Posted inଜାତୀୟ

ବାରାଣସୀରେ ଭାଜପା ହାରିଲା

ଲକ୍ଷ୍ନୌ,୧୩ା୪: ଉତ୍ତର ପ୍ରଦେଶର ବିଧାନ ପରିଷଦ ନିର୍ବାଚନରେ ଶାସକ ଭାଜପାକୁ ବଡ଼ ସଫଳତା ମିଳିଛି। ଭୋଟ ଗ୍ରହଣ କରାଯାଇଥିବା ୨୭ରୁ ୨୪ ଆସନକୁ ଭାଜପା ଦଖଲ କରିବାରେ ସକ୍ଷମ ହୋଇଥିବାବେଳେ ଦଳର ୯ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ଆସନ ବାରାଣସୀରେ ଗୈରିକ ଦଳ ଶୋଚନୀୟ ଭାବେ ପରାଜିତ ହୋଇଛି। ଜେଲରେ ଥିବା ଗ୍ୟାଙ୍ଗ୍‌ଷ୍ଟର ବ୍ରଜେଶ କୁମାର ସିଂଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା ସିଂ ୪,୨୩୪ ଭୋଟ ପାଇ ଏହି ଆସନରୁ ବିଜୟୀ ହୋଇଛନ୍ତି। ଅଖିଳେଶ ଯାଦବଙ୍କ ଦଳ ସମାଜବାଦୀ ପାର୍ଟି (ଏସ୍‌ପି)ର ପ୍ରାର୍ଥୀ ଉମେଶ ଯାଦବଙ୍କ ସପକ୍ଷରେ ୩୪୫ ଖଣ୍ଡ ଭୋଟ ପଡ଼ିଛି। ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଥିବା ଡ. ସୁଦାମା ପଟେଲ ମାତ୍ର ୧୭୦ ଖଣ୍ଡ ଭୋଟ ସହ ଲଜ୍ଜାଜନକ ପରାଜୟର ମୁହଁ ଦେଖିଛନ୍ତି।
ୟୁପିର ୧୦୦ ଆସନ ବିଶିଷ୍ଟ ବିଧାନ ପରିଷଦରେ ଭାଜପାର ୩୪, ସମାଜବାଦୀ ପାର୍ଟି ୧୭ ଓ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ୪ ସଦସ୍ୟ ଅଛନ୍ତି। କଂଗ୍ରେସ, ଅପନା ଦଳ ଓ ନିଷାଦ ପାର୍ଟିର ଜଣେ ଲେଖାଏ ସଦସ୍ୟ ପରିଷଦକୁ ନିର୍ବାଚିତ ହୋଇଯାଇଛନ୍ତି। ସେହିପରି ଟିଚର୍ସ ଗ୍ରୁପର ୨ ଏମ୍‌ଏଲ୍‌ସି ଏବଂ ସ୍ବାଧୀନ ୨ ସଦସ୍ୟ ରହିଛନ୍ତି। ଏହି ଦ୍ୱିବାର୍ଷିକ ବିଧାନ ପରିଷଦ ନିର୍ବାଚନ ପାଇଁ ୫୮ ଜିଲାର ୩୬ ଆସନ ଖାଲିପଡ଼ିଥିଲା। ସେଥିରୁ ୯ ଆସନରେ ଭାଜପା ପ୍ରାର୍ଥୀ ନିଦ୍ଦର୍‌ବନ୍ଦ୍ୱରେ ବିଜୟୀ ହୋଇଥିବାବେଳେ ଶନିବାର ୨୭ ଆସନରେ ୯୫ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କଂଗ୍ରେସ ଏବଂ ବିଏସ୍‌ପି ପକ୍ଷରୁ ଏହି ନିର୍ବାଚନରେ ପ୍ରାର୍ଥୀ ଦିଆଯାଇ ନ ଥିଲା। ଫଳରେ ଭାଜପା ଏବଂ ଏସ୍‌ପି ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ୭୩୯ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଇଥିଲା। ୧,୨୦,୬୫୭ ଯୋଗ୍ୟ ଭୋଟର ଥିବାବେଳେ ମତଦାନ ହାର ୯୮.୧୧% ଥିଲା। ରାଏବରେଲିରେ ସର୍ବାଧିକ ୯୯.୩୫% ଏବଂ ଗୋରଖପୁରରେ ସର୍ବନିମ୍ନ ୯୬.୫୦% ମତଦାତା ଭୋଟ ଦେଇଥିଲେ। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଦୁଇ-ତୃତୀୟାଂଶ ଆସନ ଦଖଲ କରି ରାଜ୍ୟରେ ପୁନଃ କ୍ଷମତାସୀନ ହୋଇଥିବା ଭାଜପା ବିଧାନ ପରିଷଦରେ ମଧ୍ୟ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି। ୪ ଦଶନ୍ଧି ପରେ ଶାସକ ଦଳ ଉଭୟ ଗୃହକୁ ଦଖଲ କରିବାରେ ସକ୍ଷମ ହୋଇଛି। ନିର୍ବାଚିତ ହୋଇଥିବା ୩୬ ଭାଜପା ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣ ବିଧାନସଭା ନିର୍ବାଚନ ପୂର୍ବରୁ ଏସ୍‌ପି ଛାଡ଼ି ଗୈରିକ ଦଳରେ ମିଶିଥିଲେ। ଲକ୍ଷ୍ନୌ-ଉନ୍ନାଓ, ବଲିଆ, ବାରାବାଙ୍କି, ସୀତାପୁର, ବସ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ଆସନ ଭାଜପା ଦଖଲକୁ ଯାଇଛି। ଏହି ବୃହତ୍‌ ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ବିଜୟୀ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାଜପାର ବିକାଶ ମଡେଲ ପ୍ରତି ଲୋକେ ପୁନଃ ଆସ୍ଥା ପ୍ରକଟ କରିଥିବା ମୋଦି ଟୁଇଟ୍‌ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏମ୍‌ଏଲ୍‌ସି ନିର୍ବାଚନରେ ବିଜୟକୁ ଜାତୀୟତାବାଦ, ବିକାଶ ଓ ସୁଶାସନ ପ୍ରତି ଜନାଦେଶ ଭାବେ ଅଭିହିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?