ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଜ୍ବରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ, ଅଞ୍ଚଳରେ ଶୋକର ଛାୟା

ପାତ୍ରପୁର,୧୬।୯(ଉମା ଚରଣ ନେପାକ): ପାତ୍ରପୁର ବ୍ଲକ ଗୁଣ୍ଡୁରା ଗ୍ରାମର ପ୍ରତାପ ବାଡ଼ତ୍ୟା ଓ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରୁଥିଲେ । ତେବେ ବୁଧବାର ପ୍ରିୟଙ୍କା ବାଡ଼ତ୍ୟା(30)ଙ୍କ ମୃତ୍ୟୁ ହୋଇଛି । ଗତ ଚାରି ମାସ ତଳେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଦୁଇ ପୁଅଙ୍କୁ ପଦାଦିଗୀରେ ଆଈଙ୍କ ନିକଟରେ ଛାଡି ହାଇଦ୍ରାବାଦ ଯାଇଥିଲେ ।

ହାଇଦ୍ରାବାଦର ନିଜାମପେଟା ରୋଡ଼ ନିକଟ ବାସପେଲିରେ ଘର ଭଡା ନେଇ ଉଭୟ ରହି ପ୍ରତାପ ମିସ୍ତ୍ରୀ କାମ କରୁଥିବା ବେଳେ ପ୍ରିୟଙ୍କା ମଧ୍ୟ ଗୋଟିଏ କମ୍ପାନୀରେ କାମ କରୁଥିଲେ । ପ୍ରିୟଙ୍କାଙ୍କ ବାପା ମଧ୍ୟ ଝିଅ ସହ ରହୁଥିବା ବେଳେ ଗତ ମାସକ ତଳେ ପ୍ରିୟଙ୍କା ନିକଟରେ ଥିବା ପ୍ରାଇଭେଟ ସ୍କୁଲରେ କାମରେ ଯୋଗ ଦେଇଥିଲେ । ଗତ ଦୁଇ ଦିନ ହେଲା ପ୍ରିୟଙ୍କାଙ୍କୁ ଜ୍ୱର ହୋଇଥିବା ବେଳେ ବୁଧବାର ସ୍କୁଲ ଛୁଟି କରି ସ୍ୱାମୀ ଓ ସ୍ତ୍ରୀ ନିକଟରେ ଥିବା ମେଡିକାଲକୁ ଯାଇଥିଲେ । ଜ୍ୱର ଅଧିକ ଥିବାରୁ ସେଠାକାର ଡାକ୍ତର ତାଙ୍କୁ ନିକଟରେ ଥିବା ମମତା ହସପିଟାଲକୁ ସ୍ଥାନାନ୍ତର କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

ବଡ଼ ଖବର! ଏହି ରାଜ୍ୟରେ ଅକ୍ଟୋବର ୧ରୁ ମିଳିବନି ପେଟ୍ରୋଲ୍-ଡିଜେଲ୍

ଚଣ୍ଡିଗଡ଼,୧୬।୯: ହରିୟାଣାରେ ୧ ଅକ୍ଟୋବର ୨୦୨୬ରୁ ଯାନବାହନ ଚଳାଚଳକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏନ୍‌ସିଆର ଅଞ୍ଚଳରେ ପୁରୁଣା…

ଦିଗପହଣ୍ଡିରେ ମଧୁବୈଶ୍ଯ ସମାଜର ବାର୍ଷିକ ସମ୍ମିଳନୀ ; ପାରମ୍ପରିକ ବ୍ୟବସାୟର ପ୍ରଚାର ପ୍ରସାର ଉପରେ ବିଧାୟକଙ୍କ ଗୁରୁତ୍ୱ

ଦିଗପହଣ୍ଡି,୧୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହାଟତୋଟା ସ୍ଥିତ ଗୁପ୍ତେଶ୍ବର ଶୈବପୀଠ ପରିସରରେ ବଡଖେମୁଣ୍ଡି ତାଲୁକା ମଧୁବୈଶ୍ଯ (ଗୁଡିଆ) ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

ମା’ ରାମଚଣ୍ଡୀ ଶକ୍ତିପୀଠର ନୂତନ କର୍ମକର୍ତ୍ତା ଚୟନ; ପୁଣି ସଭାପତି ହେଲେ ସିଏଚ ଦୟାନନ୍ଦ, ବିମଳ ପଣ୍ଡା ସମ୍ପାଦକ

ଗଞ୍ଜାମ/ଛତ୍ରପୁର,୧୬।୯(ବିଦ୍ୟାଧର ସାହୁ/ଦିଲ୍ଲୀପି ସାମଲ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ ଓ ମା’ଙ୍କ ଷୋଡଶଦିନାତ୍ମକ ପୂଜା ନିମନ୍ତେ…

ବାପାଙ୍କ ଛୁରାମାଡ଼ରେ ପୁଅଙ୍କ ଚାଲିଗଲା ଜୀବନ, ନୂଆଁଖାଇରେ ହୋଇଥିଲା ରକ୍ତପାତ

ଝରିଗାଁ,୧୬।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତ ମଙ୍ଗଳବାର ରାତିରେ ବାପାର ଛୁରା ମାଡ଼ରେ…

କନ୍ନଡ ଅଭିନେତା ଅନନ୍ତ ନାଗ୍‌ ପାଇବେ ଦାଦା ସାହେବ ଫାଲ୍‌କେ ଆୱାର୍ଡ

ନୂଆଦିଲ୍ଲୀ,୧୬।୯: ଭାରତୀୟ ସିନେମାରେ ନିଜର ଦୀର୍ଘ ଓ ସ୍ମରଣୀୟ ଅବଦାନ ପାଇଁ ଦାଦାସାହେବ ଫାଲ୍‌କେ ପୁରସ୍କାର ପାଇବେ କନ୍ନଡ଼ ସିନେମାର ଭେଟେରାନ୍‌ ଅଭିନେତା ଅନନ୍ତ ନାଗ ।…

ଦେଶରେ ହଇଚଇ! Gen-Z ଙ୍କୁ ନୂଆ ମେସେଜ୍ ଦେଲେ ଓୱେସି, ଯିଏ ସ୍ତ୍ରୀଙ୍କ କଥା ମାନି ଚଳେ….

ଭୋପାଳ,୧୬।୯: ୟୁନିଫର୍ମ ସିଭିଲ୍ କୋଡ୍ (UCC) ବିରୋଧରେ ଭୋପାଳରେ ଆୟୋଜିତ ରାଲିରେ AIMIM ମୁଖ୍ୟ ତଥା ଲୋକସଭା ଏମପି ଅସଦୁଦ୍ଦିନ ଓୱେସି Gen Z ଯୁବପିଢ଼ିଙ୍କୁ ସମ୍ବୋଧିତ…

ଆଶାକର୍ମୀଙ୍କୁ ବଡ଼ ଉପହାର, ୨ଗୁଣା ବଢିଲା ଦରମା; ଏବେ ମିଳିବ…

ନୂଆଦିଲ୍‌ଲୀ,୧୬।୯: ଆଶା କର୍ମୀ (ASHA Workers) ମାନଙ୍କୁ ଏକ ବଡ଼ ଉପହାର। ଦିଲ୍ଲୀ ସରକାର ଆଶା କର୍ମୀମାନଙ୍କୁ ମିଳୁଥିବା ମାସିକ ପ୍ରୋତ୍ସାହନ ଭତ୍ତାକୁ ୩,୦୦୦ ଟଙ୍କାରୁ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?