Posted inଜାତୀୟ

ଭାଜପା ଏଏପି ପ୍ରାର୍ଥୀଙ୍କୁ କରିଛି ଅପହରଣ: ସିସୋଡିଆ…

ନୂଆଦିଲ୍ଲୀ,୧୬।୧୧ : ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆ ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମନୀଷ ସିସୋଡିଆ ବୁଧବାର କହିଛନ୍ତି ଯେ ଗୁଜରାଟରେ ନିର୍ବାଚନରେ ଭାଜପା ହାରିବାକୁ ଯାଉଛି। ଭାଜପା ଆମ ଆଦମୀ ପାର୍ଟିର ସୁରଟ ପୂର୍ବ ପ୍ରାର୍ଥୀ କାଞ୍ଚନ ଜରିୱାଲାଙ୍କୁ ଅପହରଣ କରିଛି। ଗତକାଲି ଠାରୁ କାଞ୍ଚନ ଏବଂ ତାଙ୍କ ପରିବାର ନିଖୋଜ ଥିବା ମନୀଷ ସିସୋଡିଆ ଅଭିଯୋଗ କରିଛନ୍ତି। ଗତକାଲି ସେ ତାଙ୍କ ନାମାଙ୍କନପତ୍ର ଯାଞ୍ଚ ପାଇଁ କାର୍ଯ୍ୟାଳୟକୁ ଯାଇଥିଲେ। ଯାଞ୍ଚ ଶେଷ ହେବା ମାତ୍ରେ ଭାଜପା ଗୁଣ୍ଡମାନେ ତାଙ୍କୁ ସେଠାରୁ ନେଇ ଯାଇଥିଲେ। ସେବେଠାରୁ ତାଙ୍କର କୌଣସି ଖୋଜ ଖବର ନାହିଁ।

ମନୀଷ ସିସୋଡିଆ ଆହୁରି କହିଛନ୍ତି, ଏହା ଅତ୍ୟନ୍ତ ବିପଦଜନକ। ନିର୍ବାଚନ ଆୟୋଗ ନିରପେକ୍ଷ ନିର୍ବାଚନ କରିଥାନ୍ତି। ଏଭଳି ପରିସ୍ଥିତିରେ ପ୍ରାର୍ଥୀଙ୍କୁ ଅପହରଣ କରାଯାଇଛି, ତେଣୁ ନ୍ୟାୟ କେଉଁଠାରେ ଅଛି? ଗଣତନ୍ତ୍ରକୁ ଏଏପି ପ୍ରାର୍ଥୀ ନୁହେଁ ଭାଜପା ଅପହରଣ କରିଛି। ଏଥି ସହ ମନୀଷ ସିସୋଡିଆ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟକୁ ଯିବେ। ଯେଉଁଠାରେ ସୁରଟ ପୂର୍ବ ପ୍ରାର୍ଥୀ ତାଙ୍କ ଉପରେ ଚାପ ପକାଇ ନାମାଙ୍କନ ପ୍ରତ୍ୟାହାର କରାଯାଉଥିବା ନେଇ ନିର୍ବାଚନ ଆୟୋଗରେ ଅଭିଯୋଗ କରିବେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ବିଷୟରେ ଟୁଇଟ କରି ଲେଖିଛନ୍ତି ଯେ ସୁରଟ ପୂର୍ବ ପ୍ରାର୍ଥୀ କାଞ୍ଚନ ଜରିୱାଲା ଏବଂ ତାଙ୍କ ପରିବାର ଗତକାଲି ଠାରୁ ନିଖୋଜ ଅଛନ୍ତି। ପ୍ରଥମେ ଭାଜପା ତାଙ୍କ ନାମାଙ୍କନ ବାତିଲ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ତାଙ୍କ ନାମାଙ୍କନପତ୍ର ଗ୍ରହଣ କରାଯାଇଥିଲା। ପରେ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିବାକୁ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିଲା। ଏନେଇ ତାଙ୍କୁ ଅପହରଣ କରାଯାଇଛି କ ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri