Posted inଜାତୀୟ

ସେକ୍ସ ରାକେଟ ଚଳାଉଥିଲେ ଭାଜପା ନେତା

ନୂଆଦିଲ୍ଲୀ, ୨୫ା୭: ମେଘାଳୟ ଭାଜପା ଉପାଧ୍ୟକ୍ଷ ବର୍ନାର୍ଡ ଏନ୍‌. ରିମ୍ପୁ ମରାକ୍‌ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ଓ୍ବେଷ୍ଟଗାରୋ ହିଲ୍ସ ଜିଲା ସଦର ମହକୁମା ତୁରା ସ୍ଥିତ ଏକ ଫାର୍ମ ହାଉସ୍‌ରେ ସ୍ଥାନୀୟ ପୋଲିସ ଚଢ଼ାଉ କରିଛି। ମରାକ୍‌ ସେଠାରେ ଗଣିକାଳୟ ଖୋଲି ସେକ୍ସ ରାକେଟ ଚଳାଉଥିବା ପୋଲିସ ଜାଣିବାକୁ ପାଇ ୬ ନାବାଳିକାଙ୍କୁ ଉଦ୍ଧାର କରିଛି। ଏଥିସହ ୭୩ ଜଣଙ୍କୁ ଗିରଫ କରାଯାଇଛି। ସେଠାରୁ ୩୬ ଗାଡ଼ି, ୪୧୪ ବୋତଲ ମଦ, ୪୯ ମୋବାଇଲ ଫୋନ, ଧାରୁଆ ଅସ୍ତ୍ର ଓ କେତେକ ଅବ୍ୟବହୃତ ଆପତ୍ତିଜନକ ସାମଗ୍ରୀ ଜବତ କରିଥିବା ଏସ୍‌ପି ବିବେକାନନ୍ଦ ସିଂ ରାଥୋଡ ସୂଚନା ଦେଇଛନ୍ତି।
ବର୍ନାର୍ଡ ଏନ୍‌. ରିଙ୍କୁ ମରାକ୍‌ ହେଉଛନ୍ତି ଅଚିକ୍‌ ନ୍ୟାଶନାଲ ଭଲିଣ୍ଟିୟର କାଉନ୍‌ସିଲ(ଏଏନ୍‌ଭିସି)ର ପୂର୍ବତନ ସଦସ୍ୟ। ଏହି ନିଷିଦ୍ଧ ଘୋଷିତ ଉଗ୍ରପନ୍ଥୀ ସଙ୍ଗଠନ ଅନେକ ହିଂସାତ୍ମକ କାର୍ଯ୍ୟରେ ଜଡ଼ିତ। ମରାକ୍‌ ୨୦୧୪ରେ ଭାଜପାରେ ସାମିଲ ହେବା ପରେ ଦଳ ତାଙ୍କୁ ମେଘାଳୟ ଉପାଧ୍ୟକ୍ଷ ନିଯୁକ୍ତ କରିଥିଲା। ତାଙ୍କ ବିରୋଧରେ ୨୫ ଆପରାଧିକ ମାମଲା ରହିଛି। ପୋଲିସ ତାଙ୍କ କଳା କାରନାମା ସମ୍ପର୍କରେ ସୂଚନା ପାଇ ଫାର୍ମ ହାଉସରେ ଚଢ଼ାଉ କରିଥିଲା। ୩ ମହଲା ବିଶିଷ୍ଟ ଉକ୍ତ ଫାର୍ମ ହାଊସ୍‌ରେ ପ୍ରାୟ ୩୦ କୋଠରୀ ରହିଛି। ଚଢ଼ାଉ ପରେ ପୋଲିସ ଫାର୍ମହାଉସ ମ୍ୟାନେଜର, କେୟାର ଟେକର ଏବଂ ଅନ୍ୟ ୩ କର୍ମଚାରୀଙ୍କୁ ଗିରଫ କରିଥିବାବେଳେ ମରାକ୍‌ ଫେରାର ଅଛନ୍ତି। ପୋଲିସ ତାଙ୍କୁ ଆତ୍ମସମର୍ପଣ ପାଇଁ କହିଛି। ମରାକ୍‌ ଏକ ଭିଡିଓ ଜାରି କରି କହିଛନ୍ତି, ମେଘାଳୟ ମୁଖ୍ୟମନ୍ତ୍ରୀ କନ୍‌ରାଡ୍‌ ସାଙ୍ଗ୍‌ମାଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରାଯାଇଛି। ସାଙ୍ଗ୍‌ମା ତାଙ୍କଠାରୁ ତୁରା ଆସନରୁ ନିର୍ବାଚନ ହାରିଯିବା ଭୟରେ ତାଙ୍କୁ ଗୁଳି କରି ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ମରାକ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବରେ ମୋଦିଙ୍କ କୁଶ ପୁତ୍ତଳିକା ଦାହ: କଂଗ୍ରେସର ଡ୍ରାମା ବୋଲି କହିଲେ ନଡ୍ଡା

ନୂଆଦିଲ୍ଲୀ, ୨୬।୧୦: ପଞ୍ଜାବରେ ଦଶହରା ଅବସରରେ କୃଷି ଆଇନକୁ ବିରୋଧ କରୁଥିବା ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଏହାକୁ ନେଇ...

ଗଣେଶ ପେଣ୍ଡାଲରେ ହନୁମାନଙ୍କ ମୃତ୍ୟୁ

ଲକ୍ଷ୍ନୌ,୫।୯: ଗଣେଶ ଚତୁର୍ଥୀ ଅବସରରେ ଉତ୍ତରପ୍ରଦେଶର ମୈନପୁରରେ ଶନିବାର ସନ୍ଧ୍ୟାରେ ଭଜନ ପରିବେଷଣ କରାଯାଉଥିଲା। ଭଜନ ଦଳ ସହ ରବି ଶର୍ମା (୩୫) ନାମକ ବ୍ୟକ୍ତି...

ବେହୋସ ହୋଇ ପଡିଗଲେ ପ୍ରଜ୍ଞା

ଭୋପାଳ,୨୩।୬: ମଧ୍ୟପ୍ରଦେଶ ଭୋପାଳରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) କାର୍ଯ୍ୟାଳୟରେ ମଙ୍ଗଳବାର ଏମ୍‌ପି ପ୍ରଜ୍ଞା ସିଂ ଠାକୁର ଅସୁସ୍ଥ ହୋଇ ପଡିଥିଲେ। ଶ୍ୟମା ପ୍ରସାଦ ମୁଖାର୍ଜୀ...

ଝୁଲିଲା ଭାରତ, ବ୍ରିଟେନ ଏଫ୍‌ଟିଏ

ନୂଆଦିଲ୍ଲୀ/ଲଣ୍ଡନ,୧୪ା୧୦:ବ୍ରିଟେନରେ ବସବାସ କରୁଥିବା ଉଚ୍ଚ ଦକ୍ଷତାସମ୍ପନ୍ନ ପ୍ରବାସୀଙ୍କ ମଧ୍ୟରେ ଭାରତୀୟମାନେ ଲଗାତର ସର୍ବାଗ୍ରେ ରହିଆସିଛନ୍ତି। ସଦ୍ୟ ତଥ୍ୟାନୁସାରେ ଚଳିତବର୍ଷ ପ୍ରାୟ ୧,୧୮,୦୦୦ ଭାରତୀୟ ଛାତ୍ରୀଛାତ୍ର ବ୍ରିଟେନର...

ନଭେମ୍ବର ୧୮ରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୧୫।୧୧: ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ୧୮ରୁୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ। ତେବେ ଗୃହକୁ ସୁରୁଖୁରରେ ଚଳାଇବା...

୮ ଦିନ ପୋଲିସ ରିମାଣ୍ଡରେ ରହିବେ ବଲିଉଡ୍‌ ଅଭିନେତ୍ରୀ ପାୟଲ

ନୂଆଦିଲ୍ଲୀ,୧୬।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ବଲିଉଡ୍‌ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଗିରଫ କରାଯାଇ କୋର୍ଟରେ ସୋମବାର...

ଉହାନ୍‌ରେ ବାଦୁଡ଼ିଙ୍କଠାରେ ମିଳିଲା ୩ ପ୍ରକାର ଭୂତାଣୁ

ନୂଆଦିଲ୍ଲୀ,୨୫।୫: କରୋନା ଭାଇରସ୍‌କୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛି ଚାଇନା। ଉହାନ୍‌ସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି ଯେଉଁଠାରେ ପ୍ରଥମ କୋଭିଡ୍‌-୧୯ ସଂକ୍ରମଣ ଚିହ୍ନଟ ହୋଇଥିଲା,...

ଦେଶରେ ୧୧ପ୍ରତିଶତ ବଢ଼ିଛି ସାଇବର ଅପରାଧ: ରିପୋର୍ଟ

ନୂଆଦିଲ୍ଲୀ,୧୧।୨: ଦେଶରେ ସାଇବର ଅପରାଧ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏନ୍‌ସିଆରବି ରିପୋର୍ଟ ଅନୁଯାୟୀ, ୨୦୨୦ରେ ସାଇବର ଅପରାଧ ୧୧ପ୍ରତିଶତ ବୃଦ୍ଧି...

Advertisement
Archives

Model This Week