ପରୀକୁ ନ୍ୟାୟ ଦାବିରେ ଭାଜପାର ପଦଯାତ୍ରା

ଦେବଗଡ଼,୨୦ା୧୨(ଡି.ଏନ.ଏ) ପରୀ ମାମଲାର ସିବିଆଇ ତଦନ୍ତ ଦାବିରେ ଦେବଗଡ ନଗର ମଣ୍ଡଳ ଭାଜପା ପକ୍ଷରୁ ଏକ ପଦଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି। ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ବହୁ ଭାଜପା ନେତା ଓ କର୍ମୀ ସ୍ଥାନୀୟ ଗୋପବନ୍ଧୁ ଛକରୁ ଏକ ରାଲିରେ ବାହାରି ସହର ପରିକ୍ରମା କରିଥିଲେ। ପଦଯାତ୍ରା କାଳରେ ନିଖୋଜ ଥିବା ରାଜ୍ୟର ୫ ହଜାର ଊର୍ଦ୍ଧ୍ୱ ଶିଶୁଙ୍କୁ ଉଦ୍ଧାର, ପରୀ ମାମଲାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ବିହିଷ୍କାର କରିବାକୁ ଦାବି କରାଯାଇଥିଲା। ପଦଯାତ୍ରାରେ ଦେବଗଡ ନଗର ଭାଜପା ସଭାପତି ଦିବ୍ୟଶଙ୍କର ଖୁଣ୍ଟିଆ, ସମ୍ପାଦକ ଜଗନ୍ନାଥ ବେହେରା ଓ ମହେଶ୍ୱର ପାଣି, ସମ୍ପାଦକ ରମଣୀ ରଞ୍ଜନ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ସରୋଜ କୁମାର ପାଢୀ, ପୂର୍ବତନ ନଗର ସଭାପତି ରମଣୀକାନ୍ତ ଦାଶ, ଜିଲା ଭାଜପା ସମ୍ପାଦକ ଯୋଗେଶ ଚନ୍ଦ୍ର ପ୍ରଧାନ, ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ସୁରଜ ଘଡେଇ, ମେଡିଆ ସେଲ ପ୍ରମୁଖ ମୋତିଲାଲ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri