Posted inଜାତୀୟ

ଆସ୍ଥା ଭୋଟ୍‌ରେ ଜିତିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧।୯: ଦିଲ୍ଲୀ ବିଧାନସଭାରେ ଉତ୍ତେଜନା ମଧ୍ୟରେ ଅରବିନ୍ଦ କେଜ୍‌ରିୱାଲ ଆସ୍ଥା ଭୋଟ୍‌ରେ ଜିତିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମେତ ୫୮ ଜଣ ସଦସ୍ୟ ବିଶ୍ୱାସ ମତ ପ୍ରସ୍ତାବକୁ ସମର୍ଥନ କରୁଥିବାବେଳେ କେହି ଏହାକୁ ବିରୋଧ କରିନାହାଁନ୍ତି।
ବିଶ୍ୱାସ ମତ ପାରିତ ହେବା ପରେ କେଜ୍‌ରିିୱାଲ କହିଛନ୍ତି,ଆମ ଆଦମୀ ପାର୍ଟିରେ ମୋଟ ୬୨ଜଣ ବିଧାୟକ ଅଛନ୍ତି। ତିନିଜଣ ବିଧାୟକ ବିଧାନସଭାରେ ଯୋଗ ଦେଇପାରି ନ ଥିଲେ। ଦୁଇଜଣ ଦେଶ ବାହାରେ, ଜଣେ ଜେଲରେ ଅଛନ୍ତି। ଚତୁର୍ଥ ସଦସ୍ୟ ହେଉଛନ୍ତି ଗୃହର ବାଚସ୍ପତି ଏବଂ ଆମ ସପକ୍ଷରେ ମୋଟ ୫୮ ଭୋଟ ଦିଆଯାଇଛି। ଆଜି ଭାଜପାର ଅପରେସନ ଲୋଟସ ଦିଲ୍ଲୀରେ ବିଫଳ ହୋଇଛି। ଏହା ପ୍ରାୟ ୧୦ଟି ରାଜ୍ୟରେ ୨୦ କୋଟିରେ ବିଧାୟକ କିଣିଛି, ଦିଲ୍ଲୀରେ ମଧ୍ୟ ୪୦ ଜଣ ବିଧାୟକ କିଣିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଆମ ବିଧାୟକ ବିକ୍ରି ହୋଇ ନ ଥିଲେ।
ଏଥି ସହିତ, ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନର ପଞ୍ଚମ ଦିନର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଧାନସଭାରେ ଦୁର୍ନୀତି ସମ୍ପର୍କରେ ଆଲୋଚନା କରିବାକୁ ଭାଜପା ବିଧାୟକ ବିଜେନ୍ଦ୍ର ଗୁପ୍ତା ଏବଂ ଉପବାଚସ୍ପତି ରାଖୀ ବିର୍ଲାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

କରୋନା ବିରୋଧରେ ଦୀର୍ଘ ଲଢ଼େଇ କରିବାକୁ ହେବ: ମୋଦି

ନୂଆଦିଲ୍ଲୀ,୨୪ା୩(ପି.ଟି.): କୋଭିଡ୍‌-୧୯ ଏକ ଜୀବନକାଳ ସମସ୍ୟା। ଏହାର ମୁକାବିଲା ଲାଗି ଦୀର୍ଘ ଲଢ଼େଇ କରିବାକୁ ହେବ। ନୂତନ ତଥା ଇନୋଭେଟିଭ୍‌ ସମାଧାନ ମାଧ୍ୟମରେ ଏହାର ମୁକାବିଲା...

ପ୍ରଧାନମନ୍ତ୍ରୀ ମୋଦି ଆସିଲେ ମୁଁ ନେବି କରୋନା ଟିକା: ଅଧିକାରୀଙ୍କ ଝାଳ ବୁହାଇଲେ ବ୍ୟକ୍ତି

ଭୋପାଳ,୨୬ ।୯: କରୋନା ମହାମାରୀକୁ ଦୂରେଇବା ପାଇଁ ଏବେ ସାରା ବିଶ୍ୱରେ ଚାଲିଛି ଟିକାକରଣ । ଭାରତ ଏହି ଦିଗରେ ଟିକେ ଆଗରେ ଥିବା ବେଳେ...

ପରିବାରକୁ ବନ୍ଧକ ରଖି ନିଜକୁ ଗୁଳି କଲେ ସିଆର୍‌ପିଏଫ୍‌ ଯବାନ

ଜୟପୁର,୧୧।୭: ରାଜସ୍ଥାନର ଯୋଧପୁର ସିଆର୍‌ପିଏଫ୍‌ ତାଲିମ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। କ୍ୱାର୍ଟରରେ ପରିବାରକୁ ବନ୍ଧକ ରଖି ନିଜକୁ ଗୁଳି ମାରିଛନ୍ତି ଜଣେ ଯବାନ।...

ଦୁଇ ସପ୍ତାହ ହେବ ଉଦିତ ନାରାୟଣଙ୍କୁ ମିଳୁଛି ପୋଲିସ ସୁରକ୍ଷା

ମୁମ୍ବାଇ: ବଲିଉଡ୍‌ ପ୍ଲେବ୍ୟାକ୍‌ ସିଙ୍ଗରଙ୍କୁ ପ୍ରାୟ ଏକ ମାସ ହେବ ହତ୍ୟା ଧମକ ମିଳୁଛି। ଏହାକୁ ନେଇ ସେ ଗତ ୨ ସପ୍ତାହ ତଳେ ପୋଲିସରେ...

ଆତଙ୍କବାଦକୁ କୌଣସି ଧର୍ମ ସହ ଯୋଡିବା ଠିକ ନୁହେଁ : ଶାହା

ନୂଆଦିଲ୍ଲୀ,୧୮ ।୧୧: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର କାଉଣ୍ଟର-ଟେରରିଜିମ ଫାଇନାନସିଂ ଉପରେ ହୋଇଥିବା ତୃତୀୟ ‘ ନୋ ମନି ଫର ଟେରର’ ମନ୍ତ୍ରିସ୍ତରୀୟ ସମ୍ମିଳନୀରେ...

ମାଲେଗାଁଓ ବିସ୍ଫୋରଣ ମାମଲାରେ କୋର୍ଟରେ ହାଜର ହେଲେ ପ୍ରଜ୍ଞା ଠାକୁର

ମୁମ୍ବାଇ,୪ ।୧: ମହାରାଷ୍ଟ୍ରର ମାଲେଗାଁଓରେ ୨୦୦୮ରେ ହୋଇଥିବା ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଭୋପାଳ ଏମ୍‌ପି ପ୍ରଜ୍ଞା ସିଂ ଠାକୁର...

ସୈନିକ ସ୍କୁଲ୍‌ରେ ପଢ଼ିବେ ବାଳିକା…

ନୂଆଦିଲ୍ଲୀ,୧୫।୮: ଏଣିକି ବାଳିକାମାନେ ସୈନିକ ସ୍କୁଲରେ ପଢ଼ିବେ। ସମ୍ପ୍ରତି ସମସ୍ତ କ୍ଷେତ୍ରରେ ବାଳିକାମାନେ ଭଲ ପ୍ରଦର୍ଶନ କରୁଛନ୍ତି। ବାଳିକାମାନେ ସୈନିକ ସ୍କୁଲ୍‌ରେ ପଢ଼ିବାକୁ ଚାହୁଁଛନ୍ତି। ତେଣୁ...

ସୋନୁ ସୁଦଙ୍କ ବିରୋଧରେ ମାମଲା ରୁଜୁ

ଚଣ୍ଡିଗଡ଼,୨୨।୨: ସବୁବେଳେ ମହତ୍‌ କାର୍ଯ୍ୟ କରି ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ରାଜନୈତିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କ...

Advertisement
Archives

Model This Week