Posted inଜାତୀୟ

ବିଭେଦ ସୃଷ୍ଟି କରୁଛି ଭାଜପା ସରକାର: ସୋନିଆ

ରାଏବରେଲି,୨୨।୨: ଭାଜପା ନେତୃତ୍ୱାଧୀନ ସରକାର ଲୋକଙ୍କ ମଧ୍ୟରେ ବିଭେଦର ମଞ୍ଜି ବୁଣିବା ବ୍ୟତୀତ ଅନ୍ୟ କିଛି କରୁନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର କହିଛନ୍ତି। ରାଏବରେଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିବା ସୋନିଆ କହିଥିଲେ, ଭାଜପା ତାଙ୍କ ନିର୍ବାଚନ ମଣ୍ଡଳୀ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛି। କୋଭିଡ୍‌ ମହାମାରୀ ପରିଚାଳନାରେ ବିଫଳତା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦାୟୀ କରିଛନ୍ତି। ଗତ ୫ ବର୍ଷ ହେଲା ଭାଜପା ସରକାର ଲୋକଙ୍କ ମଧ୍ୟରେ ବିଭାଜନ କରିବା ବ୍ୟତୀତ ଅନ୍ୟ କିଛି କରିନାହିଁ। ଏଥର ନିର୍ବାଚନ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି ବୋଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ସୋନିଆ କହିଛନ୍ତି। ଆସନ୍ତା ୨୩ରେ ରାଏବରେଲିରେ ମତଦାନ ହେବାକୁ ଯାଉଛି।
୨୦୦୪ରୁ ରାଏବରେଲିରୁ ଏମ୍‌ପି ରହିଆସିଥିବା ସୋନିଆ କହିଥିଲେ, ମହାମାରୀ ସମୟରେ ଯୋଗୀ ସରକାର ଜନସାଧାରଣଙ୍କ ଦୁର୍ଦ୍ଦଶା ପ୍ରତି ଆଖିବୁଜି ଦେଇଥିଲେ। ଚାଷୀଙ୍କ ଦୁର୍ଦ୍ଦଶା ଏବଂ ତୈଳ ଦର ବୃଦ୍ଧି ତଥା ମୁଦ୍ରାସ୍ଫୀତିକୁ ନେଇ ସେ ସମାଲୋଚନା କରିଥିଲେ। ଶିକ୍ଷିତ ଯୁବକ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ଭାଜପା ସରକାର ସେମାନଙ୍କୁ ଘରେ ବସିବାକୁ ବାଧ୍ୟ କରୁଛି। ଅନୂ୍ୟନ ୧୨ ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଛି, ହେଲେ ଯୁବତୀଯୁବକଙ୍କୁ ନିଯୁକ୍ତି ଦିଆଯାଉ ନାହିଁ କହି ସୋନିଆ ଭାଜପା ସରକାରକୁ ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟାର୍ଗେଟ କିଲିଂ: ଜଣେ କଶ୍ମୀର ପଣ୍ଡିତଙ୍କୁ ହତ୍ୟା…

ଶ୍ରୀନଗର,୨୬।୨ : ଆତଙ୍କବାଦୀମାନେ ପୁଣି ଥରେ କଶ୍ମୀର ଉପତ୍ୟକାର ପୁଲୱାମାରେ ଟାର୍ଗେଟରେ କିଲିଂ କରିଛନ୍ତି। ରବିବାର ଆତଙ୍କବାଦୀମାନେ କଶ୍ମୀରୀ ପଣ୍ଡିତ ସଞ୍ଜୟ ଶର୍ମାଙ୍କ ଉପରକୁ ଗୁଳି...

ମଣିଶଙ୍କର ଆୟାରଙ୍କ ବୟାନକୁ ନେଇ କଂଗ୍ରେସକୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨୪।୮: କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାରଙ୍କ ବୟାନ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବେ ଆକ୍ସନ ମୁଡରେ ଅଛି। ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ...

ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ଆବେଦନ ପୁଣି ଖାରଜ

ମୁମ୍ବାଇ,୧୬।୧୧: ଶିନା ବୋରା ହତ୍ୟା ମାମଲାରେ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନକୁ ମଙ୍ଗଳବାର ବମ୍ବେ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଅଗଷ୍ଟ ୨୦୧୫ରେ ମୁଖାର୍ଜୀଙ୍କୁ ଗିରଫ...

କୋକେନ ମାମଲା: ମଡେଲ ଗିରଫ

କୋଲକାତା,୧୧।୩ : ନ୍ୟୁ ଆଲିପୁର କୋକେନ୍‌ ମାମଲାରେ କୋଲକାତା ନ୍ୟୁ ଟାଉନ୍‌ର ଜଣେ ମଡେଲଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଗିରଫ ହେବାରେ ମଡେଲ ଅମ୍ରିତା...

ଦୁଇ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀର ହେବ ଆତଙ୍କବାଦ ମୁକ୍ତ…

ନୂଆଦିଲ୍ଲୀ,୧୮।୧୧: ଜମ୍ମୁ -କଶ୍ମୀରରେ ଆତଙ୍କବାଦକୁ ନେଇ ଉପରାଜ୍ୟପାଳ ମନୋଜ ସିହ୍ନା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରରୁ ଆତଙ୍କବାଦ ସମ୍ପୂର୍ଣ୍ଣ...

କାହିଁକି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ କନିକା

ଲକ୍ଷ୍ନୌ,୨୩।୩: ବଲିଉଡ୍‌ ଗାୟିକା କନିକା କପୁର ଏବେ କରୋନା ଭାଇରସରେ ପୀଡ଼ିତ ଥିବା ବେଳେ ତାଙ୍କର କାର୍ଯ୍ୟକଳାପକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ସେ ଲଣ୍ଡନରୁ...

ଆଦିପୁରୁଷ ବ୍ୟାନ୍‌ ଦାବିରେ ବିକ୍ଷୋଭ

ଲକ୍ଷ୍ନୌ,୧୯।୬: ରାମାୟଣ କଥାବସ୍ତୁ ଉପରେ ଆଧାରିତ ପାନ୍‌ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’ ବ୍ୟାନ୍‌ ଦାବିରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ ସଙ୍ଗଠନଗୁଡ଼ିକ ଦ୍ୱାରା ବିକ୍ଷୋଭ...

‘ଏକଛତ୍ରବାଦୀ ମୋଦି ସରକାରଙ୍କୁ ହଟାଇବାକୁ ପଡିବ’

ପାଟନା,୧୭।୮: ବିହାରରେ ପରିବର୍ତ୍ତିତ ସମୀକରଣ ଏବଂ କ୍ୟାବିନେଟ ବିସ୍ତାର ମଧ୍ୟରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ବୁଧବାର...

Advertisement
Archives

Model This Week