୭: ହିମାଚଳ ପ୍ରଦେଶରେ ଆପଲ ବିକାଳଙ୍କର ଭିଡିଓ ସେୟାର କରୁଥିବାବେଳେ ଭାରତୀୟ ଜନତା ପାର୍ଟି(ଭାଜପା)କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି। ଭାଜପା ଆଇଟି ସେଲ...

ବର୍ଷା ପାଇଁ କର୍ନାଟକରେ ବେଙ୍ଗୁଲୀ-ବେଙ୍ଗ ବାହାଘର

ଉଡ୍ଡୁପି,୯।୬: ବର୍ଷା ପାଇଁ କର୍ନାଟକ ଉଡ୍ଡୁପିରେ କରାଯାଇଛି ଏକ ନିଆରା ବାହାଘର। ଏଠାରେ ପରମ୍ପରା ଅନୁସାରେ ପ୍ରତିବର୍ଷ ବେଙ୍ଗୁଲୀ-ବେଙ୍ଗ ବାହାଘର ହୋଇଥାଏ। ଚଳିତ ବର୍ଷ ମଧ୍ୟ...

ଭାରତ ଆସିବେନି ଇସ୍ରାଏଲ ପ୍ରଧାନମନ୍ତ୍ରୀ: ୫ ଦିନ ପୂର୍ବରୁ ବାତିଲ କଲେ ଯାତ୍ରା

ନୂଆଦିଲ୍ଲୀ,୩।୯: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନ୍‌ୟାମିନ୍‌ ନୋତାନେହୁଙ୍କ ଭାରତ ଗସ୍ତ ବାତିଲ ହୋଇଛି। ଯାତ୍ରାର ୫ ଦିନ ପୂର୍ବରୁ ଏହାକୁ ବାତିଲ କରାଯାଇଥିବା ନେଇ ଜଣାପଡ଼ିଛି। ମଙ୍ଗଳବାର...

ମଣିପୁର ହିଂସା ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି, ପ୍ରଭାବିତ ପ୍ରତ୍ୟେକ ଜିଲାରେ ଗଠନ ହେବ ୬ ଏସ୍‌ଆଇଟି

ନୂଆଦିଲ୍ଲୀ,୭।୮: ମଣିପୁର ହିଂସା ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଆଟର୍ଣ୍ଣି ଜେନେରାଲ ଭେଙ୍କଟରମଣି କହିଛନ୍ତି ଯେ, ୬୫୦୦ ଏଫଆଇଆର୍‌ ଶ୍ରେଣୀଭୁକ୍ତ ହୋଇ କୋର୍ଟରେ ଉପଲବ୍ଧ କରାଯାଇଛି।...

Advertisement
Archives

Model This Week