Posted inଜାତୀୟ

୪ ବିଧାୟକଙ୍କୁ ଭାଜପା ଦେଇଛି ୨୦ କୋଟି ଟଙ୍କା ଲେଖାଏଁ ଅଫର, ଏଏପି ଆଣିଲା ଅଭିଯୋଗ…

ନୂଆଦିଲ୍ଲୀ, ୨୪।୮ : ଦିଲ୍ଲୀର ମଦ ନୀତିକୁ ନେଇ ରାଜନୈତିକସ୍ତରରେ ଜାରି ରହିଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ ବୁଧବାର ଆମ ଆଦମୀ ପାର୍ଟି(ଏଏପି) ଏକ ଗଣମାଧ୍ୟମ ସମ୍ମିଳନୀ କରିଛି। ଏଏପିର ଏମ୍‌ପି ସଞ୍ଜୟ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହା ସହିତ ସେ କେନ୍ଦ୍ର ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ମୋଦି ସରକାରଙ୍କ ଏହି ହୀନ ଉଦ୍ଦେଶ୍ୟର ପର୍ଦ୍ଦାଫାଶ୍‌ ହୋଇଛି।

ଭାଜପା ଏଏପି ବିଧାୟକଙ୍କୁ ନିଜ ପଟକୁ ନେବାକୁ ୨୦ କୋଟି ଟଙ୍କାର ଅଫର ଦେଇଛି। ମାତ୍ର ସେମାନେ ଅରବିନ୍ଦ କେଜରିୱାଲଙ୍କ ସୈନିକ, ସେମାନେ ଭାଜପା ସାମ୍ନାରେ ଏଭଳି ବିକ୍ରି ହେବେ ନାହିଁ। ସଞ୍ଜୟ ସିଂ ଦାବି କରିଛନ୍ତି ଯେ ଭାଜପା ଏଏପିର ଚାରିଜଣ ବିଧାୟକ ସଞ୍ଜିବ ଝା ଏବଂ ସୋମନାଥ ଭାରତୀ, ଅଜୟ ଦତ୍ତ ଏବଂ କୁଲଦୀପ କୁମାରଙ୍କୁ ନିଜ ଆଡ଼କୁ ନେବାକୁ ଚେଷ୍ଟା କରିଛି ଏବଂ ସେମାନଙ୍କୁ ୨୦ କୋଟି ଟଙ୍କା ଲେଖାଏଁ ଅଫର ଦେଇଛି। କିନ୍ତୁ ଦିଲ୍ଲୀରେ ଏହାର ଉଦ୍ଦେଶ୍ୟରେ ଭାଜପା ସଫଳ ହେବ ନାହିଁ। ଫଳରେ ପୁଣିଥରେ ଭାଜପାର ଅପରେଶନ ଲୋଟସ ଫେଲ୍‌ ହୋଇଛି।

 

ଏହାପୂର୍ବରୁ ମଙ୍ଗଳବାର ଆମ ଆଦମୀ ପାର୍ଟି ମୁଖପାତ୍ର ସୌରଭ ଭରଦ୍ୱାଜ କହିଥିଲେ ଯେ ଦ୍ୱିତୀୟ ଥର ପାଇଁ ବିଜେପିର ଅପରେଶନ ଲୋଟସ ବିଫଳ ହୋଇଛି। ୨୦୧୪ ପରେ ଏବେ ୨୦୨୨ରେ ଭାଜପାର ଅପରେଶନ ଲୋଟସ କାମ କରିନାହିଁ। ୨୦୧୪ରେ, ବିଜେପି ଏଏପି ବିଧାୟକଙ୍କୁ ୫ କୋଟି ଟଙ୍କା ଲେଖାଏଁ ଅଫର ଦେଇଥିଲା। ବର୍ତ୍ତମାନ ଦଳରେ ଯୋଗଦେବା ପାଇଁ ଭାଜପା ମନୀଷ ସିସୋଡିଆଙ୍କୁ ଅଫର ଦେଇଛି।

ସୌରଭ ଭରଦ୍ୱାଜ ଅଭିଯୋଗ କରିଛନ୍ତି ଯେ ଅପରେଶନ ଲୋଟସ ଭାଜପା ମୁଖ୍ୟାଳୟରୁ ଆରମ୍ଭ ହୋଇଥାଏ। ଯେଉଁ ରାଜ୍ୟରେ ଭାଜପା ପରାଜିତ ହୁଏ ସେଠାରେ ଅନ୍ୟ ଦଳର ବିଧାୟକ କିଣି ସରକାର ଗଠନ କରେ ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମକା ଦାମ୍‌ ଶୁଣି ମନ୍ତ୍ରୀ ଆଶ୍ଚର୍ଯ୍ୟ

ଭୋପାଳ,୨୨।୭: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ମଧ୍ୟପ୍ରଦେଶର ମାଣ୍ଡଲାର ଏମ୍‌ପି ଫଗାନ ସିଂ କୁଲାସ୍ତେଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।...

