Posted inଜାତୀୟ

ଭାଜପା-କଂଗ୍ରେସ କେବଳ ଉତ୍ତରାଖଣ୍ଡକୁ ଲୁଟିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ, ୭।୨ : ଆମ୍‌ ଆଦ୍‌ମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଭାଜପା-କଂଗ୍ରେସ କେବଳ ଉତ୍ତରାଖଣ୍ଡକୁ ଲୁଟିଛନ୍ତି। ଉଭୟ ଦଳ ରାଜ୍ୟରେ ୧୦ ବର୍ଷ ଲେଖାଏଁ କ୍ଷମତାରେ ରହି କୌଣସି ବିକାଶ କାର୍ଯ୍ୟ କରି ନାହାନ୍ତି। ଏହି ଲୁଟ ଏପର୍ଯ୍ୟନ୍ତ ପହଞ୍ଚିଛି ଯେ ପର୍ବତ, ନଦୀ ଓ ଜଙ୍ଗଲ ନଷ୍ଟ ହୋଇଯାଇଛି। ରାଜ୍ୟ ୬୦ ହଜାର କୋଟି ଋଣ ବୋଝ ତଳେ ଦବି ହୋଇ ରହିଛି। ୨୦ ବର୍ଷ ଧରି, ବିଦ୍ୟାଳୟ ଏବଂ ଡାକ୍ତରଖାନାଗୁଡ଼ିକର ଅବସ୍ଥା ଖରାପ ରହିଛି।

କଲେଜ ଏବଂ ବିଶ୍ୱବିଦ୍ୟାଳୟ ନିର୍ମାଣ ହୋଇନାହିଁ ମାତ୍ର ଋଣ ବୋଝ ବଢ଼ିଛି କାହିଁକି ବୋଲି କେଜ୍ରିଓ୍ବାଲ ପ୍ରଶ୍ନ କରିଛନ୍ତି। କିନ୍ତୁ ରାଜନେତାମାନେ ବିପୁଳ ଧନ ରୋଜଗାର କରି ସ୍ବିସ ବ୍ୟାଙ୍କକୁ ନେଇଯାଇଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଉତ୍ତରାଖଣ୍ଡରେ ପ୍ରଥମ ଥର ପାଇଁ ଆମ୍‌ ଆଦ୍‌ମୀ ପାର୍ଟି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଦଳ କେତେ ଆସନ ଜିତିବ? ଏହା କହିବା କଷ୍ଟକର। ନୂଆ ଦଳ ସବୁବେଳେ ଦୁର୍ବଳ ହୋଇଯାଏ। କିନ୍ତୁ ଆମେ ଜନସାଧାରଣଙ୍କଠାରୁ ଭଲ ସମର୍ଥନ ଆଶା କରୁଛୁ। ନିର୍ବାଚନରେ ଲୋକଙ୍କର ଯେଉଁ ଆଦେଶ ଆସିବ, ତାହା ଆମ ପାଇଁ ଗ୍ରହଣୀୟ ହେବ ବୋଲି ଏକ ସାକ୍ଷାତ୍‌କାରରେ କେଜ୍ରିଓ୍ବାଲ କହିଛନ୍ତି।

କେଜ୍ରିୱାଲ କହିଛନ୍ତି ଯେ ଉତ୍ତରାଖଣ୍ଡର ବିକାଶ ଲାଗି ଭାଜପା ଓ କଂଗ୍ରେସର କୌଣସି ଏଜେଣ୍ଡା ନାହିଁ। କେଜ୍ରିୱାଲ କହିଛନ୍ତି ଯେ ଆମେ ଦେଇଥିବା ଗ୍ୟାରେଣ୍ଟି ହେଉଛି ଆମର ଘୋଷଣା ପତ୍ର। ଆମ୍‌ ଆଦ୍‌ମୀ ପାର୍ଟି ପ୍ରତ୍ୟେକ ଘରକୁ ୩୦୦ ୟୁନିଟ ମାଗଣା ବିଦ୍ୟୁତ ପ୍ରଦାନ କରିବା ଲାଗି ପ୍ରତିଶ୍ରୁତି ସହିତ ଏକ ଲକ୍ଷ ବେକାରଙ୍କୁ ଚାକିରୀ, ଚାକିରୀ ନ ପାଇଥିବା ଯୁବକଙ୍କୁ ମାସକୁ ପାଞ୍ଚ ହଜାର ଟଙ୍କା, ମହିଳାଙ୍କୁ ଏକ ହଜାର ଟଙ୍କା, ୨୪ ଘଣ୍ଟା ବିଦ୍ୟୁତ୍‌ ଏବଂ ପିଇବା ପାଣି, ଭଲ ବିଦ୍ୟାଳୟ ଏବଂ ଡାକ୍ତରଖାନା ଆମର ଘୋଷଣା ପତ୍ରରେ ରହିଛି। ଫଟୋଗ୍ରାଫି ପାଇଁ ଭାଜପା ଏବଂ କଂଗ୍ରେସ ଘୋଷଣା ପତ୍ର ବାହାର କରନ୍ତି। ଫଟୋଗ୍ରାଫ ନେଇଥିବା ଲୋକମାନେ ନା ସାଧାରଣ ଲୋକ ଏହାକୁ କେହି ବି ପଢ଼ନ୍ତି ନାହିଁ। କେବଳ ଗୋଟିଏ ରାଜନୈତିକ ରୀତିନୀତି ଭାବେ ରହି ଆସିଛି ବୋଲି କେଜ୍ରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ, ହତ୍ୟା ମାମଲା: ଅଭିଯୁକ୍ତ ତୁଷାରଙ୍କ ଜାମିନ ଖାରଜ

ବ୍ରହ୍ମପୁର,୨୯୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ମୁଖ୍ୟ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର୍‌ ପାତ୍ରଙ୍କୁ ଗତ ଏପ୍ରିଲ ୧୫…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri