୪୦%ରୁ କମ୍‌ ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ

ଭୁବନେଶ୍ୱର,୧୬ା୧୧: ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବ୍ୟାଙ୍କଗୁଡ଼ିକ ସବୁକ୍ଷେତ୍ରକୁ ଋଣ ପ୍ରଦାନ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସକ ପ୍ରଦୀପ କୁମାର ଜେନା ମଙ୍ଗଳବାର ଅନୁଷ୍ଠିତ ୧୬୯ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ବୈଠକରେ ଯୋଗଦେଇ ଏଭଳି ମତବ୍ୟକ୍ତ କରିଛନ୍ତି। ସେହିଭଳି ରାଜ୍ୟର ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି। ଏପରିକି ସବୁ ଅଞ୍ଚଳରେ ବ୍ୟାଙ୍କିଙ୍ଗ୍‌ ସୁବିଧା ଉପଲବ୍ଧ ନ ଥିବାରୁ ସାଧାରଣ ବ୍ୟାଙ୍କିଙ୍ଗ୍‌ ସୁବିଧାରୁ କେତେକ ଅଞ୍ଚଳର ଜନସାଧାରଣ ବଞ୍ଚତ୍ତ ହେଉଛନ୍ତି ବୋଲି ଜେନା ମତ ପ୍ରକାଶ କରିଛନ୍ତି। ରାଜ୍ୟର ଗ୍ରାମାଞ୍ଚଳ କ୍ଷେତ୍ରରେ ୪୦% ରୁ କମ୍‌ ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ରହିଛି। ଜାତୀୟସ୍ତରରେ ୧ଲକ୍ଷ ଜନସଂଖ୍ୟାରେ ୧୮.୧୨% ସ୍ଥାୟୀ ବ୍ୟାଙ୍କ ଥିବାବେଳେ ଆମ ରାଜ୍ୟରେ ଏହା ୧୩.୦୬% ରହିଛି ା ଏହି ବ୍ୟବଧାନକୁ ଖୁବ୍‌ଶୀଘ୍ର ହ୍ରାସ କରିବା ପାଇଁ ପଦକ୍ଷେପ ନେବାକୁ ଉନ୍ନୟନ କମିଶନର ଜେନା ସମସ୍ତ ବ୍ୟାଙ୍କର ନିୟନ୍ତ୍ରଣ ମୁଖ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ବାର୍ଷିକ ଋଣ ଯୋଜନା ଲକ୍ଷ୍ୟ ହାସଲରେ ବେସରକାରୀ ବ୍ୟାଙ୍କଗୁଡ଼ିକ ସରକାରୀ ବ୍ୟଙ୍କଗୁଡ଼ିକଠାରୁ ଅଧିକ ସଫଳତା ପାଇଛନ୍ତି । ବ୍ୟାଙ୍କଗୁଡ଼ିକ ଏବଂ ଜିଲାପାଳମାନଙ୍କ ମିଳିତ ଉଦ୍ୟମରେ କୃଷିକ୍ଷେତ୍ରରେ ୫୫.୪୦% ଲକ୍ଷ୍ୟ ହାସଲ ହୋଇପାରିଛି ବୋଲି ଉନ୍ନୟନ୍ନ କମିଶନର ମତବ୍ୟକ୍ତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ସଚିବ ବିଶାଲ ଦେବ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଏମ୍‌ଏସ୍‌ଏମ୍‌ଇର ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶର କମିଶନର ତଥା ଶାସନ ସଚିବ ଏସ୍‌.କେ.ବଶିଷ୍ଠ, ରିଜର୍ଭ ବ୍ୟାଙ୍କ ଭୁବନେଶ୍ବର ଶାଖାର ଆଞ୍ଚଳିକ ନିର୍ଦ୍ଦେଶକ ଏଚ୍‌.ଏନ୍‌.ପଣ୍ଡା, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ, ନାବାର୍ଡର ମୁଖ୍ୟ ସାଧାରଣ ପରିଚାଳକ ସି.ଉଦୟ ଭାସ୍କର, ଏସ୍‌ବିଆଇର ମୁଖ୍ୟ ସାଧାରଣ ପରିଚାଳକ ଚନ୍ଦର ଶେଖର ଶର୍ମା, ଏସ୍‌ଏଲ୍‌ବିସିର ଅଧ୍ୟକ୍ଷ ତଥା ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ସୋମାଶଙ୍କର ପ୍ରସାଦ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ହେଲା ଏକ୍ସ-ରେ ମେଶିନ ଅଚଳ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିବା ଏକ ମାତ୍ର ଏକ୍ସ-ରେ ମେଶିନ ଗତ ୪ ଦିନ ହେଲା ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡ଼ିଓକୁ ନେଇ ବିରୋଧି ଦେଲେଣି ପ୍ରତିକ୍ରିୟା, ସଞ୍ଜୟ ସିଂହଙ୍କ ପ୍ରଶ୍ନ କଲେ-‘ମୋ ମାଆ… ମାଆ ନୁହଁନ୍ତି’

ନୂଆଦିଲ୍ଲ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଜୁଲାଇ ୩୧) ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ NEET ପେପର ଲିକ ବିରୋଧରେ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ କି ଅନୁଚିତ୍‌ ଜାଣନ୍ତୁ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ ନା ଖାଲି ପାଦରେ ରହିବା ଭଲ ଏମିତି ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ। କେତେକ ଲୋକ ବିଶ୍ୱାସ କରନ୍ତି, ଖାଲି…

ପ୍ରଧାନମନ୍ତ୍ରୀଙ୍କୁ ସନ୍ଦେହ କରିବାର କାରଣ ନାହିଁ: ସିଇସି ନିଯୁକ୍ତି ପ୍ରକ୍ରିୟାକୁ ନେଇ କେନ୍ଦ୍ରର ସଫେଇ

ନୂଆଦିଲ୍ଲୀ,୧ା୮:ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ଏକ ସ୍ବାଧୀନ ଓ ନିରପେକ୍ଷ ପ୍ରକ୍ରିୟା ଜରୁରୀ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଥିଲେ।…

‘ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ’, ପିଏମ ମୋଦିଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କହି ଚର୍ଚ୍ଚାରେ ଅଭିନେତା

ନୂଆଦିଲ୍ଲୀ,୧।୮: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା…

ଅଭିଯୋଗର ଗୋଟିଏ ଦିନରେ ରାସ୍ତ ମରାମତି: ସିଟିଜେନ ଫୋରମଙ୍କୁ ଧନ୍ୟବାଦ

କେସିଙ୍ଗା,୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗିର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

ଔଷଧ କିଣିବା ପୂର୍ବରୁ ଜାଣନ୍ତୁ! ଆଜିଠୁ ବଦଳିଲା ୨୩ଟି ମେଡିସିନର ଦାମ୍‌

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଆଜି ଅଗଷ୍ଟ ୧ରୁ ଔଷଧର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ୨୨ଟି ଔଷଧ ଏବଂ ଫିକ୍ସଡ ଡୋଜ କମ୍ବିନେସନର ନୂତନ ଖୁଚୁରା…

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଧର୍ମ ପଚାରି କଲେ ଗୁଳି

ଶ୍ରୀନଗର,୧।୮: ଜମ୍ମୁ-କଶ୍ମୀରର କୁଲଗାମରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ହୋଇଛି। କୁଲଗାମ ଜିଲାର ଏକ ଇଟାଭାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri