Posted inଜାତୀୟ

ବିଧାୟକ କିଣାବିକା ମାମଲାରେ ଭାଜପା ମହାସଚିବଙ୍କ ନାମ…

ହାଇଦ୍ରାବାଦ,୨୪।୧୧ : ତେଲେଙ୍ଗାନା ପୋଲିସର ଏସଆଇଟି ଗୁରୁବାର ତେଲେଙ୍ଗାନାର ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ)ର ଚାରିଜଣ ବିଧାୟକଙ୍କ କିଣାବିକା କାରବାର ମାମଲାରେ ଭାଜପା ଜାତୀୟ ସଂଗଠନର ମହାସଚିବ ବି.ଏଲ ସନ୍ତୋଷଶ ଏବଂ ଅନ୍ୟ ତିନିଜଣଙ୍କ ବିରୋଧରେ ଅଭିଯୋଗ ଆଣିଛି। ଏହା ସହିତ ଏହି ମାମଲାରେ ଅଭିଯୁକ୍ତଙ୍କ ସଂଖ୍ୟା ସାତକୁ ବୃଦ୍ଧି ପାଇଛି। ନଭେମ୍ବର ୨୬ କିମ୍ବା ୨୮ରେ ପଚରାଉଚରା ପାଇଁ ହାଜର ହେବାକୁ ପୋଲିସ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସନ୍ତୋଷଙ୍କୁ ଆଉ ଏକ ନୋଟିସ ଜାରି କରିଛି।

ଏହାପୂର୍ବରୁ, ନଭେମ୍ବର ୨୧ରେ ପଚରାଉଚରା ପାଇଁ ହାଜର ହେବାକୁ ଏସଆଟି ସନ୍ତୋଷ ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରିଥିଲା।

ଦୁର୍ନୀତି ନିବାରଣ ବ୍ୟୁରୋର ସ୍ବତନ୍ତ୍ର ଅଦାଲତରେ ଏସଆଇଟି ଏକ ମେମୋ ଦାଖଲ କରିଛି ଯେଉଁଥିରେ ବି.ଏଲ ସନ୍ତୋଷ, ଭାରତ ଧର୍ମ ଜନ ସେନା ମୁଖ୍ୟ ତୁଷାର ଭେଲାପାଲ୍ଲି, କେରଳର ଡାକ୍ତର ଗଗୁ କୋଟିଲିଲ ଏବଂ ଆଇନଜୀବୀ ଭୁସାରପୁ ଶ୍ରୀନିବାସଙ୍କୁ ଏହି ମାମଲାରେ ଅଭିଯୁକ୍ତ କରାଯାଇଛି। ସାଇବରବାଦ ସୀମାରେ ଥିବା ମୋଇନାବାଦ ପୋଲିସ ଷ୍ଟେଶନରେ ଏହି ମାମଲା ରୁଜୁ ହୋଇଛି। ମୁଖ୍ୟ ଅଭିଯୁକ୍ତଙ୍କ ତାଲିକାରେ ରାମଚନ୍ଦ୍ର ଭାରତୀ, କେ ନନ୍ଦ କୁମାର ଏବଂ ସିମହାଜୀ ସ୍ବାମୀ ସମ୍ପ୍ରତି ନ୍ୟାୟିକ ହେପାଜତରେ ରହିଛନ୍ତି।

କ୍ରାଇମବ୍ରାଞ୍ଚର ଧାରା ୪୧-ଏ ଅନୁଯାୟୀ ଓ୍ବାଇଏସଆର କଂଗ୍ରେସର ବିଦ୍ରୋହୀ ଏମ୍‌ପି କେ ରଘୁରାମ କୃଷ୍ଣ ରାଜୁଙ୍କୁ ଏକ ନୋଟିସପଠାଇବାକୁ ଏସଆଇଟି ଅଧିକାରୀମାନେ ଯୋଜନା କରୁଛନ୍ତି। ତେବେ ଏଥିରେ ଅସନ୍ତୁଷ୍ଟ ରାଜନେତା କିପରି ଜଡିତ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଡାକ୍ତର ଜଗୁଙ୍କ ଭାଇ ମାନିଲାଲ ଏବଂ ତାଙ୍କର ତିନିଜଣ ବ୍ୟକ୍ତିଗତ ସହାୟକ ଶରତ, ପ୍ରଶାନ୍ତ ଏବଂ ଭିମଲ ତଥା ଅମୃତା ଡାକ୍ତରଖାନାର ମୁଖ୍ୟ ସୁରକ୍ଷା ଅଧିକାରୀ (ସିଏସଓ) କୁ ମଧ୍ୟ ଏସଆଇଟି ଧାରା ୪୧-ଏ ଅନୁଯାୟୀ ନୋଟିସ ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri