ଭାଜପା, କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ବିଜେଡି

ଭୁବନେଶ୍ବର, ୨୯।୪(ବ୍ୟୁରୋ): ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା। କୋଟି କୋଟି ଚାଷୀ ଏବଂ ମତ୍ସ୍ୟଜୀବୀ ସେମାନଙ୍କ ଜୀବନ ଜୀବିକା ପାଇଁ ଏହା ଉପରେ ନିର୍ଭରଶୀଳ। ମହାନଦୀ ଓଡ଼ିଶାର ଅଧା ଜିଲା ଦେଇ ପ୍ରବାହିତ ହେଉଛି ଏବଂ ରାଜ୍ୟର ପ୍ରାୟ ୨.୫ କୋଟି ଲୋକଙ୍କୁ ଏହା ପ୍ରଭାବିତ କରିଥାଏ। ଓଡ଼ିଶା ଏବଂ ମହାନଦୀର ଇତିହାସ ପରସ୍ପର ସହ ଜଡ଼ିତ। ହେଲେ ଛତିଶଗଡ଼ର ବେଆଇନ କାର୍ଯ୍ୟ ଯୋଗୁ ମହାନଦୀ ଶୁଖିଲା ପଡ଼ିଥିବାବେଳେ ଉଭୟ କଂଗ୍ରେସ ଓ ଭାଜପା ଏହାକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି।
ଶଙ୍ଖ ଭବନଠାରେ ଶୁକ୍ରବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଶ୍ରୀମୟୀ କହିଛନ୍ତି, ଓଡ଼ିଶା ମହାନଦୀର ସମୃଦ୍ଧି ସହ ସିଧାସଳଖ ଜଡ଼ିତ। ବିଜେଡି ନେତୃତ୍ବାଧୀନ ଓଡ଼ିଶା ସରକାର ଛତିଶଗଡ଼ର ଏହି ବେଆଇନ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ଦାବି କରୁଥିଲେ ମଧ୍ୟ ସେମାନେ ତାହା କରୁନାହାନ୍ତି। ଯେତେବେଳେ ଓଡ଼ିଶା ସରକାର ଚାହୁଁଥିଲେ ଯେ କେନ୍ଦ୍ର ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବ, ସେତେବେଳେ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ଲୋକଙ୍କ ସ୍ବାର୍ଥ ପାଇଁ ଛିଡ଼ାହେବା ପରିବର୍ତ୍ତେ ଛତିଶଗଡ଼କୁ ସମର୍ଥନ କରିଥିଲେ। ଓଡ଼ିଶା କଂଗ୍ରେସ ନେତାମାନେ ମଧ୍ୟ ଦିଲ୍ଲୀ ଏବଂ ଛତିଶଗଡ଼ରେ ସେମାନଙ୍କ ଦଳ ସହ ହସ୍ତକ୍ଷେପ କରିବା ଜରୁରୀ। ହେଲେଉଭୟ କଂଗ୍ରେସ ଏବଂ ଭାଜପା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି ଶ୍ରୀମୟୀ କହିଛନ୍ତି।
ଏ ପ୍ରସଙ୍ଗରେ ଭାଜପା ନେତା ଦିଲୀପ ମଲ୍ଲିକ କହିଛନ୍ତି, ବିଜେଡି ୨୩ ବର୍ଷ ଧରି ସରକାରରେ ରହି ଶାସନ କରୁଛି ନା ମଇଦାନରେ ଫୁଟ୍‌ବଲ ଖେଳୁଛିି। ଯଦି ସରକାରରେ ଅଛନ୍ତି ତେବେ ଓଡ଼ିଶା ପ୍ରଦେଶର ଦାୟିତ୍ୱ ଏବଂ ସୁରକ୍ଷା ତାଙ୍କର କାମ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। କେତେବେଳେ ଖଣ୍ଡେ ଚିଠି ଲେଖି ତ କେତେବେଳେ ନିଜ ଦଳର ପ୍ରବକ୍ତାଙ୍କୁ ଲଗାଇ ରାଜନୈତିକ ବିବୃତି ଦେଇଦେଲେ ମହାନଦୀ ସୁରକ୍ଷିତ ହେବ ନାହିଁ କି ଓଡ଼ିଶାର ବିକାଶ ହେବ ନାହିଁ। ଓଡ଼ିଶାର ଜୀବନରେଖା ମହାନଦୀ ବୋଲି କହି ଆସୁଥିବା ବିଜେଡି ସରକାର ଗତ ୨୩ ବର୍ଷ ମଧ୍ୟରେ ମହାନଦୀ ସୁରକ୍ଷା ନେଇ କ’ଣ ପଦକ୍ଷେପ ନେଇଛନ୍ତି ତାହା ପ୍ରଥମେ ରାଜ୍ୟବାସୀଙ୍କ ଆଗରେ ପ୍ରକାଶ କରନ୍ତୁ ବୋଲି ଦିଲୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?