Posted inଜାତୀୟ

ବାରାଣସୀରେ ଭାଜପା ହାରିଲା

ଲକ୍ଷ୍ନୌ,୧୩ା୪: ଉତ୍ତର ପ୍ରଦେଶର ବିଧାନ ପରିଷଦ ନିର୍ବାଚନରେ ଶାସକ ଭାଜପାକୁ ବଡ଼ ସଫଳତା ମିଳିଛି। ଭୋଟ ଗ୍ରହଣ କରାଯାଇଥିବା ୨୭ରୁ ୨୪ ଆସନକୁ ଭାଜପା ଦଖଲ କରିବାରେ ସକ୍ଷମ ହୋଇଥିବାବେଳେ ଦଳର ୯ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ଆସନ ବାରାଣସୀରେ ଗୈରିକ ଦଳ ଶୋଚନୀୟ ଭାବେ ପରାଜିତ ହୋଇଛି। ଜେଲରେ ଥିବା ଗ୍ୟାଙ୍ଗ୍‌ଷ୍ଟର ବ୍ରଜେଶ କୁମାର ସିଂଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା ସିଂ ୪,୨୩୪ ଭୋଟ ପାଇ ଏହି ଆସନରୁ ବିଜୟୀ ହୋଇଛନ୍ତି। ଅଖିଳେଶ ଯାଦବଙ୍କ ଦଳ ସମାଜବାଦୀ ପାର୍ଟି (ଏସ୍‌ପି)ର ପ୍ରାର୍ଥୀ ଉମେଶ ଯାଦବଙ୍କ ସପକ୍ଷରେ ୩୪୫ ଖଣ୍ଡ ଭୋଟ ପଡ଼ିଛି। ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଥିବା ଡ. ସୁଦାମା ପଟେଲ ମାତ୍ର ୧୭୦ ଖଣ୍ଡ ଭୋଟ ସହ ଲଜ୍ଜାଜନକ ପରାଜୟର ମୁହଁ ଦେଖିଛନ୍ତି।
ୟୁପିର ୧୦୦ ଆସନ ବିଶିଷ୍ଟ ବିଧାନ ପରିଷଦରେ ଭାଜପାର ୩୪, ସମାଜବାଦୀ ପାର୍ଟି ୧୭ ଓ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ୪ ସଦସ୍ୟ ଅଛନ୍ତି। କଂଗ୍ରେସ, ଅପନା ଦଳ ଓ ନିଷାଦ ପାର୍ଟିର ଜଣେ ଲେଖାଏ ସଦସ୍ୟ ପରିଷଦକୁ ନିର୍ବାଚିତ ହୋଇଯାଇଛନ୍ତି। ସେହିପରି ଟିଚର୍ସ ଗ୍ରୁପର ୨ ଏମ୍‌ଏଲ୍‌ସି ଏବଂ ସ୍ବାଧୀନ ୨ ସଦସ୍ୟ ରହିଛନ୍ତି। ଏହି ଦ୍ୱିବାର୍ଷିକ ବିଧାନ ପରିଷଦ ନିର୍ବାଚନ ପାଇଁ ୫୮ ଜିଲାର ୩୬ ଆସନ ଖାଲିପଡ଼ିଥିଲା। ସେଥିରୁ ୯ ଆସନରେ ଭାଜପା ପ୍ରାର୍ଥୀ ନିଦ୍ଦର୍‌ବନ୍ଦ୍ୱରେ ବିଜୟୀ ହୋଇଥିବାବେଳେ ଶନିବାର ୨୭ ଆସନରେ ୯୫ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କଂଗ୍ରେସ ଏବଂ ବିଏସ୍‌ପି ପକ୍ଷରୁ ଏହି ନିର୍ବାଚନରେ ପ୍ରାର୍ଥୀ ଦିଆଯାଇ ନ ଥିଲା। ଫଳରେ ଭାଜପା ଏବଂ ଏସ୍‌ପି ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ୭୩୯ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଇଥିଲା। ୧,୨୦,୬୫୭ ଯୋଗ୍ୟ ଭୋଟର ଥିବାବେଳେ ମତଦାନ ହାର ୯୮.୧୧% ଥିଲା। ରାଏବରେଲିରେ ସର୍ବାଧିକ ୯୯.୩୫% ଏବଂ ଗୋରଖପୁରରେ ସର୍ବନିମ୍ନ ୯୬.୫୦% ମତଦାତା ଭୋଟ ଦେଇଥିଲେ। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଦୁଇ-ତୃତୀୟାଂଶ ଆସନ ଦଖଲ କରି ରାଜ୍ୟରେ ପୁନଃ କ୍ଷମତାସୀନ ହୋଇଥିବା ଭାଜପା ବିଧାନ ପରିଷଦରେ ମଧ୍ୟ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି। ୪ ଦଶନ୍ଧି ପରେ ଶାସକ ଦଳ ଉଭୟ ଗୃହକୁ ଦଖଲ କରିବାରେ ସକ୍ଷମ ହୋଇଛି। ନିର୍ବାଚିତ ହୋଇଥିବା ୩୬ ଭାଜପା ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣ ବିଧାନସଭା ନିର୍ବାଚନ ପୂର୍ବରୁ ଏସ୍‌ପି ଛାଡ଼ି ଗୈରିକ ଦଳରେ ମିଶିଥିଲେ। ଲକ୍ଷ୍ନୌ-ଉନ୍ନାଓ, ବଲିଆ, ବାରାବାଙ୍କି, ସୀତାପୁର, ବସ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ଆସନ ଭାଜପା ଦଖଲକୁ ଯାଇଛି। ଏହି ବୃହତ୍‌ ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ବିଜୟୀ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାଜପାର ବିକାଶ ମଡେଲ ପ୍ରତି ଲୋକେ ପୁନଃ ଆସ୍ଥା ପ୍ରକଟ କରିଥିବା ମୋଦି ଟୁଇଟ୍‌ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏମ୍‌ଏଲ୍‌ସି ନିର୍ବାଚନରେ ବିଜୟକୁ ଜାତୀୟତାବାଦ, ବିକାଶ ଓ ସୁଶାସନ ପ୍ରତି ଜନାଦେଶ ଭାବେ ଅଭିହିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

ମାଛଧରା ବନ୍ଦର ପୋତାଶ୍ରୟରେ ଅଘଟଣ: ନିଆଁ ଲାଗି ପୋଡ଼ିଗଲା ମାଛଧରା ଟ୍ରଲର

ପାରାଦୀପ, ୨୮।୮ (ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଥିବା ଏକ ମାଛଧରା ଟ୍ରଲରରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଟ୍ରଲରଟି ସମ୍ପୂର୍ଣ୍ଣ…

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବନ୍ୟା ପରେ ନେପାଳକୁ ମାଡିଆସୁଛି ଆଉ ଏକ ବଡ଼ ବିପଦ! ଚାଇନା ଦେଲା ଭୟଙ୍କର ଚେତାବନୀ, ଯେକୌଣସି ସମୟରେ…

କାଠମାଣ୍ଡୁ, ୨୯।୮: ନେପାଳରେ ଭୟଙ୍କର ବନ୍ୟା ଏବଂ ଫ୍ଲାସ ଫ୍ଲଡ ଯୋଗୁ ବିପୁଳ କ୍ଷୟକ୍ଷତି ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ଦେଖାଦେଇଛି। ଚାଇନା…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri