ଗୋବିନ୍ଦଙ୍କୁ ବଞ୍ଚାଇବାକୁ ମାମଲା ଲଢୁଛନ୍ତି ଭାଜପା ନେତା

ଭୁବନେଶ୍ୱର,୮।୧୨(ବ୍ୟୁରୋ): ମମିତା ମେହେର ହତ୍ୟା ମାମଲାକୁ ନେଇ ଭାଜପା ତୁମ୍ବିତୋଫାନ କରିବା ସହିତ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜନୈତିକ ଫାଇଦା ହାସଲ ପାଇଁ ବିଧାନସଭା ଭିତରେ ଓ ବାହାର ନାଟକବାଜି କରୁଛି। ହେଲେ ସେପଟେ ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ବଞ୍ଚାଇବା ଲାଗି ଭାଜପା ନେତାମାନେ ସାଂଘାତିକ ଷଡ଼ଯନ୍ତ୍ର କରିଛନ୍ତି ବୋଲି ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ଅଭିଯୋଗ କରିଛନ୍ତି।
ଖବରାଦାତା ସମ୍ମିଳନୀରେ ପ୍ରତାପ କହିଛନ୍ତି, ଭାଜପାର ଜଣେ ସକ୍ରିୟ ସଦସ୍ୟ ତଥା ଜଣାଶୁଣା ନେତା ମୋହନ ଲାଲ୍‌ ଶର୍ମାଙ୍କୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଗୋବିନ୍ଦଙ୍କ ସପକ୍ଷରେ କେସ୍‌ ଲଢ଼ାଉଛନ୍ତି। ଏଥିରୁ ଭାଜପା ନେତାଙ୍କ ଅସଲ ଚେହେରା ପଦାରେ ପଡ଼ିଯାଇଛି ା ମମିତାଙ୍କୁ ନ୍ୟାୟ ପାଇଁ ଚିତ୍କାର କରୁଥିବା ଭାଜପା ନେତାମାନେ କେବଳ ହୀନ ରାଜନୈତିକ ସ୍ବାର୍ଥ ହାସଲ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଏଥିରୁ ତାହା ସ୍ପଷ୍ଟ ହୋଇଯାଇଛି ା ଏହି ଜଘନ୍ୟ ମାମଲାରେ ଗୋବିନ୍ଦଙ୍କ ଓକିଲ ସାଜିଥିବା ମୋହନ ଲାଲ୍‌ ଶର୍ମା କଣ୍ଟାବାଞ୍ଜିରେ ଭାଜପାର ଜନସମ୍ପର୍କ ଯାତ୍ରାଠୁ ଆରମ୍ଭକରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରନ୍ତି ା ୨୦୧୯ ନିର୍ବାଚନରେ କଣ୍ଟାବାଞ୍ଜିରୁ ଭାଜପା ପ୍ରାର୍ଥୀ ହେବା ଲାଗି ମଧ୍ୟ ସେ ଦୌଡ଼ରେ ଥିଲେ। ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭାଜପା ପୂର୍ବତନ ସଭାପତି ବସନ୍ତ ପଣ୍ଡା ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କର ଘନିଷ୍ଠ ଭାବେ ସେ ବେଶ୍‌ ଜଣାଶୁଣା ା ତାଙ୍କ ଭଳି ଦଳର ଜଣେ ସକ୍ରିୟ ନେତାଙ୍କୁ ଗୋବିନ୍ଦ ସାହୁକୁ ବଞ୍ଚାଇବା ଲାଗି ଭାଜପା ନେତାମାନେ ନିୟୋଜିତ କରିବା ପଛରେ ଯେ ଏକ ବଡ଼ ଷଡଯନ୍ତ୍ର ରହିଛି, ତାହା ଜଳଜଳ ହୋଇ ଦିଶୁଥିବା ପ୍ରତାପ କହିଛନ୍ତି। ପୂର୍ବରୁ ନୟାଗଡ଼ ପରୀ ହତ୍ୟା ମାମଲାରେ ମଧ୍ୟ ଭାଜପା ନେତାମାନେ ଏହିଭଳି ହୀନ ରାଜନୀତି କରିଥିଲେ। ଏସ୍‌ଆଇଟି ତଦନ୍ତରୁ ଅଭିଯୁକ୍ତ ଧରା ପଡ଼ିଯିବା ପରେ ହାଇକୋର୍ଟ ତଦନ୍ତରେ ସନ୍ତୋଷ ପ୍ରକାଶ କରିଥିଲେ। ମାତ୍ର ରାଜନୈତିକ ସ୍ବାର୍ଥ ଲାଗି ଅଭିଯୁକ୍ତକୁ ବଞ୍ଚାଇବାକୁ ସେତେବେଳେ କୋର୍ଟରେ ବଡ଼ ଓକିଲଙ୍କୁ କିଏ ନିଯୁକ୍ତ କରିଥିଲା ବୋଲି ପ୍ରତାପ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ଚଳାଉଥିବା ରଶ୍ମୀରେଖାଙ୍କୁ କୋଭିଡ-୧୯ ସଂଗ୍ରାମୀ ସମ୍ମାନ

