Posted inଜାତୀୟ

ଗୁଜରାଟ ବ୍ୟବସାୟୀଙ୍କ ସ୍ବାର୍ଥରେ ଭାଜପା

ଗୁଆହାଟୀ,୧୫ା୨: ଗୁଜରାଟର ବ୍ୟବସାୟୀମାନଙ୍କ ସ୍ବାର୍ଥ ପାଇଁ ଭାଜପା କାମ କରୁଛି। ଆସାମର ସମ୍ପତ୍ତିକୁ ଗୁଜରାଟ ବ୍ୟବସାୟୀ ଯେପରି ଚୋରି କରିପାରିବେ ସେଥିଲାଗି ରାଜ୍ୟରେ ବିଭାଜନ ଉଦ୍ୟମ ଚାଲିଛି ବୋଲି ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୈରିକ ଦଳକୁ ଟାର୍ଗେଟ କରିଛନ୍ତି। ଏହାସହ କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟର ଚା ଶ୍ରମିକଙ୍କ ମଜୁରି ଦୁଇଗୁଣରୁ ଅଧିକ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
୧୨୬ ନିର୍ବାଚନମଣ୍ଡଳୀ ମଧ୍ୟରୁ ଏକ-ତୃତୀୟାଂଶ (୩୫-୩୭) ଆସନରେ ଚା ଶ୍ରମିକ ଭୋଟରଙ୍କ ନିର୍ଣ୍ଣାୟକ ଭୂମିକା ରହିଛି। ତେଣୁ ନିର୍ବାଚନ ଆସିଲେ ଚା ଶ୍ରମିକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ସବୁ ଦଳ ଉଦ୍ୟମ କରିଥାନ୍ତି। ଏହି କ୍ରମରେ ରାହୁଲ ରବିବାର ଶିବସାଗରରେ ଏକ ସଭାକୁ ସମ୍ବୋଧିତ କରି ଚା ଶ୍ରମିକମାନଙ୍କୁ ଲୋଭ ଦେଖାଇଛନ୍ତି। ରାହୁଲ କହିଛନ୍ତି, ଚା ଶ୍ରମିକମାନେ ବର୍ତ୍ତମାନ ଦିନକୁ ୧୬୫ ଟଙ୍କା ମଜୁରି ପାଉଛନ୍ତି। ଏତିକି ଟଙ୍କାରେ ଶ୍ରମିକମାନେ କ’ଣ କିଣି ପାରିବେ? କଂଗ୍ରେସ କ୍ଷମତାକୁ ଆସିଲେ ଦୈନିକ ମଜୁରି ୩୬୫ ଟଙ୍କାକୁ ବୃଦ୍ଧି କରାଯିବ। ସେହିପରି ବେଆଇନ ପ୍ରବାସନ ବିରୋଧରେ ୬ ବର୍ଷ ଧରି ଚାଲିଥିବା ହିଂସାମତ୍କ ଆନ୍ଦୋଳନକୁ ରୋକିବା ଲାଗି ୧୯୮୫ରେ କେନ୍ଦ୍ର ସରକାର ଏବଂ ଏଏଏସ୍‌ୟୁ ମଧ୍ୟରେ ସ୍ବାକ୍ଷରିତ ଆସାମ ଚୁକ୍ତିର ସିଦ୍ଧାନ୍ତଗୁଡ଼ିକୁ ସୁରକ୍ଷା ଦେବା ପାଇଁ ରାହୁଲ ପ୍ରତିଶ୍ରୁତି ଦେଇଥିଲେ। ରାହୁଲ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ତରୁଣ ଗୋଗୋଇଙ୍କୁ ନିଜ ଗୁରୁ ଭାବେ ଅଭିହିତ କରିବା ସହ କଂଗ୍ରେସ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ରାଜ୍ୟରେ ଲାଗୁ କରାଇଦେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

ଜମିରେ ତଳି ରୋଇବା ବେଳେ ବଜ୍ରପାତ, ମହିଳା ଅଚେତ ହୋଇ…

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ କୃଷ୍ଣପୁର ଗ୍ରାମରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଜଣେ ମହିଳା ଚାଷଜମିରେ…

ସହାୟତାର ହାତ ବଢାଇଲେ ବବିତା

ସିଂହପୁର,୨।୮(ଅନଙ୍ଗ ଉଦୟ ବେଉରିଆ): ବିଞ୍ଝାରପୁର ବ୍ଲକ ଅଧୀନ ରଣପୁର ପଞ୍ଚାୟତ ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ବିଞ୍ଝାରପୁର ଭାଜପା ନେତ୍ରୀ ବବିତା ମଲ୍ଲିକ ବନ୍ୟା…

‘ଛୁରି ଧରି ମୋତେ ମାରିବାକୁ ଆସିଥିଲେ’, ଖବରଦାତା ସମ୍ମିଳନୀରେ ପପୁଙ୍କୁ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ,୨।୮: ରବିପୂର୍ଣ୍ଣିଆର ସ୍ୱାଧୀନ ଏମପି ପପୁ ଯାଦବ ରବିବାର ନିଜ ବାସଭବନରେ ଏକ ଖବରଦାତା ସମ୍ମିଳନୀ କରିଥିଲେ । ଏହି ସମୟରେ ହଠାତ୍ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।…

ହୃଦଘାତରେ ଚାଲିଗଲା ପରମବ୍ରହ୍ମ ଯୋଶୀଙ୍କ ଜୀବନ, କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା,୨।୮(ଉତ୍ତମ କୁମାର ଦାଶ): ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କଳାହାଣ୍ଡି ଜିଲା ଜୁନାଗଡ଼ର ପୂର୍ବତନ ବିଡ଼ିଓ ପରମ ବ୍ରହ୍ମ ଯୋଶୀ (୬୭)ଙ୍କ ଶନିବାର ଅପରାହ୍ନରେ ହୃଦଘାତରେ ପରଲୋକ…

ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲା ରିଲିଫ୍‌, ସାଉଣ୍ଟିଲେ ପ୍ରଶଂସା

ଚାନ୍ଦବାଲି,୨।୮(କିଷାନ ପାତ୍ର): ଭଦ୍ରକ ଜିଲା ଭାଜପା ମହିଳା ମୋର୍ଚ୍ଚା ସମ୍ପାଦିକା ସ୍ବାଗତିକା ପଲାଇଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ମାଧପୁର, ଭୂଇଁବୃତ୍ତି, ଘଟପୁର, ଆରଡ଼ି, ଓଲଗ,…

ଦାରିଙ୍ଗବାଡିରେ ବ୍ୟବସାୟୀଙ୍କ ଘରୁ ଲୁଟ୍ ଘଟଣା, ସନ୍ଧାନୀ କୁକୁର ପହଞ୍ଚି…

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ଚର୍ଚ୍ଚାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri