Posted inଜାତୀୟ

ବିଧାୟକ କିଣାବିକା ମାମଲାରେ ଭାଜପା ମହାସଚିବଙ୍କ ନାମ…

ହାଇଦ୍ରାବାଦ,୨୪।୧୧ : ତେଲେଙ୍ଗାନା ପୋଲିସର ଏସଆଇଟି ଗୁରୁବାର ତେଲେଙ୍ଗାନାର ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ)ର ଚାରିଜଣ ବିଧାୟକଙ୍କ କିଣାବିକା କାରବାର ମାମଲାରେ ଭାଜପା ଜାତୀୟ ସଂଗଠନର ମହାସଚିବ ବି.ଏଲ ସନ୍ତୋଷଶ ଏବଂ ଅନ୍ୟ ତିନିଜଣଙ୍କ ବିରୋଧରେ ଅଭିଯୋଗ ଆଣିଛି। ଏହା ସହିତ ଏହି ମାମଲାରେ ଅଭିଯୁକ୍ତଙ୍କ ସଂଖ୍ୟା ସାତକୁ ବୃଦ୍ଧି ପାଇଛି। ନଭେମ୍ବର ୨୬ କିମ୍ବା ୨୮ରେ ପଚରାଉଚରା ପାଇଁ ହାଜର ହେବାକୁ ପୋଲିସ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସନ୍ତୋଷଙ୍କୁ ଆଉ ଏକ ନୋଟିସ ଜାରି କରିଛି।

ଏହାପୂର୍ବରୁ, ନଭେମ୍ବର ୨୧ରେ ପଚରାଉଚରା ପାଇଁ ହାଜର ହେବାକୁ ଏସଆଟି ସନ୍ତୋଷ ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରିଥିଲା।

ଦୁର୍ନୀତି ନିବାରଣ ବ୍ୟୁରୋର ସ୍ବତନ୍ତ୍ର ଅଦାଲତରେ ଏସଆଇଟି ଏକ ମେମୋ ଦାଖଲ କରିଛି ଯେଉଁଥିରେ ବି.ଏଲ ସନ୍ତୋଷ, ଭାରତ ଧର୍ମ ଜନ ସେନା ମୁଖ୍ୟ ତୁଷାର ଭେଲାପାଲ୍ଲି, କେରଳର ଡାକ୍ତର ଗଗୁ କୋଟିଲିଲ ଏବଂ ଆଇନଜୀବୀ ଭୁସାରପୁ ଶ୍ରୀନିବାସଙ୍କୁ ଏହି ମାମଲାରେ ଅଭିଯୁକ୍ତ କରାଯାଇଛି। ସାଇବରବାଦ ସୀମାରେ ଥିବା ମୋଇନାବାଦ ପୋଲିସ ଷ୍ଟେଶନରେ ଏହି ମାମଲା ରୁଜୁ ହୋଇଛି। ମୁଖ୍ୟ ଅଭିଯୁକ୍ତଙ୍କ ତାଲିକାରେ ରାମଚନ୍ଦ୍ର ଭାରତୀ, କେ ନନ୍ଦ କୁମାର ଏବଂ ସିମହାଜୀ ସ୍ବାମୀ ସମ୍ପ୍ରତି ନ୍ୟାୟିକ ହେପାଜତରେ ରହିଛନ୍ତି।

କ୍ରାଇମବ୍ରାଞ୍ଚର ଧାରା ୪୧-ଏ ଅନୁଯାୟୀ ଓ୍ବାଇଏସଆର କଂଗ୍ରେସର ବିଦ୍ରୋହୀ ଏମ୍‌ପି କେ ରଘୁରାମ କୃଷ୍ଣ ରାଜୁଙ୍କୁ ଏକ ନୋଟିସପଠାଇବାକୁ ଏସଆଇଟି ଅଧିକାରୀମାନେ ଯୋଜନା କରୁଛନ୍ତି। ତେବେ ଏଥିରେ ଅସନ୍ତୁଷ୍ଟ ରାଜନେତା କିପରି ଜଡିତ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଡାକ୍ତର ଜଗୁଙ୍କ ଭାଇ ମାନିଲାଲ ଏବଂ ତାଙ୍କର ତିନିଜଣ ବ୍ୟକ୍ତିଗତ ସହାୟକ ଶରତ, ପ୍ରଶାନ୍ତ ଏବଂ ଭିମଲ ତଥା ଅମୃତା ଡାକ୍ତରଖାନାର ମୁଖ୍ୟ ସୁରକ୍ଷା ଅଧିକାରୀ (ସିଏସଓ) କୁ ମଧ୍ୟ ଏସଆଇଟି ଧାରା ୪୧-ଏ ଅନୁଯାୟୀ ନୋଟିସ ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?