ବିଜେଡି ନାଁରେ ସାଂଘାତିକ ଅଭିଯୋଗ ଆଣିଲା ଭାଜପା

ଭୁବନେଶ୍ୱର, ୧୪।୮(ସୁନିତ୍‌ ମିଶ୍ର)ବିଜେଡି ସରକାର ସମୟରେ କିଭଳି ଦୁର୍ନୀତି ଖୁଲମଖୁଲା ଚାଲିଥିଲା ଓ ସରକାରୀ ଅର୍ଥ ଲୁଟ୍‌କରି ସରକାରୀ ଅଧିକାରୀମାନେ କଳାଟଙ୍କା ଠୁଳ କରିଥିଲେ, ତାହାର ପ୍ରମାଣ ଏବେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉରୁ ସାମ୍ନାକୁ ଆସୁଛି। ଆଗରୁ ନବୀନବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ ଭିଜିଲାନ୍ସ କେବଳ ଛୋଟ କେରାଣ୍ଡି ଓ ଗଡ଼ିଶା ମାଛକୁ ଧରୁଥିଲା। କିରାଣି ଓ ପିଅନଙ୍କ ଦୁର୍ନୀତିକୁ ଧରପଗଡ଼ କରି ନବୀନବାବୁ ସ୍ବଚ୍ଛତାର ଡିଣ୍ଡିମ ପିଟୁଥିଲେ। ଏବେ ମୋହନ ମାଝୀଙ୍କ ମୁଖ୍ୟମନ୍ତ୍ରିତ୍ୱରେ ହୋଇଥିବା ଭାଜପା ସରକାର ବିଜେଡିର ଦୁର୍ନୀତିଖୋର ଗେହ୍ଳା ପୁଅମାନଙ୍କୁ ଜେଲର ରାସ୍ତା ଦେଖାଉଛି। ଏହି ସମସ୍ତ ଅଧିକାରୀ ବିଜେଡିର ୨୪ ବର୍ଷର ସରକାର ସମୟରେ ଦୁର୍ନୀତି କରିବାର ସୀମା ଲଙ୍ଘିଥିଲେ। ଭାଜପା ସରକାର ଓଡ଼ିଶାରେ ସରକାରୀ ଅର୍ଥ ଲୁଟିଥିବା କୌଣସି ମାଫିଆଙ୍କୁ ଛାଡ଼ିବ ନାହିଁ ବୋଲି ଭାଜପା ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅନିଲ କହିଛନ୍ତି, ନବୀନବାବୁ ଦିନେ ମୁଖ୍ୟମନ୍ତ୍ରୀ ଥିବାବେଳେ କହିଥିଲେ, ”ଆପଣମାନେ ଗଁା ଜଗନ୍ତୁ ମୁଁ ସଚିବାଳୟ ଜଗିଛି।“ ଯଦି ଗଁା ଜଗିଥିବା ଅଫିସରଙ୍କ ଘରୁ ଅନେକ କୋଟି ଟଙ୍କା ବାହାରୁଛି ତେବେ ସଚିବାଳୟ ଜଗିଥିବା ନବୀନବାବୁ ଓ ତାଙ୍କର ଅସାଧୁ ପାରିଷଦଙ୍କ ଘରୁ କେତେ ଟଙ୍କା ବାହାରିବ। ୫-ଟି ଅଧୀନରେ ଯେତେ ପ୍ରକଳ୍ପ ହୋଇଛି ସବୁଠି ଏଭଳି ଅପର୍ଯ୍ୟାପ୍ତ ଟଙ୍କା ଲୁଟ୍‌ କରାଯାଇଛି। ନବୀନବାବୁଙ୍କ ସରକାର ସମୟରେ ବିଜେଡି ମନ୍ତ୍ରୀ ଓ ଅସାଧୁ ବ୍ୟକ୍ତିମାନେ ବିଭିନ୍ନ ସରକାରୀ ଅଧିକାରୀଙ୍କ ଦ୍ୱାରା ବ୍ୟାପକ ଅର୍ଥ ଲୁଟ୍‌ କରୁଥିଲେ ଓ ନିଜର କମିଶନ ନେଇ ସେମାନଙ୍କୁ ସୁରକ୍ଷା ଦେଉଥିଲେ। ଆଗାମୀ ଦିନରେ ଆହୁରି ବଡ଼ ବଡ଼ ମାଛଙ୍କର ମୁଖା ଖୋଲିବ। ନବୀନବାବୁ ଦୁର୍ନୀତିଠାରୁ ଦୂରରେ ରୁହନ୍ତି ବୋଲି ଯେଉଁ ଗପଟି ବିଜେଡିର ବଚସ୍କରମାନେ କୁହନ୍ତି, ସେମାନେ ଏବେ ଜବାବ ଦିଅନ୍ତୁ। ପୂର୍ବତନ ମୁଖ୍ୟମନ୍ତ୍ରୀ ଯଦି ସ୍ବଚ୍ଛ ଥିଲେ ତେବେ ସେ ସରକାରରୁ ଯାଉ ଯାଉ ଏତେ କୋଟିପତି ଦୁର୍ନୀତିଗ୍ରସ୍ତ ଅଫିସର କେମିତି ଧରାପଡ଼ିଲେ ବୋଲି ଅନିଲ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?