Posted inଜାତୀୟ

ଭାଜପା ନେତା ପଙ୍କଜାଙ୍କ ବିଦ୍ରୋହୀ ମନୋଭାବ, କହିଲେ ମୁଁ ଭାଜପାରେ ଅଛି, ହେଲେ ପାର୍ଟି ମୋର ହେବ ନାହିଁ

ମୁମ୍ବାଇ,୧।୬: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ପଙ୍କଜା ମୁଣ୍ଡେ ପୁଣିଥରେ ଦଳ ଉପରେ ରାଗିଛନ୍ତି। ତାଙ୍କ ଅସନ୍ତୋଷର ସ୍ବର ପୁଣିଥରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଦିଲ୍ଲୀରେ ରାଷ୍ଟ୍ରୀୟ ସମାଜ ପାର୍ଟି ପକ୍ଷରୁ ଅହିଲ୍ୟା ଦେବୀ ହୋଲକରଙ୍କ ଜୟନ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପଙ୍କଜା ମୁଣ୍ଡେ ଦେଇଥିବା ଏହି ବୟାନ ଉପରେ ଏବେ ପ୍ରଶ୍ନ ଉଠିଛି। କୁହାଯାଉଛି ଯେ ସତରେ କ’ଣ ଦଳ ଉପରେ ଅସନ୍ତୋଷ ଅଛନ୍ତି ପଙ୍କଜା।

ଏଠାରେ ପଙ୍କଜା ମୁଣ୍ଡେ କହିଛନ୍ତି ଯେ ମୁଁ ଭାଜପାରେ ଅଛି, କିନ୍ତୁ ଭାଜପା ମୋର ହୋଇପାରିବ ନାହିଁ। ପଙ୍କଜା ଏତିକିରେ ଥମି ନ ଥିଲେ ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ତାଙ୍କ ପିତାଙ୍କ ସହ ଝଗଡା ହୁଏ, ତେବେ ସେ ତାଙ୍କ ଭାଇଙ୍କ ନିକଟକୁ ଯାଇପାରିବେ, ରାଷ୍ଟ୍ରିୟ ସମାଜ ପାର୍ଟି ମୋର ମାତୃ ଘର। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ଥିଲେ।

ଏଥି ସହ ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଭାଜପା ନେତା ପଙ୍କଜା ମୁଣ୍ଡେ ଦଳ ଉପରେ ରାଗି ନାହାଁନ୍ତି। ମୁଁ ତାଙ୍କର ପୁରା ଭାଷଣ ଦେଖିଛି ଏବଂ ଶୁଣିଛି । ତାଙ୍କ ବିବୃତ୍ତିକୁ ଭୁଲ ଭାବରେ ଉପସ୍ଥାପିତ କରାଯାଇଛି। ବାୱାନକୁଲେ ଆହୁରି କହିଛନ୍ତି ଯେ ପଙ୍କଜା ମୁଣ୍ଡେଙ୍କ ବିବୃତ୍ତି ସବୁବେଳେ ଭୁଲ ଅର୍ଥରେ ନିଆଯାଏ। ମହାରାଷ୍ଟ୍ରରେ ଦଳକୁ ମଜବୁତ କରିବା ପାଇଁ ପଙ୍କଜା ମୁଣ୍ଡେ କାର୍ଯ୍ୟ କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ସିଦ୍ଧାନ୍ତ ମହାପାତ୍ର ନେଲେ ବଡ଼ ନିଷ୍ପତ୍ତି: ଖେମୁଣ୍ଡି ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର

ଦିଗପହଣ୍ଡି, ୨୯।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ସୋମବାର ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ଏକ ପ୍ରସ୍ତୁତି…

ମା’ ମଝିଘରିଆଣୀ ମନ୍ଦିରରୁ ରେକର୍ଡ ଆୟ: ୧.୨୬ କୋଟିରୁ ଅଧିକ ଟଙ୍କା ସହ ୩୨ ଗ୍ରାମ୍‌ ମିଳିଲା ସୁନା

ରାୟଗଡ଼ା,୨୯।୬(କୈଳସ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ଦାନହୁଣ୍ଡି ସୋମବାର ସକାଳେ କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ମାଜିଷ୍ଟ୍ରେଟ୍‌,…

ମିଳିନି ଧାନ ବିକ୍ରି ଟୋକନ: ଆତ୍ମାହୁତି ଧମକ ଦେଲେ ଚାଷୀ

ବରଗଡ,୨୯।୬(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଧାନ ବିକ୍ରିରେ ଟୋକନ ସମସ୍ୟାକୁ ନେଇ ଦିନକୁ ଦିନ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ବରଗଡ ଜିଲା ବିଜେପୁର ବ୍ଲକ…

ସାଧାରଣ ଲେକଙ୍କୁ ବଡ଼ ଆଶ୍ୱସ୍ତି: ସରକାର କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୯।୬:ସରକାର ପେଟ୍ରୋଲ ଏବଂ ଡିଜେଲ ସମ୍ପର୍କରେ ଜନସାଧାରଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲର ବିକ୍ରୟ ଏବଂ ବଣ୍ଟନ ଉପରେ ଅସ୍ଥାୟୀ…

ସ୍ତ୍ରୀଙ୍କୁ ଖୋଜିଖୋଜି ଜଗତସିଂହପୁରରୁ ହାଟଡିହୀରେ ପହଞ୍ଚିଲେ ସ୍ବାମୀ: ତା’ପରେ ଯାହା ଘଟିଲା…

ହାଟଡିହୀ/ଛେନାପଦି,୨୯l୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ଅଞ୍ଚଳରେ ସୋମବାର ଏକ ଫ୍ୟାମିଲି ଡ୍ରାମା ଦେଖିବାକୁ ମିଳିଛି l ଯାହାକି ମୁଖ୍ୟ ଆଲୋଚନାର ବିଷୟ ସାଜିଛି l ଜଗତସିଂହପୁର…

ସରକାର ନେଲେ ବଡ଼ ନିଷ୍ପତ୍ତି; ୧ ଜୁଲାଇରୁ ପେଟ୍ରୋଲ-ଡିଜେଲ…

ନୂଆଦିଲ୍ଲୀ,୨୯।୬: ୧ ଜୁଲାଇରୁ ପେଟ୍ରୋଲ ଏବଂ ଡିଜେଲ କିଣିବାକୁ ନେଇ ସରକାର ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସରକାର ପ୍ରତି ବ୍ୟକ୍ତି ଏବଂ ପ୍ରତି ଗାଡ଼ି…

ଭାଜପା ଯୁବମୋର୍ଚ୍ଚା କର୍ମକର୍ତ୍ତା ଘୋଷଣା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭଞ୍ଜନଗର,୨୯।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭାଜପା ଭଞ୍ଜନଗର ସାଂଗଠନିକ ଜିଲାର ନୁତନ ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ନାମ ସୋମବାର ଘୋଷଣା ହୋଇଛି। ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି…

ହଠାତ୍‌ ଭାବପ୍ରବଣ ହେଲେ ସୂର୍ଯ୍ୟକୁମାର: ଲେଖୁ ଲେଖୁ ଲେଖିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ନିକଟରେ ଆୟର୍ଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ହାରିଛି। ନୂତନ ଟି-୨୦ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଏହା କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri