Posted inଜାତୀୟ

ହାରିବା ଭୟରେ ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ବଦଳାଉଛି ଭାଜପା: ସିସୋଡିଆ

ନୂଆଦିଲ୍ଲୀ,୭ ।୪: ରାଜଧାନୀ ଦିଲ୍ଲୀରେ ଗୁରୁବାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧନ କରିବା ଅବସରରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ହିମାଚଳ ପ୍ରଦେଶରେ ଆମ ଆଦମୀ ପାର୍ଟି(ଏଏପି)କୁ ବହୁ ସମର୍ଥନ ମିଳୁଛି । ଯାହାର ଖୁବ୍ ଚର୍ଚ୍ଚା କରାଯାଉଛି । ସିସୋଡିଆ କହିଛନ୍ତି କେଜରିୱାଲ ମଡେଲ ଅଫ ଗଭର୍ନେସ ଲୋକଙ୍କୁ ଆଶା ଦେଉଛି । ଲୋକେ ଏହି ମଡେଲକୁ ନିଜ ରାଜ୍ୟରେ ଲାଗୁ କରିବାକୁ ଚାହୁଁଛନ୍ତି । ସିସୋଡିଆ କହିଛନ୍ତି ଲୋକଙ୍କର ଆମ ଆଦମୀ ପାର୍ଟି ପ୍ରତି ଉତ୍ସାହ ଦେଖି ଭାଜପା ଡରି ଯାଇଛି ।
ସିସୋଡିଆ ଆହୁରି ମଧ୍ୟ କହିଛନ୍ତି ଯେଉଁଠି ନିର୍ବାଚନ ହେଉଛି ସେଠାରେ ଲୋକେ କେଜରିୱାଲଙ୍କୁ ଖୋଜୁଛନ୍ତି । ଗୁଜରାଟରେ ବି ଏଏପିକୁ ଜବରଦସ୍ତ ରେସପନ୍ସ ମିଳୁଛି । ଲୋକେ ବହୁ ସଂଖ୍ୟାରେ ଏଏପିକୁ ସମର୍ଥନ କରୁଛନ୍ତି । ସେହିଭଳି ହିମାଚଳ ପ୍ରଦେଶରେ ଲୋକଙ୍କ ଏଏପି ପ୍ରତି ଜବରଦସ୍ତ ରେସପନ୍ସ ଦେଖି ଏବେ ଭାଜପା ସେଠାରେ ମୁଖ୍ୟମନ୍ତ୍ରୀ ବଦଳାଇବା କଥା ଚିନ୍ତା କରିଛି । ସେ ଦାବି କରିଛନ୍ତି ଯେ ହିମାଚଳ ପ୍ରଦେଶରେ ଏଏପି ହିଁ ସରକାର ଗଠନ କରିବ । ହିମାଚଳ ପ୍ରଦେଶରେ ଭାଜପା ମୁଖ୍ୟମନ୍ତ୍ରୀ କୌଣସି କାମ କରି ନାହାନ୍ତି । ଏହାକୁ ଲୁଚାଇବାକୁ ଏବେ ଭାଜପା ମୁଖ୍ୟମନ୍ତ୍ରୀ ବଦଳାଇବାକୁ ଯାଉଛି । ଜୟରାମ ଠାକୁର ଜଣେ ଅପାରଗ ମୁଖ୍ୟମନ୍ତ୍ରୀ । ତେଣୁ ଏବେ ଭାଜପା ତାଙ୍କ ସ୍ଥାନରେ ଅନୁରାଗ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଯାଉଛି । ତେବେ ଜୟରାମ ଠାକୁର ସିସୋଡିଆଙ୍କ ଏହି କଥାକୁ ଖାରଜ କରି ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଫୁଲବାଣୀର ନୂତନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ଓ…

ଲଗାଣ ବର୍ଷା: କାଲି ଏସବୁ ଜିଲାରେ ସ୍କୁଲ, କଲେଜ-ଅଙ୍ଗନବାଡ଼ି ବନ୍ଦ, ସତର୍କ ରହିବାକୁ…

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜିଲାର ଜିଲାପାଳମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

ଆସନ୍ତା ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ: ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲା ଦାୟିତ୍ବ, ଜାଣନ୍ତୁ …

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ବହୁତ…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ସରକାରଙ୍କୁ ପୁଣି ବଡ଼ ଆନ୍ଦୋଳନର ଧମକ ଦେଲେ ଅଭିଜିତ ଦିପ୍‌କେ, କହିଲେ ସର୍ତ୍ତ ନ ରଖିଲେ…

ନୂଆଦିଲ୍‌ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜିତ୍ ଦୀପକେ ପୁଣି ଥରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପୋଲିସ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri