Posted inଜାତୀୟ

ଗୁଜରାଟ ବ୍ୟବସାୟୀଙ୍କ ସ୍ବାର୍ଥରେ ଭାଜପା

ଗୁଆହାଟୀ,୧୫ା୨: ଗୁଜରାଟର ବ୍ୟବସାୟୀମାନଙ୍କ ସ୍ବାର୍ଥ ପାଇଁ ଭାଜପା କାମ କରୁଛି। ଆସାମର ସମ୍ପତ୍ତିକୁ ଗୁଜରାଟ ବ୍ୟବସାୟୀ ଯେପରି ଚୋରି କରିପାରିବେ ସେଥିଲାଗି ରାଜ୍ୟରେ ବିଭାଜନ ଉଦ୍ୟମ ଚାଲିଛି ବୋଲି ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୈରିକ ଦଳକୁ ଟାର୍ଗେଟ କରିଛନ୍ତି। ଏହାସହ କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟର ଚା ଶ୍ରମିକଙ୍କ ମଜୁରି ଦୁଇଗୁଣରୁ ଅଧିକ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
୧୨୬ ନିର୍ବାଚନମଣ୍ଡଳୀ ମଧ୍ୟରୁ ଏକ-ତୃତୀୟାଂଶ (୩୫-୩୭) ଆସନରେ ଚା ଶ୍ରମିକ ଭୋଟରଙ୍କ ନିର୍ଣ୍ଣାୟକ ଭୂମିକା ରହିଛି। ତେଣୁ ନିର୍ବାଚନ ଆସିଲେ ଚା ଶ୍ରମିକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ସବୁ ଦଳ ଉଦ୍ୟମ କରିଥାନ୍ତି। ଏହି କ୍ରମରେ ରାହୁଲ ରବିବାର ଶିବସାଗରରେ ଏକ ସଭାକୁ ସମ୍ବୋଧିତ କରି ଚା ଶ୍ରମିକମାନଙ୍କୁ ଲୋଭ ଦେଖାଇଛନ୍ତି। ରାହୁଲ କହିଛନ୍ତି, ଚା ଶ୍ରମିକମାନେ ବର୍ତ୍ତମାନ ଦିନକୁ ୧୬୫ ଟଙ୍କା ମଜୁରି ପାଉଛନ୍ତି। ଏତିକି ଟଙ୍କାରେ ଶ୍ରମିକମାନେ କ’ଣ କିଣି ପାରିବେ? କଂଗ୍ରେସ କ୍ଷମତାକୁ ଆସିଲେ ଦୈନିକ ମଜୁରି ୩୬୫ ଟଙ୍କାକୁ ବୃଦ୍ଧି କରାଯିବ। ସେହିପରି ବେଆଇନ ପ୍ରବାସନ ବିରୋଧରେ ୬ ବର୍ଷ ଧରି ଚାଲିଥିବା ହିଂସାମତ୍କ ଆନ୍ଦୋଳନକୁ ରୋକିବା ଲାଗି ୧୯୮୫ରେ କେନ୍ଦ୍ର ସରକାର ଏବଂ ଏଏଏସ୍‌ୟୁ ମଧ୍ୟରେ ସ୍ବାକ୍ଷରିତ ଆସାମ ଚୁକ୍ତିର ସିଦ୍ଧାନ୍ତଗୁଡ଼ିକୁ ସୁରକ୍ଷା ଦେବା ପାଇଁ ରାହୁଲ ପ୍ରତିଶ୍ରୁତି ଦେଇଥିଲେ। ରାହୁଲ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ତରୁଣ ଗୋଗୋଇଙ୍କୁ ନିଜ ଗୁରୁ ଭାବେ ଅଭିହିତ କରିବା ସହ କଂଗ୍ରେସ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ରାଜ୍ୟରେ ଲାଗୁ କରାଇଦେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ବନ୍ୟା ପୀଡ଼ିତଙ୍କୁ ରନ୍ଧାଖାଦ୍ୟ ବାଣ୍ଟୁଛନ୍ତି ଭାଜପା ବିଧାୟକ: ଭିଡ଼ିଓ ଭାଇରାଲ

ଗୋଳାଘାଟ,୧୬।୭: ଆସାମରେ ବନ୍ୟା ଯୋଗୁ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ରିଲିଫ୍‌ ପ୍ରଦାନ ଜାରି ରହିଛି। ତେବେ ଗୋଳାଘାଟ...

୩୭୦ ଭୋଟରେ ଲୋକ ସଭାରେ ପାସ୍‌ ହେଲା ଜମ୍ମୁ-କଶ୍ମୀର ପୁର୍ନଗଠନ ବିଲ୍‌

ନୂଆଦିଲ୍ଲୀ,୬।୮: ରାଜ୍ୟ ସଭା ପରେ ଲୋକ ସଭାରେ ଗୃହୀତ ହୋଇଛି ଜମ୍ମୁ-କଶ୍ମୀର ପୁର୍ନଗଠନ ବିଲ୍‌। ଉକ୍ତ ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର...

କୁନୋ ଜାତୀୟ ଉଦ୍ୟାନରେ ଆଉ ୨ ଚିତା ଶାବକଙ୍କ ମୃତ୍ୟୁ

ଭୋପାଳ,୨୫।୫: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପ୍ରଥମ ଶାବକର ମୃତ୍ୟୁର କିଛି ଦିନ ପରେ ଗୁରୁବାର ଆଉ ଦୁଇ ଶାବକ ଚିତାଙ୍କର ମୃତ୍ୟୁ ଘଟିଛି। ଚିତା...

ସ୍କୁଟର ଚଳାଇବା ବେଳେ ଭାରସାମ୍ୟ ହରାଇଲେ ମମତା

କୋଲକାତା,୨୫।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗୁରୁବାର ଇ-ସ୍କୁଟରରେ ସଚିବାଳୟ ଯାଇଥିଲେ। ପରେ ରାଜ୍ୟ ସଚିବାଳୟରୁ ମୁଖ୍ୟମନ୍ତ୍ରୀ...

ସର୍ବସମ୍ମତ ସମର୍ଥନ ପ୍ରକୃତରେ ହୃଦୟସ୍ପର୍ଶୀ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୯: ମହିଳା ସଂରକ୍ଷଣ ବିଲ ମଧ୍ୟ ରାଜ୍ୟ ସଭାରେ ମଞ୍ଜୁରୀ ମଳିଛି। ସମସ୍ତ ସାଂସଦ ଏହି ବିଲ ସପକ୍ଷରେ ମତ ଦେଇଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ...

ସନି ଦେଓଲଙ୍କ ଲୋକ ସଭା ସଦସ୍ୟତା ସଙ୍କଟରେ: ଧାର୍ଯ୍ୟ ସୀମାଠାରୁ କରିଛନ୍ତି ଅଧିକ ଖର୍ଚ୍ଚ; ଇସି ଜାରି କରିପାରନ୍ତି ନୋଟିସ୍‌

ନୂଆଦିଲ୍ଲୀ,୧୯।୬: ପଞ୍ଜାବର ଗୁରୁଦାସପୁର ଲୋକ ସଭା ଆସନ ଏମ୍‌ପି ସନି ଦେଓଲଙ୍କ ସଦସ୍ୟତା ନେଇ ଏବେ ସଙ୍କଟ ଦେଖାଦେଇଛି। ସେ ନିର୍ବାଚନରେ ଧାର୍ଯ୍ୟ ସୀମାଠାରୁ ଅଧିକ...

ବଳାତ୍କାର, ପୋକ୍ସୋ ମାମଲା ତଦନ୍ତ ୨ ମାସରେ ସାର

ପାଟନା,୯ା୧୨(ପି.ଟି.): ବଳାତ୍କାର ମାମଲା ଏବଂ ପୋକ୍ସୋ ଆଇନରେ ରୁଜୁ ହୋଇଥିବା ମାମଲାଗୁଡ଼ିକର ତଦନ୍ତ ୨ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବା ଆବଶ୍ୟକ। ଏଥିପାଇଁ କେନ୍ଦ୍ର ଆଇନମନ୍ତ୍ରୀ...

‘୬ ମାସ ନୁହେଁ, ୬ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ପୁଷ୍କର’

ଡେରାଡୁନ,୪।୭: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି। ରାଜ୍ୟ ରାଜଧାନୀ ଡେରାଡୁନ ସ୍ଥିତ ରାଜ ଭବନରେ ଧାମି...

Advertisement
Archives

Model This Week