ଭାଜପାର ସଦସ୍ୟତା କର୍ମଶାଳାରେ ମାରପିଟ: ପୁରୁଣାଙ୍କୁ ବାଡ଼େଇଲେ ନୂଆ

ରାଜନଗର, ୨୮ା୮(ଭାସ୍କର ରାଉତରାୟ):ନିର୍ବାଚନ ସରିବାର ଅଢ଼େଇ ମାସ ପରେ କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀ ଭାଜପାରେ ଗଣ୍ଡଗୋଳ ଆରମ୍ଭ ହୋଇଛି। ନିର୍ବାଚନ ପରଠାରୁ ବିଭିନ୍ନ କାର୍ଯ୍ୟକ୍ରମ ସମାନ୍ତରାଳ ଭାବେ ଚାଲୁଥିବା ବେଳେ ମଙ୍ଗଳବାର ମାରପିଟ୍‌ ହୋଇଛି। ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ କାହିଁକି ସଦସ୍ୟତା ଅଭିଯାନ କର୍ମଶାଳାକୁ ଡକାଯାଇନାହିଁ ପ୍ରଶ୍ନରେ ନୂଆ ନେତା ଓ କର୍ମୀମାନେ ଉତ୍‌କ୍ଷିପ୍ତ ହୋଇ ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିବା ଦେଖିବାକୁ ମିଳିଛି। ଏଥିରେ ୪ ଜଣ ପୁରୁଣା କାର୍ଯ୍ୟକର୍ତ୍ତା ଆହତ ହୋଇ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଏହାକୁ ନେଇ ରାଜନଗର ଭାଜପାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ପକ୍ଷରୁ ଅପରାହ୍ନରେ ରାଜନଗର ନିର୍ବାଚନମଣ୍ଡଳୀର ୩୧ନଂ. ଜୋନ୍‌ ସଦସ୍ୟତା ଅଭିଯାନ କର୍ମଶାଳା ୩୦ନଂ. ଜୋନରେ ହେଉଥିଲା। ୩୧ନଂ. ଜୋନ୍‌ ସଭାପତି ଦିଲୀପ କୁମାର ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କର୍ମଶାଳାରେ ଭାଜପା ବିଧାୟକ ପ୍ରାର୍ଥୀ ହୋଇଥିବା ଲଳିତ କୁମାର ବେହେରା, ରାଜୀବଲୋଚନ ନାୟକ, ନିର୍ବାଚନମଣ୍ଡଳୀ ପ୍ରଭାରୀ ସୁନାକର ପ୍ରଧାନ, ଶୁଭକାନ୍ତ ନାୟକ, ବିକ୍ରମ କୁମାର ବାରିକ, ନିମାଇଁ ଚରଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ୩୧ନଂ. ଜୋନ୍‌ ଡେରା ସରପଞ୍ଚ ପ୍ରାର୍ଥୀ ତଥା ପୂର୍ବତନ ଯୁବମୋର୍ଚ୍ଚା ସମ୍ପାଦକ କ୍ରିଷ୍ଣା ବେହେରା, ଜୋନ୍‌ର ଯୁବନେତା ଦିଲୀପ ପାଳ ଓ ପୁରୁଣା କାର୍ଯ୍ୟକର୍ତ୍ତାମାନେ ପହଞ୍ଚତ୍ ଆମ ଜୋନ୍‌ର କର୍ମଶାଳାକୁ ଆମକୁ କାହିଁକି ଡକାଗଲାନାହିଁ। ୩୦ନଂ. ଜୋନ୍‌ରେ କାହିଁକି କର୍ମଶାଳା ହେଉଛି, ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ କାହିଁକି ଡକାଯାଉନାହିଁ ବୋଲି ପଚାରିଥିଲେ। ପୁରୁଣା କାର୍ଯ୍ୟକର୍ତ୍ତାଙ୍କ ବଦଳରେ କଂଗ୍ରେସ, ବିଜେଡିରୁ ଆସିଥିବା ନେତା ଓ କର୍ମୀମାନଙ୍କୁ ନେଇ କାହିଁକି କର୍ମଶାଳା ହେଉଛି ବୋଲି ପଚାରିବାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ବିବାଦ ଉଗ୍ରରୂପ ଧାରଣ କରି ଚେୟାର ଉଠାଇ ମାରପିଟ୍‌ ଯାଏ କଥା ଯାଇଥିଲା। କର୍ମଶାଳା ସ୍ଥଳରୁ କେରେଡ଼ାଗଡ଼-ରାଜନଗର ମୁଖ୍ୟ ରାସ୍ତା ଯାଏ ଗୋଡ଼େଇ ଗୋଡ଼େଇ ମାର୍‌ପିଟ ଚାଲିଥିଲା। ଯୁବମୋର୍ଚ୍ଚାର ପୂର୍ବତନ ସମ୍ପାଦକ କ୍ରିଷ୍ଣା ବେହେରାଙ୍କ ହାତ, ଛାତି ଓ ଅଣ୍ଡକୋଷରେ ଗୁରୁତର ଆଘାତ ଲାଗିଥିବାବେଳେ ମହୁଲିଆର ଗଗନ ବିହାରୀ ଦାସଙ୍କ ମୁଣ୍ଡ ଫାଟିଯାଇଛି। କୃଷ୍ଣ ରାଉତ ଓ ବଶିଷ୍ଠ ଜେନା ମଧ୍ୟ ଆହତ ହୋଇଛନ୍ତି। ଆହତ କ୍ରିଷ୍ଣାଙ୍କୁ ପଚାରିବାରେ ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ କାହିଁକି ଡକାଯାଇନି ବୋଲି ପଚାରିବାକୁ ଯାଇଥିଲୁ। ହେଲେ ଆମକୁ ବିଜେଡି, କଂଗ୍ରେସରୁ ଆସିଥିବା କେତେଜଣ କର୍ମୀ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିସହ ଦଳ ପାଇଁ ଦୀର୍ଘବର୍ଷ ଧରି ଖଟିଥିବା ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କୁ ସମାଲୋଚନା କଲେ ଶଙ୍କରାଚାର୍ଯ୍ୟ