ବରଗଡ଼ ଅଫିସ,୧୩।୬- ବରଗ ଜିଲା ଘେଁସ ଗ୍ରାମର ଉଚ୍ଚ ଶିକ୍ଷିତା ଝିଅ ରଶ୍ମିରେଖା ବାଗ ନିଜେ ଅଟୋ ଚଲାଇ ପାଠ ପଢିବା ସହିତ ପରିବାର ଗୁଜୁରାଣ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୭ କରୋନା ଆକ୍ରାନ୍ତ: ମୋଟ ଆରୋଗ୍ୟ ସଂଖ୍ୟା ୧୮ ହଜାର ଟପିଲା

ଭୁବନେଶ୍ୱର,୯୨୮।୭(ବ୍ୟୁରୋ): ରାଜ୍ୟରେ ଆଉ ୬୮୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିରୁ ସର୍ବାଧିକ ୩୦୭ଜଣ ଗଞ୍ଜାମର ଅଛନ୍ତି। ଏହାଛଡ଼ା ଜଗତସିଂହପୁରରୁ ୫୯, ଭଦ୍ରକରୁ ୫୨, ନୟାଗଡ଼ରୁ...

ସାଙ୍ଗଠନିକ ସ୍ଥିତି ସୁଧାରିବାକୁ ଅଣ୍ଟା ଭିଡିଲା ରାଜ୍ୟ କଂଗ୍ରେସ, ପୁନଃଗଠନ ହେବ ପିସିସି

ଭୁବନେଶ୍ୱର,୧୯।୯(ବ୍ୟୁରୋ): ପୁନଃଗଠନ ହେବ ପ୍ରଦେଶ କଂଗ୍ରେସ କମିଟି(ପିସିସି)। ରାଜ୍ୟରେ ଦଳର ସାଙ୍ଗଠନିକ ସ୍ଥିତି ସୁଦୃଢ଼ କରିବାକୁ ଏଆଇସିସି ନିର୍ଦ୍ଦେଶ ଦେବା ପରେ ଅଣ୍ଟା ଭିଡିଛି କଂଗ୍ରେସ।...

ମନ୍ତ୍ରୀଙ୍କ ପିଏ କହି ୧.୫ ଲକ୍ଷ ଠକେଇ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ସାଇବର ଠକମାନେ ନୂଆ ନୂଆ ତରିକା ଆପଣାଇ ଲୋକଙ୍କୁ ଠକିବାରେ ଲାଗିଛନ୍ତି। ଏଭଳି ଜଣେ ସାଇବର ଠକ ନିଜକୁ ବଡ଼ ମନ୍ତ୍ରୀଙ୍କ ପିଏ କହି...

୧୫୨ ନଂ. କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ: ସାଙ୍ଗସାଥୀଙ୍କ ସହିତ ଖେଳିଛନ୍ତି ତାସ୍‌, କ୍ରିକେଟ୍‌

ରତ୍ନଗିରି,୩ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ କଳାମାଟିଆ ପଞ୍ଚାୟତରେ ୧ ତାରିଖରେ ଚିହ୍ନଟ ହୋଇଥିବା ୧୫୨ ନଂ. କରୋନା ସଂକ୍ରମିତ ୨୮ ବର୍ଷୀୟ ଯୁବକଙ୍କ...

ବ୍ରତ ବିକିଲେ ସଂସାର ଚଳେ

ଗୋପ,୨୪।୧୦ (ଡି.ଏନ୍‌.ଏ.):ବୟସର ଅପରାହ୍ନରେ ପହଞ୍ଚତ୍ ଥିଲେ ସୁଦ୍ଧା ସଂସାର ଚଳାଇବାକୁ ହେଲେ କିଛି ନା କିଛି କରିବାକୁ ପଡ଼ିଥାଏ। ଆଖିକୁ ଭଲ ଦେଖାଯାଉ ନ ଥିଲେ...

କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ ଏକ୍‌ମୋ ମେଶିନ

ଭୁବନେଶ୍ୱର, ୧୦ା୬(ବ୍ୟୁରୋ): କରୋନାରେ ଗୁରୁତର ରୋଗୀଙ୍କ ପାଇଁ ଏବେ ଏକ୍‌ମୋ ଚିକିତ୍ସା ଜରୁରୀ ହୋଇପଡୁଛି। ରାଜ୍ୟରେ କୌଣସି ସରକାରୀ ହସ୍ପିଟାଲରେ ଏହି ମେଶିନ ନ ଥିବାରୁ...

ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ

ମାଲକାନଗିରି/କୋରୁକୋଣ୍ଡା,୮ା୧୧(ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୁଣ୍ଡା ବ୍ଲକ ଅନ୍ତର୍ଗତ ଏମ୍‌ଭି-୩୬ ମୁଖ୍ୟ ରାସ୍ତାରେ ଏକ ଟ୍ରକ୍‌ ଓ ବାଇକ ମଧ୍ୟରେ ସୋମବାର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ...

Advertisement
Archives

Model This Week