ବିଏମ୍‌ସି ନାଁରେ ନାହିଁ ନୂତନ ବିଲ୍ଡିଂ, ଅସନ୍ତୋଷ ବ୍ୟକ୍ତକଲେ ମେୟର

ଭୁବନେଶ୍ୱର, ୨୪।୧୧ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର କର୍ପୋରେଶନ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓ୍ବାର୍ଡ ନଂ ୫୫ର କର୍ପୋରେଟର ନୃପେଶ ନାୟକ ବିଏମ୍‌ସିର ନୂତନ ବିଲ୍ଡିଂ କାହା ନାମରେ ଅଛି ବୋଲି ପ୍ରଶ୍ନ କରିଥିଲେ। ଅନ୍ୟ କର୍ପୋରେଟର ଏବଂ ମେୟର ଏହାକୁ ସମର୍ଥନ କରିବା ସହ ଯେପର୍ଯ୍ୟନ୍ତ ସମ୍ପୃକ୍ତ ବିଲ୍ଡିଂ ବିଏମ୍‌ସି ନାମରେ ହୋଇନାହିଁ ସେଠାକୁ କେହି ଯିବେ ନାହିଁ ବୋଲି ମେୟର କହିଥିଲେ। ଏଥିସହ ସେଠାରେ ହୋଇଥିବା କର୍ପୋରେଶନ ମିଟିଂ ହଲ୍‌କୁ ଅନ୍ୟ ସମୟରେ ଭଡ଼ାରେ ଦେବା ପାଇଁ ଆଲୋଚନା ହେଉଥିବା ଚର୍ଚ୍ଚା ହୋଇଥିଲା, ଯାହାକୁ ନେଇ ବୈଠକରେ ମେୟର ଏବଂ ଅନ୍ୟ କର୍ପୋରେଟରମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ୨୦୧୩-୧୪ ଠାରୁ ୨୦୨୦-୨୧ ମଧ୍ୟରେ ବିଏମ୍‌ସିର ପରିମଳ ବିଭାଗ ପାଖରେ ୨୪୨ କୋଟି ଟଙ୍କାର ହିସାବ ନ ଥିବା ବା ହେର୍‌ଫେର ହୋଇଥିବା ନୃପେଶ ଅଭିଯୋଗ କରିଥିଲେ। ସେହିପରି ୨୦୧୯ରେ ୬୭ଟି ଓ୍ବାର୍ଡରେ ୪୫ଟି ବେଆଇନ୍‌ ମୋବାଇଲ୍‌ ଟାଓ୍ବାର ବସାଯାଇଛି। ଏ ନେଇ ବିଏମ୍‌ସି ଲିଖିତ ଭାବେ ସ୍ବକାରୋକ୍ତି ଦେଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ତେବେ ଆସନ୍ତା ସପ୍ତାହ ମଧ୍ୟରେ ଟାଓ୍ବାର ଭଙ୍ଗା ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ସ୍ମାର୍ଟ ସିଟିରେ ଦୁର୍ନୀତି ହୋଇଛି ବୋଲି ଜଣେ କର୍ପୋରେଟର ଅଭିଯୋଗ କରିବା ପରେ ମେୟର ସ୍ମାର୍ଟ ସିଟି ଜିଏମ୍‌ଙ୍କ ଠାରୁ ଉତ୍ତର ମାଗିଥିଲେ। ବିଏମ୍‌ସି ନବନିର୍ମିତ କୋଠାରେ ଡିଲଏଟ୍‌ ଓ ଅନ୍ୟ ବଡ଼ କମ୍ପାନୀଙ୍କୁ ବସାଇବା ନିଷ୍ପତ୍ତି କିଏ ନେଲା? ମେୟର କିଭଳି ଜାଣିପାରିଲେ ନାହିଁ? ଯଦି ସ୍ମାର୍ଟ ସିଟି ବିଏମ୍‌ସି ବାହାରେ ତେବେ ପ୍ରେସ୍‌ମିଟ୍‌ କରି ସର୍ବସମ୍ମୁଖରେ ତଥ୍ୟ ରଖନ୍ତୁ ବୋଲି ସେ କହିଥିଲେ। ବୈଠକରେ କମିଶନର ତଥା ସ୍ମାର୍ଟସିଟି ସିଇଓ ବିଜୟ ଅମୃତା କୁଲାଙ୍ଗେ ମଧ୍ୟ ଉପସ୍ଥିତ ଥିଲେ ମଧ୍ୟ ନିରବ ରହିଥିଲେ। ୧୮ଟି ଓ୍ବାର୍ଡରେ ଅଳିଆ ଉଠାଇବା ପାଇଁ ପୁନଃ ଟେଣ୍ଡର କରାଯିବ ବୋଲି ସୂଚନା ଦିଆଯାଇଛି। ଯେଉଁ ମଲ୍‌ଗୁଡିକର ପାର୍କିଂ ପାଇଁ ସୁବିଧା ନଥିବ ସେଗୁଡିକୁ ସିଲ୍‌ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ମଞ୍ଜୁଲତା କଅଁର, ମଧ୍ୟ ବିଧାୟକ ଭୁବନେଶ୍ୱରଙ୍କ ପ୍ରତିନିଧି ମିଲନ କୁମାର ପାଇକରାୟ, ଏକାମ୍ର ବିଧାୟକଙ୍କ ପ୍ରତିନିଧି ଦାଶରଥି ଗରାବଡୁ, ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ବିନୟ କୁମାର ଦାଶ, ସୂର୍ଯ୍ୟବଂଶୀ ମୟୂର ବିକାଶ, କର୍ପୋରେଟର ବୃନ୍ଦ ଏବଂ ଉପବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?