ପୁରୀ,୧୨ା୯(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାର ନୂଆ ଅବକାରୀ ନୀତି ଲାଗୁ କରିଛନ୍ତି। ଏହି ନୂଆ ଆଇନର ପ୍ରାବଧାନ ଅନୁଯାୟୀ, ଏଣିକି ସମୁଦ୍ର ବେଳାଭୂମି ଓ...

ବିଜେଡିରେ ବଢ଼ୁଛି କନ୍ଦଳ

ପାରାଦୀପ/ କୁଜଙ୍ଗ, (ଶରତ ରାଉତ/ମନୋଜ ପ୍ରଧାନ),୧୨ା୯: ସାଧାରଣ ନିର୍ବାଚନରେ ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଜେଡିର ପରାଜୟକୁ ଅନେକେ ନେତା ଓ କର୍ମୀ ଗ୍ରହଣ କରିପାରୁନାହାନ୍ତି। ଗତ...

ସ୍କ୍ରବ୍‌ ଟାଇଫସ୍‌: ବରଗଡ଼ରେ ୩ ମୃତ

ବରଗଡ଼,୧୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍‌ ଟାଇଫସ୍‌ ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ଆକ୍ରାନ୍ତ ହୋଇ ଏପର୍ଯ୍ୟନ୍ତ ଜିଲାର ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ...

ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି: ପୁଣି ସୁରକ୍ଷା ଉପରେ ଉଠିଲା ପ୍ରଶ୍ନବାଚୀ

ପୁରୀ ୧୧ା୯( ଅଜିତ୍ କୁମାର ମହାନ୍ତି):ବୁଧବାର ଶ୍ରୀମନ୍ଦିର ଭିତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଉପରେ ପୁଣିଥରେ...

ବିଜେଡି ଛାଡ଼ିଲେ ଉପସଭାପତି ଚିନ୍ମୟ ମିଶ୍ର, କହିଲେ ଦଳ ତାଙ୍କୁ…

ଭବାନୀପାଟଣା,୧୧ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବିଜୁ ଯୁବ ଜନତା ଦଳର ଜିଲା ଉପସଭାପତି ଚିନ୍ମୟ ମିଶ୍ର ବୁଧବାର ବିଜେଡି ଛାଡ଼ିଛନ୍ତି। ଏ ନେଇ ବିଜୁ...

ମା’ ଡୋକରୀ ଠାକୁରାଣୀଙ୍କ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜୟପାଟଣା,୧୧ା୯(ଓମ୍‌ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡା ନିକଟିସ୍ଥ ତାଳଗୁଡ଼ଠାରେ ଥିବା ପ୍ରସିଦ୍ଧ ମା’ ଡୋକରୀ ଠାକୁରାଣୀଙ୍କ ମନ୍ଦିରରୁ ଚୋରି ହୋଇଛି।...

ଜିଲାପାଳଙ୍କୁ ଲାଞ୍ଚ ଦେଇ ବନ୍ଧା ହେଲେ ସିମେଣ୍ଟ ଉତ୍ପାଦନ ପ୍ଲାଣ୍ଟ ଅଧିକାରୀ

ବରଗଡ଼,୧୧ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ବୁଧବାର ୨ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ଉଦ୍ୟମ କରିବା ଏକ ସିମେଣ୍ଟ ଉତ୍ପାଦନ ପ୍ଲାଣ୍ଟର ଅଧିକାରୀଙ୍କୁ...

କେସିଙ୍ଗା ରେଳଷ୍ଟେଶନର ବିଭିନ୍ନ ସମସ୍ୟା ସମାଧାନ ଦାବି ନେଇ ଦାବିପତ୍ର ପ୍ରଦାନ

କେସିଙ୍ଗା,୧୧ା୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳଷ୍ଟେଶନ ସମସ୍ୟାକୁ ନେଇ ରେଲଓ୍ବେ ବିଭାଗ ଦ୍ୱାରା ମନୋନୀତ ରେଲଓ୍ବେ କନ୍‌ସଲ୍‌ଟିଭ୍‌ କମିଟିର ମନୋନୀତ ସମସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri