ତୁଟୁନି ଭାଜପା କନ୍ଦଳ, ସୁବିଧା ସ୍ଥିତିରେ ବିଜେଡି

ରସୁଲପୁର,(ରଞ୍ଜିତ ରାଉତ)/ ଯାଜପୁର, (ହର୍ଷବର୍ଦ୍ଧନ ବେହେରା) ୧୪ା୪ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଭାଜପା ସ୍ଥିତି ବିବାଦୀୟ ହୋଇପଡୁଛି। ୨୦୨୪ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହେଲାଣି ଏବଂ ଭାଜପା ଦଳୀୟ ପ୍ରାର୍ଥୀ ଘୋଷଣା କରିସାରିଛି। ତଥାପି ଏଠାରେ ଦଳୀୟ କନ୍ଦଳ ତୁଟିପାରୁନାହଁ। ଏବେ ବି ଦଳରେ ତୁତୁ ମେଁମେଁ ଲାଗି ରହିଛି। ଭାଜପା ଏଠି ପ୍ରମୁଖ ବିରୋଧୀ ବିଜେଡି ସହ ଲଢ଼ିବା ବଦଳରେ ଦଳୀୟ ନେତାଙ୍କ ମଧ୍ୟରେ କନ୍ଦଳ ତୀବ୍ରତର ହେଉଥିବା ଲକ୍ଷ୍ୟ କରାଯାଉଛି। କନ୍ଦଳ ଯୋଗୁ ବିଜେଡି ଚଳିତ ନିର୍ବାଚନରେ ସୁବିଧା ସ୍ଥିତି ଆଡ଼କୁ ଅଗ୍ରସର ହେଉଛି। ଏଠି ଭାଜପା ଟିକେଟ ପାଇଁ ପ୍ରମୁଖ ଦାବିଦାର କୁହାଯାଉଥିବା ଯୁବନେତା ହିମାଂଶୁ ଶେଖର ସାହୁ(ଲିକୁ)ଙ୍କୁ ଦଳ ପ୍ରାର୍ଥୀ ନ କରି ନାରୀନେତ୍ରୀ ସ୍ମୃତିରେଖା ପହିଙ୍କ ଉପରେ ଭରସା କରିଛି। ଏଭଳି ନିଷ୍ପତ୍ତି ନେଇ ଦଳ ଏହି ଆସନକୁ ଜିତିବା ବଦଳରେ ସ୍ଥିତି ବଞ୍ଚାଇ ରଖିବାକୁ ପ୍ରୟାସ କରୁଥିବା କୁହାଯାଉଛି। ତେଣେ ହିମାଂଶୁ ଟିକେଟରୁ ବାଦ୍‌ ପଡ଼ିବା ପଛରେ ତାଙ୍କ ସମର୍ଥକମାନଙ୍କ ଆକ୍ରମଣାତ୍ମକ ରାଜନୈତିକ ଶୈଳୀକୁ ଦାୟୀ କରାଯାଉଛି। ହିମାଂଶୁ ରୋଡ୍‌ ଶୋ, ଶୋଭାଯାତ୍ରା, ସଭାସମିତି ଜରିଆରେ ଶକ୍ତି ପ୍ରଦର୍ଶନ କରିଆସୁଛନ୍ତି। ମାତ୍ର ଦଳୀୟ କର୍ମୀଙ୍କ ଆଚରଣ, ଉଚ୍ଚାରଣ ଓ କାର୍ଯ୍ୟକଳାପ ହିମାଂଶୁଙ୍କୁ ହରଡ଼ଘଣାରେ ପକାଇ ଦେଇଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। କାରଣ ହିମାଂଶୁଙ୍କ ସମର୍ଥକଙ୍କ ପ୍ରତିକ୍ରିୟା ଓ ଆରୋପ ପ୍ରତ୍ୟାରୋପ ଭିଡିଓ ଏବଂ ଫଟୋଚିତ୍ର ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଏହାକୁ ଦଳର ପ୍ରମୁଖ ନେତାମାନେ ଗମ୍ଭୀରତାର ସହ ନେଇଥିବା କୁହାଯାଉଛି।

ଘଟଣାକ୍ରମରୁ ଦେଖିଲେ ୧୪ ଡିସେମ୍ବର ୨୦୨୩ରେ ହିମାଂଶୁ ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ଧର୍ମଶାଳାରୁ ଦୁର୍ନୀତି ହଟାଇବା, ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ କରିବା, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ କୁଶାସନକୁ ବିରୋଧ କରିବା, ଧର୍ମଶାଳାରୁ ପରିବାରବାଦ ରାଜନୀତିକୁ ଲୋପ କରିବା ଭଳି କେତେକ ପ୍ରମୁଖ ପ୍ରସଙ୍ଗକୁ ବିରୋଧ କରିବେ ବୋଲି ଖବରଦାତା ସମ୍ମିଳନୀ ଜରିଆରେ ସୂଚନା ଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ହିମାଂଶୁ ତାଙ୍କ ମୂଳ ଲକ୍ଷ୍ୟରେ ପହଞ୍ଚିବା ବଦଳରେ ଦଳୀୟ କନ୍ଦଳ ମଧ୍ୟରେ ଛନ୍ଦି ହୋଇଯାଇଥିଲେ। ବିଜେଡି ବିଧାୟକଙ୍କ ବିରୋଧରେ ସଂଗ୍ରାମ କରିବା ବଦଳରେ ନାରୀନେତ୍ରୀ ସ୍ମୃୃତିରେଖା ପହିଙ୍କୁ ନେଇ ତାଙ୍କର ଅନ୍ତଃକନ୍ଦଳ ସୃଷ୍ଟି ହୋଇଛି। ବିଭିନ୍ନ ସମୟରେ ଦଳୀୟ କାର୍ଯ୍ୟକ୍ରମକୁ ଏକାଠି ଆୟୋଜନ କରିବା ବଦଳରେ ପୃଥକ୍‌ ଆୟୋଜନ କରିବା ହିମାଂଶୁଙ୍କୁ ବିବାଦୀୟ କରିଦେଇଥିଲା। ଯେମିତି କି ସେ ଦଳରେ ମିଶିବା ପରଠାରୁ ଭାଜପା ପ୍ରତିଷ୍ଠା ଦିବସ, ସୁଶାସନ ଦିବସ, ଗୃହ ସମ୍ପର୍କ ଯୋଡ଼ିବା ଭଳି କେତେକ କାର୍ଯ୍ୟକ୍ରମକୁ ପୃଥକ୍‌ ଭାବରେ ଆୟୋଜନ କରିଥିଲେ। ଏହାଛଡ଼ା ହିମାଂଶୁଙ୍କ ସମର୍ଥକମାନେ ଦଳର ନେତ୍ରୀ ସ୍ମୃତିରେଖାଙ୍କୁ ସାମାଜିକ ଗଣମାଧ୍ୟମରେ ଗାଳିଗୁଲଜ କରିବା ଘଟଣାକୁ ନେଇ ଥାନାରେ ମାମଲା ରୁଜୁ କରାଯିବା ଦଳୀୟ କନ୍ଦଳକୁ ଆହୁରି ଗମ୍ଭୀର କରିଦେଇଥିଲା। ଏ ସବୁ ଘଟଣାକ୍ରମକୁ ନେଇ ଦଳୀୟ ନେତୃତ୍ୱ ହିମାଂଶୁଙ୍କ ଉପରେ ଖୁସି ନ ଥିବା କୁହାଯାଉଛି। ଏହା ପରେ ବି ହିମାଂଶୁଙ୍କ ଦଳୀୟ ଟିକେଟ ଆଶା ମଉଳିନାହିଁ। ହେଲେ ଭାଜପା ଭଳି ଏକ ଜାତୀୟ ଦଳ ତାଙ୍କର ଟିକେଟ ଦାବିକୁ କେତେଦୂର ପୁନର୍ବିଚାର କରିବ ତାକୁ ନେଇ ସାଧାରଣରେ ସନ୍ଦେହ କରାଯାଉଛି। ଏଭଳି ସ୍ଥିତିରେ ଚଳିତ ନିର୍ବାଚନରେ ଧର୍ମଶାଳାରେ ଜବରଦସ୍ତ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଯେଉଁ ଆଶା କରାଯାଉଥିଲା ତାହା କ୍ରମଶଃ ହ୍ରାସ ପାଉଛି। ଅନ୍ୟପକ୍ଷରେ ବିଜେଡିରୁ ଟିକେଟ ଆଶାୟୀ ଥିବା ଶ୍ରୀକାନ୍ତ ସାହୁ, ପ୍ରଭୁରଞ୍ଜନ ସାମଲ, ସତୀଶ୍‌ ବିଶ୍ୱାଳ ଏକପ୍ରକାର ନୀରବ ହୋଇଯାଇଛନ୍ତି। କିନ୍ତୁ ବଳବନ୍ତରାୟଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ପୂର୍ବତନ ଜିଲା ପରିଷଦ ସଭ୍ୟ ବିଶ୍ୱାଳ ଦଳ ଛାଡ଼ି ଦେଇଛନ୍ତି। ତେବେ ବିଜେଡିର ଅନ୍ୟ ଟିକେଟ ଆଶାୟୀମାନଙ୍କ ନୀରବତା ଏବଂ ହିମାଂଶୁ ଭାଜପା ଟିକେଟରୁ ବାଦ୍‌ ପଡ଼ିବା ଘଟଣା ବଳବନ୍ତରାୟଙ୍କୁ ତୃତୀୟଥର ପାଇଁ ବିଜୟର ବାଟ ଖୋଲିଦେଉଛି ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ହିମାଂଶୁଙ୍କ ରାଜନୈତିକ ଉଜ୍ଜ୍ୱଳ ଭବିଷ୍ୟତ ରହିଛି ବୋଲି କୁହାଯାଉଥିବାବେଳେ ଆଗକୁ ତାଙ୍କ ଗତି କୁଆଡକୁ ଯାଉଛି ଓ ସେ ନିର୍ବାଚନକୁ ନେଇ କି ପ୍ରକାର ରଣନୀତି ପ୍ରସ୍ତୁତ କରୁଛନ୍ତି ତା’ଉପରେ ସମସ୍ତଙ୍କର ନଜର ରହିଛି।
ଏଠାରେ ଭାଜପାର ସ୍ଥିତି ଅସ୍ଥିର ଥିବାବେଳେ ବିଜେଡି ପ୍ରାର୍ଥୀ ତଥା ବିଧାୟକ ପ୍ରଣବ ବଳବନ୍ତରାୟ ଅନେକ ମିଶ୍ରଣ ପର୍ବର ଆୟୋଜନ ସହ ପ୍ରଚାର ଜୋରସୋର କରିଛନ୍ତି। ୨୦୧୯ରେ ବଳବନ୍ତରାୟ ଜିଲାରେ ସର୍ବାଧିକ ୫୨,୭୩୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଇତିମଧ୍ୟରେ ସେ ବିଭିନ୍ନ ଖେଳ ପ୍ରତିଯୋଗିତା ଆୟୋଜନ କରି ଯୁବଗୋଷ୍ଠୀଙ୍କ ନିକଟତର ହେବାକୁ ଉଦ୍ୟମ କରିଛନ୍ତି। ତାଙ୍କୁ ଶୁକ୍ରବାର ଶତାଧିକ ନୂଆ ଭୋଟର ଭେଟି ଲୋକାଭିମୁଖୀ ଯୋଜନାଗୁଡିକ କେଉଁଭଳି ଘରେ ଘରେ ପହଞ୍ଚିବ ସେ ବିଷୟରେ ଆଲୋଚନା କରିଛନ୍ତି। ସେହିପରି ବାରବାଟୀ ଓ ଦେଓଦା ପଞ୍ଚାୟତର ବହୁ ଭାଜପା କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଏଥିରୁ ଭାଜପାର ବଳ କମୁଥିବାବେଳେ ବିଜେଡି ଆହୁରି ଶକ୍ତିଶାଳୀ ହେଉଥିବା ମନେହେଉଛି। ହେଲେ ୨୦୧୯ ବିଧାନସଭା ନିର୍ବାଚନ ତୁଳନାରେ ଏଥର ବିଜେଡିକୁ ଏଠାରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଶୁକ୍ରବାରଠାରୁ ହିମାଂଶୁ ଗଁା ଗଁା ବୁଲି ଭାଜପା ଟିକେଟ ନିଶ୍ଚିତ ଭାବେ ପାଇବେ ବୋଲି ଲୋକଙ୍କୁ କହୁଛନ୍ତି। ତେବେ ଭାଜପାର ଦଳୀୟ ଟିକେଟ ହାତକୁ ନ ଆସିବା ପର୍ଯ୍ୟନ୍ତ ଉଭୟ ସ୍ମୃତିରେଖା ଏବଂ ହିମାଂଶୁ ଭାଜପା କର୍ମୀମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇ ପାରୁନାହାନ୍ତି। ଏହା ଭାଜପାର ଭାବମୂର୍ତ୍ତିକୁ ଆଘାତ ପହଞ୍ଚାଇବା ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?