Posted inଜାତୀୟ

ତ୍ରିରଙ୍ଗାକୁ ଘୋଡ଼ାଇ ଦେଲା ଭାଜପା ଦଳୀୟ ପତାକା

ନୂଆଦିଲ୍ଲୀ,୨୩।୮: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଶେଷ ଦର୍ଶନ ବେଳର ଏକ ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି। ଭେଟେରାନ ଭାଜପା ନେତା କଲ୍ୟାଣ ସିଂଙ୍କର ଶନିବାର ମୃତ୍ୟୁ ଘଟିଥିଲା। ରବିବାର ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ନୌ ଗସ୍ତ କରି ଶେଷ ଦର୍ଶନ କରିଥିଲେ।

କିନ୍ତୁ ପରବର୍ତ୍ତୀ ସମୟରେ ଘଟଣାସ୍ଥଳରେ ଏକ ନିନ୍ଦନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। କଲ୍ୟାଣ ସିଂ ମୃତଦେହକୁ ରଖାଯାଇଥିବା କଫିନକୁ ଜାତୀୟ ପତାକାରେ ଘୋଡ଼ାଇ ରଖାଯାଇଥିଲା। କିନ୍ତୁ ଜାତୀୟ ପତାକାର କିଛି ଅଂଶକୁ ଘୋଡ଼ାଇ ଦେଇଥିଲା ଭାଜପା ଦଳୀୟ ପତାକା। ଏହି ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବିରୋଧୀ ନେତାମାନେ ଭାଜପାକୁ ସମାଲୋଚନା କରିଛନ୍ତି।

ଯୁବ କଂଗ୍ରେସ ମୁଖ୍ୟ ଶ୍ରୀନିବାସ ବି ଭି ଟୁଇଟ୍‌ ଯୋଗେ ପ୍ରଶ୍ନ କରିଛନ୍ତି, ନୂଆ ଭାରତରେ ଜାତୀୟ ପତାକା ଉପରେ ଦଳୀୟ ପତାକା ରଖିବା କ’ଣ ଠିକ। ଜାତୀୟ ପତାକାର ଏଭଳି ଅପମାନକୁ ଭାରତ କଦାପି କ୍ଷମା କରିବ ନାହିଁ। ଆଇନ ଅନୁଯାୟୀ, ସର୍ବସାଧାରଣରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ତ୍ରିରଙ୍ଗାକୁ ଲିଖିତ କିମ୍ବା ଆକ୍ଷରିକ ଶବ୍ଦ ଦ୍ୱାରା କିମ୍ବା କୌଣସି କାର୍ଯ୍ୟ ଦ୍ୱାରା ଅସମ୍ମାନିତ କରିବା ଏକ ଦଣ୍ଡନୀୟ ଅପରାଧ। ଏଥି ଲାଗି ଦୋଷୀଙ୍କୁ ୩ ବର୍ଷ ଜେଲ ଦଣ୍ଡ କିମ୍ବା ଆର୍ଥିକ ଦଣ୍ଡ କିମ୍ବା ଉଭୟରେ ଦଣ୍ଡିତ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ, ପଞ୍ଜାବ ଅପେକ୍ଷା ଗୁଜରାଟରେ ଅଧିକ ସୁବିଧା ଦେବାକୁ କଥା ଦେଲା ଏଏପି

ନୂଆଦିଲ୍ଲୀ,୭ ।୮: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ସଂଯୋଜକ ଅରବିନ୍ଦ କେଜରିୱାଲ ରବିବାର ବଡୋଦରା ପହଞ୍ଚିଛନ୍ତି ।...

କରୋନା ଆଗରେ ହାର ମାନିଛି ମାନବିକତା: ୭ଘଣ୍ଟା ଧରି ଘର ବାହାରେ ପଡ଼ିରହିଲା ମୃତଦେହ

କୋଲକାତା,୧୫।୭: ଦେଶରେ କରୋନା ସଙ୍କଟ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ...

ଭାରତର ସମର୍ଥନ, ନିନ୍ଦା କଲା ଚାଇନା

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୯ା୫: ମହାମାରୀ କରୋନା ସଂକ୍ରମଣକୁ ବର୍ଷେରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏହି ଘାତକ ଭୂତାଣୁର ଉତ୍ପତ୍ତିକୁ ନେଇ ବୈଜ୍ଞାନିକମାନେ କୌଣସି ନିଷ୍କର୍ଷରେ ପହଞ୍ଚତ୍ପାରି ନାହାନ୍ତି।...

ମୋଦିଙ୍କ ଓ୍ବେବ୍‌ ସିରିଜ୍‌ ଉପରେ ଇସି କଟକଣା

ନୂଆଦିଲ୍ଲୀ,୨୧ା୪(ପି.ଟି.): ଲୋକ ସଭା ନିର୍ବାଚନ ନିମନ୍ତେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଓ୍ବେବ୍‌ ସିରିଜ ପ୍ରସାରଣ ତୁରନ୍ତ ବନ୍ଦ...

ଭାଇରାଲ ହେଉଛି ଯୋଗୀ ଆଦିତ୍ୟନାଥଙ୍କ ପ୍ରଥମ ସେଲ୍‌ଫି

ଲକ୍ଷ୍ନୌ,୧୨।୧୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶେଷରେ ସେଲ୍‌ଫି ମାୟାରେ ପଡି ଯାଇଛନ୍ତି। ସେ କାନପୁର ଗସ୍ତ କରିବା ସମୟରେ ଏକ ସେଲ୍‌ଫି ନେଇଥିବା...

ସତ ହେଲା ବାଜପେୟୀଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୭।୫: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଭବିଷ୍ୟବାଣୀ ଏବେ ସତ ହୋଇଥିବା ଆଲୋଚନା ହେଉଛି। ପାଖାପାଖି ଦୁଇ ଦଶକ ପରେ ଏହା...

ଆଇପିଏଲ୍‌ ମିଡିଆ ରାଇଟ୍ସ , ୨୦୨୩ ରୁ ୨୦୨୭ ପ୍ରର୍ଯ୍ୟନ୍ତ ପ୍ରସାରଣ ଅଧିକାର, ଦୌଡ଼ରେ ବଡ଼ କମ୍ପାନୀ…

କୋଲକାତା, ୫।୪ : ବର୍ତ୍ତମାନ ଭାରତରେ କ୍ରିକେଟର ଆଇପିଏଲ ଉତ୍ସବ ଚାଲିଛି। ଏହି ସମୟରେ, କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ମଧ୍ୟ ଆଇପିଏଲ ମିଡିଆ...

କ୍ୟାବିନେଟ୍‌ ନିଷ୍ପତ୍ତି: ୮ ଉତ୍ତର-ପୂର୍ବ ରାଜ୍ୟରେ ଗ୍ୟାସ୍‌ ଗ୍ରିଡ୍‌; ନୀଳାଚଳ ଇସ୍ପାତରେ ପୁଞ୍ଜି ପ୍ରତ୍ୟାହାର

ନୂଆଦିଲ୍ଲୀ,୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକରେ ବୁଧବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୮ ଉତ୍ତର-ପୂର୍ବ ରାଜ୍ୟରେ ଗ୍ୟାସ୍‌ ଗ୍ରିଡ୍‌ ସ୍ଥାପନ...

Advertisement
Archives

Model This Week