ଭାଜପାର ଆସନ ସଂଖ୍ୟା ହ୍ରାସ ପାଇବ: ଅଖିଳେଶ

ଲକ୍ଷ୍ନୌ,୧୧।୩: ଭାଜପାର ଆସନ ସଂଖ୍ୟା ହ୍ରାସ ହୋଇପାରିବ ବୋଲି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଶୁକ୍ରବାର କହିଛନ୍ତି। ସେ କହିଛନ୍ତି, ଆମ ଆସନକୁ ବୃଦ୍ଧି...

ଉପସ୍ଥିତ ବୁଦ୍ଧି ଯୋଗୁ ବୃଦ୍ଧଙ୍କ ଜୀବନ ବଞ୍ଚାଇଲେ ଜିଆର୍‌ପି ପୋଲିସ

ମୁମ୍ବାଇ,୮।୨: ମୁମ୍ବାଇ ଘାଟକୋପର ରେଳ ଷ୍ଟେଶନରେ ଜଣେ ଯବାନଙ୍କ ସାହସିକତା ଯୋଗୁ ଜଣେ ବୃଦ୍ଧଙ୍କ ଜୀବନ ବଞ୍ଚିଯାଇଛି। ବୃଦ୍ଧ ଜଣଙ୍କର ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ...

ଟିକାକରଣ କେନ୍ଦ୍ରରେ ମହିଳାଙ୍କ ସଂଘର୍ଷ: ମାର୍‌ପିଟ୍‌ ପରେ ପରସ୍ପରର ଚୁଟି ଟାଣିଲେ; ଭିଡିଓ ଦେଖିଲେ..

ଖାର୍ଗୋନ,୨୩।୭: ମଧ୍ୟପ୍ରଦେଶର ଖାର୍ଗୋନ ଜିଲାରେ କୋଭିଡ ଟୀକାକରଣକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଛି। ଟୀକାକରଣ ଅଭିଯାନକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ...

୪୪% କୋଭିଡ୍‌ ମୃତ୍ୟୁରେ ପ୍ରଭାବିତ ହୋଇଥିଲା ଫୁସ୍‌ଫୁସ୍‌

ମୁମ୍ବାଇ,୧୪।୨: କରୋନା ମହାମାରୀର ତୃତୀୟ ଲହର ବେଳେ ଜାନୁୟାରୀରେ ପ୍ରାଣ ହରାଇଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୪୪ ପ୍ରତିଶତଙ୍କ ଫୁସ୍‌ଫୁସ୍‌ କ୍ଷତିଗ୍ରସ୍ତ ହୋଇଥିଲା। ସେମାନଙ୍କଠାରେ ଗୁରୁତର...

ବାଚସ୍ପତିଙ୍କ ଗାଇଡ୍‌ କି ମେଣ୍ଟର୍‌ ନୁହନ୍ତି ରାଜ୍ୟପାଳ

ନୂଆଦିଲ୍ଲୀ,୨୦ା୭(ପି.ଟି.): କର୍ନାଟକରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିବାବେଳେ ରାଜ୍ୟପାଳ ଭଜୁଭାଇ ଭାଲା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କୁ ଦୁଇଥର ମହଲତ୍‌ ଦେଇସାରିଲେଣି।...

ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍‌ କ୍ୟାନସର, ଚିକିତ୍ସା ପାଇଁ ଯିବେ ବିଦେଶ

ମୁମ୍ବାଇ, ୧୨।୮: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର। ସଞ୍ଜୟଙ୍କୁ ଫୁସ୍‌ଫୁସ୍‌ କର୍କଟ (କ୍ୟାନସର) ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ...

ଭାରତକୁ ପାକିସ୍ତାନର ହାସ୍ୟାସ୍ପଦ ଧମକ: ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି କହିଲା

ନୂଆଦିଲ୍ଲୀ, ୮।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ି ଚାଲିଛି। ଏପରିସ୍ଥଳେ ଭାରତକୁ ପାକିସ୍ତାନ ହାସ୍ୟାସ୍ପଦ ଧମକ ଦେଇଛି। ପାକିସ୍ତାନ ସୈନ୍ୟ ବାହିନୀ ମୁଖ୍ୟ...

Advertisement
Archives

Model This Week