Posted inଜାତୀୟ

ହାରିବା ଭୟରେ ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ବଦଳାଉଛି ଭାଜପା: ସିସୋଡିଆ

ନୂଆଦିଲ୍ଲୀ,୭ ।୪: ରାଜଧାନୀ ଦିଲ୍ଲୀରେ ଗୁରୁବାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧନ କରିବା ଅବସରରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ହିମାଚଳ ପ୍ରଦେଶରେ ଆମ ଆଦମୀ ପାର୍ଟି(ଏଏପି)କୁ ବହୁ ସମର୍ଥନ ମିଳୁଛି । ଯାହାର ଖୁବ୍ ଚର୍ଚ୍ଚା କରାଯାଉଛି । ସିସୋଡିଆ କହିଛନ୍ତି କେଜରିୱାଲ ମଡେଲ ଅଫ ଗଭର୍ନେସ ଲୋକଙ୍କୁ ଆଶା ଦେଉଛି । ଲୋକେ ଏହି ମଡେଲକୁ ନିଜ ରାଜ୍ୟରେ ଲାଗୁ କରିବାକୁ ଚାହୁଁଛନ୍ତି । ସିସୋଡିଆ କହିଛନ୍ତି ଲୋକଙ୍କର ଆମ ଆଦମୀ ପାର୍ଟି ପ୍ରତି ଉତ୍ସାହ ଦେଖି ଭାଜପା ଡରି ଯାଇଛି ।
ସିସୋଡିଆ ଆହୁରି ମଧ୍ୟ କହିଛନ୍ତି ଯେଉଁଠି ନିର୍ବାଚନ ହେଉଛି ସେଠାରେ ଲୋକେ କେଜରିୱାଲଙ୍କୁ ଖୋଜୁଛନ୍ତି । ଗୁଜରାଟରେ ବି ଏଏପିକୁ ଜବରଦସ୍ତ ରେସପନ୍ସ ମିଳୁଛି । ଲୋକେ ବହୁ ସଂଖ୍ୟାରେ ଏଏପିକୁ ସମର୍ଥନ କରୁଛନ୍ତି । ସେହିଭଳି ହିମାଚଳ ପ୍ରଦେଶରେ ଲୋକଙ୍କ ଏଏପି ପ୍ରତି ଜବରଦସ୍ତ ରେସପନ୍ସ ଦେଖି ଏବେ ଭାଜପା ସେଠାରେ ମୁଖ୍ୟମନ୍ତ୍ରୀ ବଦଳାଇବା କଥା ଚିନ୍ତା କରିଛି । ସେ ଦାବି କରିଛନ୍ତି ଯେ ହିମାଚଳ ପ୍ରଦେଶରେ ଏଏପି ହିଁ ସରକାର ଗଠନ କରିବ । ହିମାଚଳ ପ୍ରଦେଶରେ ଭାଜପା ମୁଖ୍ୟମନ୍ତ୍ରୀ କୌଣସି କାମ କରି ନାହାନ୍ତି । ଏହାକୁ ଲୁଚାଇବାକୁ ଏବେ ଭାଜପା ମୁଖ୍ୟମନ୍ତ୍ରୀ ବଦଳାଇବାକୁ ଯାଉଛି । ଜୟରାମ ଠାକୁର ଜଣେ ଅପାରଗ ମୁଖ୍ୟମନ୍ତ୍ରୀ । ତେଣୁ ଏବେ ଭାଜପା ତାଙ୍କ ସ୍ଥାନରେ ଅନୁରାଗ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଯାଉଛି । ତେବେ ଜୟରାମ ଠାକୁର ସିସୋଡିଆଙ୍କ ଏହି କଥାକୁ ଖାରଜ କରି ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲେ ଛାତ୍ରୀ

ରାଞ୍ଚି,୧୯ା୪: ଝାଡ଼ଖଣ୍ଡ ବୋର୍ଡ ଦଶମ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ଫଳାଫଳକୁ ଶିକ୍ଷା ସଚିବ ଉମାଶଙ୍କର ସିଂ, ଜେଏସି ବୋର୍ଡ ଅଧ୍ୟକ୍ଷ ଅନିଲ କୁମାର...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଭାଇସ ଆଡମିରାଲ ଦୀନେଶ ତ୍ରିପାଠୀ ହେବେ ପରବର୍ତ୍ତି ନୌସେନା ମୁଖ୍ୟ

ନୂଆଦିଲ୍ଲୀ,୧୯।୪: କେନ୍ଦ୍ର ସରକାର ଉପ-ଆଡମିରାଲ ଦୀନେଶ ତ୍ରିପାଠୀଙ୍କୁ ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ସେ ଏପ୍ରିଲ ୩୦ରେ ତାଙ୍କର ନୂତନ ପଦ ଗ୍ରହଣ...

ଲୋକ ସଭା ନିର୍ବାଚନ: ଭୋଟ ବର୍ଜନ କରି ଅନଶନରେ ବସିଲେ ଗ୍ରମାବାସୀ

ନୋଏଡା,୧୯।୪: ଉତ୍ତର ପ୍ରଦେଶରେ ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ୮ଟି ଆସନରେ ମତଦାନ ଚାଲିଛି। ଶୁକ୍ରବାର ୮୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।...

୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ...

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri