ବିଏମ୍‌ସି ନାଁରେ ନାହିଁ ନୂତନ ବିଲ୍ଡିଂ, ଅସନ୍ତୋଷ ବ୍ୟକ୍ତକଲେ ମେୟର

ଭୁବନେଶ୍ୱର, ୨୪।୧୧ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର କର୍ପୋରେଶନ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓ୍ବାର୍ଡ ନଂ ୫୫ର କର୍ପୋରେଟର ନୃପେଶ ନାୟକ ବିଏମ୍‌ସିର ନୂତନ ବିଲ୍ଡିଂ କାହା ନାମରେ ଅଛି ବୋଲି ପ୍ରଶ୍ନ କରିଥିଲେ। ଅନ୍ୟ କର୍ପୋରେଟର ଏବଂ ମେୟର ଏହାକୁ ସମର୍ଥନ କରିବା ସହ ଯେପର୍ଯ୍ୟନ୍ତ ସମ୍ପୃକ୍ତ ବିଲ୍ଡିଂ ବିଏମ୍‌ସି ନାମରେ ହୋଇନାହିଁ ସେଠାକୁ କେହି ଯିବେ ନାହିଁ ବୋଲି ମେୟର କହିଥିଲେ। ଏଥିସହ ସେଠାରେ ହୋଇଥିବା କର୍ପୋରେଶନ ମିଟିଂ ହଲ୍‌କୁ ଅନ୍ୟ ସମୟରେ ଭଡ଼ାରେ ଦେବା ପାଇଁ ଆଲୋଚନା ହେଉଥିବା ଚର୍ଚ୍ଚା ହୋଇଥିଲା, ଯାହାକୁ ନେଇ ବୈଠକରେ ମେୟର ଏବଂ ଅନ୍ୟ କର୍ପୋରେଟରମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ୨୦୧୩-୧୪ ଠାରୁ ୨୦୨୦-୨୧ ମଧ୍ୟରେ ବିଏମ୍‌ସିର ପରିମଳ ବିଭାଗ ପାଖରେ ୨୪୨ କୋଟି ଟଙ୍କାର ହିସାବ ନ ଥିବା ବା ହେର୍‌ଫେର ହୋଇଥିବା ନୃପେଶ ଅଭିଯୋଗ କରିଥିଲେ। ସେହିପରି ୨୦୧୯ରେ ୬୭ଟି ଓ୍ବାର୍ଡରେ ୪୫ଟି ବେଆଇନ୍‌ ମୋବାଇଲ୍‌ ଟାଓ୍ବାର ବସାଯାଇଛି। ଏ ନେଇ ବିଏମ୍‌ସି ଲିଖିତ ଭାବେ ସ୍ବକାରୋକ୍ତି ଦେଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ତେବେ ଆସନ୍ତା ସପ୍ତାହ ମଧ୍ୟରେ ଟାଓ୍ବାର ଭଙ୍ଗା ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ସ୍ମାର୍ଟ ସିଟିରେ ଦୁର୍ନୀତି ହୋଇଛି ବୋଲି ଜଣେ କର୍ପୋରେଟର ଅଭିଯୋଗ କରିବା ପରେ ମେୟର ସ୍ମାର୍ଟ ସିଟି ଜିଏମ୍‌ଙ୍କ ଠାରୁ ଉତ୍ତର ମାଗିଥିଲେ। ବିଏମ୍‌ସି ନବନିର୍ମିତ କୋଠାରେ ଡିଲଏଟ୍‌ ଓ ଅନ୍ୟ ବଡ଼ କମ୍ପାନୀଙ୍କୁ ବସାଇବା ନିଷ୍ପତ୍ତି କିଏ ନେଲା? ମେୟର କିଭଳି ଜାଣିପାରିଲେ ନାହିଁ? ଯଦି ସ୍ମାର୍ଟ ସିଟି ବିଏମ୍‌ସି ବାହାରେ ତେବେ ପ୍ରେସ୍‌ମିଟ୍‌ କରି ସର୍ବସମ୍ମୁଖରେ ତଥ୍ୟ ରଖନ୍ତୁ ବୋଲି ସେ କହିଥିଲେ। ବୈଠକରେ କମିଶନର ତଥା ସ୍ମାର୍ଟସିଟି ସିଇଓ ବିଜୟ ଅମୃତା କୁଲାଙ୍ଗେ ମଧ୍ୟ ଉପସ୍ଥିତ ଥିଲେ ମଧ୍ୟ ନିରବ ରହିଥିଲେ। ୧୮ଟି ଓ୍ବାର୍ଡରେ ଅଳିଆ ଉଠାଇବା ପାଇଁ ପୁନଃ ଟେଣ୍ଡର କରାଯିବ ବୋଲି ସୂଚନା ଦିଆଯାଇଛି। ଯେଉଁ ମଲ୍‌ଗୁଡିକର ପାର୍କିଂ ପାଇଁ ସୁବିଧା ନଥିବ ସେଗୁଡିକୁ ସିଲ୍‌ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ମଞ୍ଜୁଲତା କଅଁର, ମଧ୍ୟ ବିଧାୟକ ଭୁବନେଶ୍ୱରଙ୍କ ପ୍ରତିନିଧି ମିଲନ କୁମାର ପାଇକରାୟ, ଏକାମ୍ର ବିଧାୟକଙ୍କ ପ୍ରତିନିଧି ଦାଶରଥି ଗରାବଡୁ, ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ବିନୟ କୁମାର ଦାଶ, ସୂର୍ଯ୍ୟବଂଶୀ ମୟୂର ବିକାଶ, କର୍ପୋରେଟର ବୃନ୍ଦ ଏବଂ ଉପବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲ୍ୟାଣ୍ଡ ପୁଲିଂ ବ୍ୟବସ୍ଥାରେ ରହିବ ଜମି ମାଲିକଙ୍କ ଅଧିକାର

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ):ଚଳିତ ମାସ ୩୦ ତାରିଖରୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଅନୁଷ୍ଠିତ ହେବ। ଏହା ପୂର୍ବରୁ ରାଜ୍ୟ ସରକାର ନୂଆ ଶିଳ୍ପ ନୀତି-୨୦୨୨କୁ ଚୂଡ଼ାନ୍ତ ରୂପ...

ବାରିପଦାରେ କରୋନା ନିର୍ଦ୍ଦେଶକୁ ଅଣଦେଖା: ଏଟିଏମ୍‌ କାଉଣ୍ଟରରେ ନାହିଁ ସାନିଟାଇଜର ବ୍ୟବସ୍ଥା, ବାଲ୍‌ଟିରେ ରଖାଯାଉଛି ପାଣି

ବାରିପଦା ଅଫିସ, ୭ା୪- ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଛି। ଏହି ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ଏହି ପରିପ୍ରେକ୍ଷୀରେ...

ଦିଲ୍ଲୀ ଯାଇ ଭାଜପାରେ ମିଶିଲେ ବିଜେଡି ନେତା, କର୍ମୀ

ଭୁବନେଶ୍ୱର, ୨୯।୧୨(ବ୍ୟୁରୋ): ଅନୁଗୋଳ ଜିଲାର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ବିଜେଡିର ପୂର୍ବତନ ଜିଲା ସମ୍ପାଦକ ଦୁର୍ଗାଚରଣ ପ୍ରଧାନଙ୍କ ସମେତ ଶାସକ ଦଳର ବହୁ ସମର୍ଥକ...

ଶଟ୍‌ଡାଉନ୍‌ରେ ଗଡ଼ିବନି ମୋ’ ବସ୍‌

ଭୁବନେଶ୍ୱର, ୫ା୬(ବ୍ୟୁରୋ)- ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ ମୋ’ବସ୍‌ ପକ୍ଷରୁ ଶଟ୍‌ଡାଉନ୍‌ରେ ମୋ’ ବସ୍‌ ଚଳାଚଳ କରିବ ନାହିଁ। ଜୁନ୍‌ ମାସର ପ୍ରତ୍ୟେକ ଶନିବାର...

‘ମୋ ସରକାର’ ସମୀକ୍ଷା: ୩ ପ୍ରମୁଖ ଅଧିକାରୀଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି,୧୦ା୧୦ (ଡି.ଏନ୍‌.ଏ.): ରାଜ୍ୟର ଶୀର୍ଷ ପ୍ରଶାସନରେ ନିଆଯାଉଥିବା ନିଷ୍ପତ୍ତି ତୃଣମୂଳରେ କିପରି କାର୍ଯ୍ୟକାରୀ ହେଉଛି , ତାହାର ତଦାରଖ କରିବା ପାଇଁ ୩ ବରିଷ୍ଠ ଆଇଏଏସ୍‌...

ପ୍ଲାଷ୍ଟିକ ଦେଇ ‘ଆହାର’ ଖାଇଲେ

ଭୁବନେଶ୍ୱର, ,୧୭ା୧୨ (ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଦେଶର ସ୍ବଚ୍ଛ ସର୍ବେକ୍ଷଣ ତାଲିକାର ଶୀର୍ଷରେ ପହଞ୍ଚାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଉଦ୍ୟମ ଜାରି ରଖିଛି।...

ବାର୍‌କୋଟରୁ କଲରାପତରିଆ ବାଘଛାଲ ଜବତ ଘଟଣା: ର଼୍ୟାକେଟର ଆଉ ୪ଜଣଙ୍କୁ ଗିରଫ କଲା ଏସ୍‌ଟିଏଫ୍‌

ଭୁବନେଶ୍ୱର, ୨୯ା୬(ବ୍ୟୁରୋ): ଦେବଗଡ଼ ଜିଲା ବାର୍‌କୋଟ ଅଞ୍ଚଳରେ କଲରାପତରିଆ ବାଘଛାଲ ଚୋରା ଚାଲାଣ ର଼୍ୟାକେଟରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଉ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚର...

୯ରେ ସମ୍ଭାବ୍ୟ ବାତ୍ୟା

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଡରାଇବା ଆରମ୍ଭ କଲାଣି। ଦକ୍ଷିଣ ଆଣ୍ଡାମାନ ଓ ଏହାର ଆଖପାଖରେ ଆସନ୍ତା...

Advertisement
Archives

Model This Week