Posted inଜାତୀୟ

ସଡ଼କ ଦୁର୍ଘଟଣାରେ ଭାଜପା ନେତା ଆଦିତ୍ୟ ନାରାୟଣ ମିଶ୍ରଙ୍କ ପରଲୋକ, ମହନ୍ତ ନରେନ୍ଦ୍ର ଗିରି ସୁଇସାଇଡ ନୋଟରେ ଥିଲା ନାମ

ପ୍ରୟାଗରାଜ,୨୨ ।୪: ଡେରାଡୁନ ଉତ୍ତରାଖଣ୍ଡରୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ କାର ଯୋଗେ ଫେରୁଥିବା ନୈନି ନିବାସି ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଆଦିତ୍ୟ ନାରାୟଣ ମିଶ୍ରଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ନୈନିର ଗଙ୍ଗା ପୁରନ ନିବାସୀ ଅଶୋକ ଓରଫ ଚୁଚ୍ଚୁ ପାଣ୍ଡେୟଙ୍କର ବି ମୃତ୍ୟୁ ହୋଇଛି । ଏଥିରେ ଆଦିତ୍ୟଙ୍କ ପୁଅ ହର୍ଷିତ, ଅଶୋକଙ୍କ ପୁଅ ସଚ୍ଚିନ ଓ ଗନର ପୁନିତ ତିୱାରୀ ଗୁରୁତର ରହିଛନ୍ତି । ସୂଚନାଯୋଗ୍ୟ, ଏମାନେ ୧୮ ତାରିଖରେ ଏକ ବିବାହ କାର୍ଯ୍ୟରେ ଯୋଗଦେଇ ପରେ ହରିଦ୍ୱାର ଯାଇଥିଲେ । ସେଠାରୁ ସେମାନେ ଫେରିବା ସମୟରେ ବରେଲିର ଗୌଧି ପୁରା ଥାନା ଅଞ୍ଚଳରେ ସେମାନଙ୍କ ଗାଡିଟି ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇ ଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା କି ଆଦିତ୍ୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଅନ୍ୟମାନଙ୍କୁ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଗୁରୁବାର ଅଶୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଆହତଙ୍କ ଚିକିତ୍ସା ଚାଲିଛି ।
ସୂଚନାଯୋଗ୍ୟ, ଦେଶ ବିଦେଶରେ ପରିଚିତ ମହନ୍ତ ନରନ୍ଦ୍ର ଗିରି ଆତ୍ମହତ୍ୟା ମାମଲାରେ ମିଳିଥିବା ସୁଇସାଇଡ ନୋଟରେ ଆଦିତ୍ୟ ନାରାୟଣ ମିଶ୍ରଙ୍କର ନାଁ ଥିଲା । ମହନ୍ତ ତାଙ୍କ ସୁଇସାଇଡ ନୋଟରେ ଆଦିତ୍ୟଙ୍କ ସହ ୨୫ ଲକ୍ଷ ଟଙ୍କା କାରବାର କରିଥିବା କଥା ଲେଖିଥିଲେ । ଏହାକୁ ନେଇ ସିବିଆଇ ଟିମ ତାଙ୍କୁ ପଚରାଉଚରା କରିଥିଲା । ହେଲେ କୌଣସି ପ୍ରମାଣ ନ ମିଳିବାରୁ ଆଦିତ୍ୟଙ୍କୁ ଛାଡି ଦିଆଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ନିପା ଭାଇରସ୍‌କୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ କଥା ହେଲେ ଶୈଳଜା

ଥିରୁଭାନନ୍ତପୁରମ,୭।୬: କେରଳରେ ଗତ ବର୍ଷ ଭଳି ଏବର୍ଷ ମଧ୍ୟ ନିପା ଭାଇରସ୍‌ ଆତଙ୍କ ଖେଳାଇଛି। ଏହର ଭୟାବହତାକୁ ଦେଖି କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା କେନ୍ଦ୍ର...

ୟୁଟ୍ୟୁବ ଭିଡିଓ ଦେଖି ସନ୍ତାନ ଜନ୍ମ ଦେଲେ ୧୭ ବର୍ଷର ନାବାଳିକା

ଥିରୁଭାନନ୍ତପୁରମ,୨୮।୧୦: ୟୁଟ୍ୟୁବ ଭିଡିଓ ଦେଖି ଜଣେ ନାବାଳିକା ଘରେ ସନ୍ତାନ ଜନ୍ମ କରିଛନ୍ତି। ଏଭଳି ଏକ ଘଟଣା ଘଟିଛି କେରଳର ମଲ୍ଲାପୁରମ ଜିଲାରେ। ୧୭ ବର୍ଷର...

ଶତ୍ରୁଘ୍ନ ସିହ୍ନା, ବାବୁଲ ସୁପ୍ରିୟୋ ଟିଏମ୍‌ସି ପ୍ରାର୍ଥୀ

କୋଲକାତା,୧୪।୩(ଆଇଏଏନ୍‌ଏସ୍‌): ପଶ୍ଚିମବଙ୍ଗରେ ଏପ୍ରିଲ ୧୨ରେ ହେବାକୁ ଥିବା ଉପନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶତ୍ରୁଘ୍ନ ସିହ୍ନା ଏବଂ ବାବୁଲ ସୁପ୍ରିୟୋଙ୍କୁ...

କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ପାଇଁ ଡ୍ରେସ୍‌ କୋଡ୍‌: ପିନ୍ଧି ହେବନି ଜିନ୍ସ୍‌

ବାରାଣସୀ, ୧୩।୧: ଏବେ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବା ଲାଗି ଆସୁଥିବା ଶ୍ରଦ୍ଧାଳୁ ଜିନ୍ସ୍‌ ପିନ୍ଧି ପାରିବେ ନାହିଁ। ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ...

ବଢ଼ିପାରେ ଲକ୍‌ଡାଉନ୍‌ ଅବଧି: ମୋଦି ଦେଲେ ସଙ୍କେତ

ନୂଆଦିଲ୍ଲୀ,୮।୪: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ସାରା ଦେଶରେ କେନ୍ଦ୍ର ସରକାର ୨୧...

ଏଲ୍‌ଏସିରେ ଉତ୍ତେଜନା: ରାଜନାଥଙ୍କ ପରେ ଜୟଶଙ୍କରଙ୍କ ୪ ଦିନିଆ ରୁଷ୍‌ ଗସ୍ତ

ନୂଆଦିଲ୍ଲୀ, ୮।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ି ଚାଲିଛି। ଏପରିସ୍ଥଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୩ ଦିନିଆ ରୁଷ୍‌ ଗସ୍ତ ପରେ...

ରେଖାଙ୍କ ଘର ନିକଟରୁ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ

ମୁମ୍ବାଇ,୧୪।୭: ଦୁଇ ଦିନ ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କ ସୁରକ୍ଷାକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହାପରେ ରେଖାଙ୍କୁ ବିଏମ୍‌ସି ପକ୍ଷରୁ କରୋନା ଟେଷ୍ଟ କରିବାକୁ...

ମାତୃଗର୍ଭରେ ଥିବା ଶିଶୁର ଭାରତୀୟ ନାଗରିକତ୍ୱର ଅଧିକାର ରହିଛି, ହାଇକୋର୍ଟଙ୍କ ରାୟ…

ଚେନ୍ନାଇ, ୧୯।୫ : ମାତା ପିତାମାନେ ସେମାନଙ୍କର ଭାରତୀୟ ନାଗରିକତ୍ୱ ତ୍ୟାଗ କରି ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କଲେ ମଧ୍ୟ ତ୍ୟାଗ ସମୟରେ ମାତୃଗର୍ଭରେ...

Advertisement
Archives

Model This Week