Posted inଜାତୀୟ

ପଞ୍ଜାବ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୩୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା, ସମସ୍ତ ବର୍ଗକୁ ଖୁସି କରିବାକୁ ପ୍ରୟାସ

ଚଣ୍ଡିଗଡ଼,୨୧ ।୧: ପାଖେଇ ଆସିଲାଣି ପଞ୍ଜାବ ବିଧାନସଭା ନିର୍ବାଚନ । ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୩୪ ଜଣଙ୍କ ନାମ ରହିଛି । ଭାଜପା ରାଷ୍ଟ୍ରୀୟ ମହାସଚିବ ତରୁଣ ଚୁଘ କହିଛନ୍ତି ୩୪ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏଥିରେ କୃଷକ ପରିବାରରୁ ୧୨, ଅନୁସୂଚିତ ଜାତିରୁ ୮ ଓ ୧୩ ଜଣ ଶିଖଙ୍କୁ ସ୍ଥାନ ଦିଆଯାଇଛି । ଏହି ତାଲିକାରେ ଡାକ୍ତର, ଓକିଲ, ଖେଳାଳି, କୃଷକ, ଯୁବ, ମହିଳା ଓ ପୂର୍ବତନ ଆଏଏସ୍‌ଙ୍କୁ ସାମିଲ କରାଯାଇଛି । ଏହି ଅବସରରେ ଦୁଷ୍ୟନ୍ତ ଗୌତମ କହିଥିଲେ ଭାଜପା ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଜଣାଉଛି । ରବିଦାସ ଜୟନ୍ତି ପାଇଁ ପଞ୍ଜାବ ବିଧାନସଭା ନିର୍ବାଚନକୁ ୧୪ ଫେବୃୟାରୀ ପରିବର୍ତ୍ତେ ୨୦ ଫେବୃୟାରୀ କରି ଦେଇଛନ୍ତି । ଏହାପରେ ଦୁଷ୍ୟନ୍ତ ପଞ୍ଜାବର ଶାସକ କଂଗ୍ରେସ ସରକାରକୁ ଟାର୍ଗେଟ କରି କହିଛନ୍ତି, ରାଜ୍ୟରେ ନିଶା ସମସ୍ୟା, ଭ୍ରଷ୍ଟଚାର ଓ ଅନ୍ୟ ବହୁ ସମସ୍ୟା ମୁଣ୍ଡ ଟେକିଛି । ଦୁର୍ଭାଗ୍ୟର କଥା ଯେ ଆଜିବି ସେହି ସମସ୍ୟା ସେହିପରି ରହିଛି । ଏହି ସରକାରରେ ରାଜ୍ୟର କୌଣସି ଉନ୍ନତି ହୋଇନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଲାଗୁ ହେବ ନାହିଁ ଏନ୍‌ଆରସି

ପାଟନା,୨୫।୨: ବିହାର ବିଧାନସଭାରେ ଏନ୍‌ପିଆର ଓ ଏନ୍‌ଆରସିକୁ ନେଇ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାସ୍‌ ହୋଇଛି। ମଙ୍ଗଳବାର ଗୃହରେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଆରସି)କୁ ଲାଗୁ ନ...

‘କଙ୍ଗନାଙ୍କ ଗାଲଠାରୁ ଅଧିକ ଚିକ୍କଣ ହେବ ରାସ୍ତା’

ରାଞ୍ଚି,୧୫।୧: ଝାଡ଼ଖଣ୍ଡର ଜାମତରା ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ବିଧାୟକ ଇରଫାନ୍‌ ଅନସାରୀ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା...

ଲୋକ ସଭା ଅଧିବେଶନ ଲାଗି ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ଜୋଷୀ

ବେଙ୍ଗାଲୁରୁ,୩ା୬(ପି.ଟି.): ଲୋକ ସଭା ଅଧିବେଶନ ସୁରୁଖୁରୁରେ ଚଳାଇବା ଲାଗି ନବନିଯୁକ୍ତ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ବିରୋଧୀ ଦଳଗୁଡିକର ସହଯୋଗ ଲୋଡିଛନ୍ତି। ସମସ୍ତ ପ୍ରସଙ୍ଗରେ...

୨୬/୧୧ ମୁମ୍ବାଇ ଆକ୍ରମଣ ଷଡ଼ଯନ୍ତ୍ରକାରୀ ତହଓ୍ବୁର ରାଣା ଗିରଫ: ଭାରତକୁ ପ୍ରତ୍ୟର୍ପଣର ହେବ ବିଚାର

ଲସ୍‌ ଏଞ୍ଜେଲସ୍‌/ ନୂଆଦିଲ୍ଲୀ, ୨୦।୬: ମୁମ୍ବାଇ ୧୬/୧୧ ଆକ୍ରମଣର ଷଡ଼ଯନ୍ତ୍ରକାରୀ ତହଓ୍ବୁର ରାଣାଙ୍କୁ ଲସ୍‌ ଏଞ୍ଜେଲସ୍‌ ପୋଲିସ ଗିରଫ କରିଛି। ମୂଳ ପାକିସ୍ତାନୀ ରାଣା କାନାଡ଼ାରେ...

ରାଜନୈତିକ ସଂସ୍କାର ବିଲ୍‌କୁ ସଂସଦର ମଞ୍ଜୁରୀ

ନୂଆଦିଲ୍ଲୀ,୨୨।୧୨: ରାଜନୈତିକ ସଂସ୍କାର ବିଲ୍‌କୁ ମଙ୍ଗଳବାର ସଂସଦର ମଞ୍ଜୁରୀ ମିଳିଛି। ଭୋଟର ତାଲିକା ତଥ୍ୟ ସହ ଆଧାର ଇକୋସିଷ୍ଟମ୍‌କୁ ଯୋଡ଼ିବା ସମ୍ପର୍କିତ ଏହି ବିଧେୟକ ସୋମବାର...

କଳାବଜାର ରୋକିବା ପାଇଁ ଏମିତି ବେଶ ଧରିଲେ ଉପଜିଲାପାଳ

ବିଜୟଓ୍ବାଡା,୧୦।୮: ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ କଳାବଜାର ରୋକିବା ପାଇଁ ଆଇଏଏସ ଜି ସୂର୍ଯ୍ୟ ସାଇ ପ୍ରବୀଣଚାନ୍ଦ ଏକ ଭିନ୍ନ ପନ୍ଥା ଆପଣାଇଥିଲେ। ଯାହା ଏବେ ସୋସିଆଲ ମିଡିଆରେ...

ଆଇଏନ୍‌ଏକ୍ସ୍‌ ମାମଲା: ଇଡ଼ି ଅଧିକାରୀ ରାକେଶ ଆହୂଜାଙ୍କ ବଦଳି

ନୂଆଦିଲ୍ଲୀ,୨୨।୮: ଆଇଏନ୍‌ଏକ୍ସ୍‌ ମାମଲାରେ ଇଡ଼ିର ସହାୟକ ଯାଞ୍ଚ୍‌ ଅଧିକାରୀ ରାକେଶ ଆହୂଜାଙ୍କୁ ଗୁରୁବାର ବଦଳି କରାଯାଇଛି। ଇଡ଼ିରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିବାରୁ ଏପରି କରାଯାଇଥିବା...

ବିହାରରେ ବଦଳୁଛି ରାଜନୈତିକ ପାଣିପାଗ: ମୋଦିଙ୍କ ପ୍ରଶଂସାରେ ଶତମୁଖ ହେଲା ଆରଜେଡି

ପାଟନା, ୨।୭: ବିହାରରେ ରାଜନୈତିକ ପାଣିପାଗ ଧିରେ ଧିରେ ବଦଳିବାରେ ଲାଗିଛି। ଜେଡିୟୁ ଏବଂ ଭାଜପା ମଧ୍ୟରେ ସୃଷ୍ଟି ହୋଇଥିବା ଫାଟର ଫାଇଦା ଉଠାଇବାକୁ ଚେଷ୍ଟା...

Advertisement
Archives

Model This Week