ଶଙ୍ଖ ଭବନରେ ନେତ୍ରୀ ହାତାହାତି ପରେ, ଆସିକାରେ ବିଜେଡି ଦୁଇ ଫାଳ ପ୍ରତିଷ୍ଠା ଦିବସରେ…

ଶଙ୍ଖ ଭବନରେ ନେତ୍ରୀ ହାତାହାତି ପରେ, ଆସିକାରେ ବିଜେଡି ଦୁଇ ଫାଳ ପ୍ରତିଷ୍ଠା ଦିବସରେ..
ଭୁବନେଶ୍ୱର,୨୭।୧୨: ଗଞ୍ଜାମ ଜିଲା ଆସିକାରେ ବିଜେଡି ଦୁଇ ଫାଳ । ଗୁରୁବାର ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ ଥିବାବେଳେ  ଆସିକା ନିର୍ବାଚନମଣ୍ଡଳୀରେ ପୃଥକ ପୃଥକ ଭାବେବିଜେଡିର ଦୁଇ ଗୋଷ୍ଠୀ ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି  । ଏହି ଅବସରରେ ଆସିକା ନଗର ସଭାପତି ସତ୍ୟନାରାୟଣ ସ୍ୱାଇଁ ଓ ଏନଏସି ଚେୟାରମ୍ୟାନ ବିନେତା ସ୍ୱାଇଁ କାଉସିଲରମାନଙ୍କୁ ନେଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁସ୍ପମାଲ୍ୟ ପ୍ରଦାନ କରି ପ୍ରତିଷ୍ଠା ଦିବସ ପାଳନ କରିଥିଲେ
ଅନ୍ୟପଟେ ଆସିକା ପୂର୍ବତନ ଏମପି ଓ ଆସିକା ପୂର୍ବତନ ବିଧାୟିକାଙ୍କ ନେତୃତ୍ୱରେ ଅନ୍ୟ ଏକ ଗୋଷ୍ଠି ନିଜ ନିଜ ସାମର୍ଥକଙ୍କୁ ନେଇ ଦଳୀୟ କାର୍ଯ୍ୟାଳୟ ଠାରୁ ଏକ ବାଇକ ରାଲି କରି ବିଜୁ ବାବୁଙ୍କ ପ୍ରତି ମୃତିରେ ପୁସ୍ପମାଲ୍ୟ ଦେଇ ଆସିକା ମେଡିକାଲରେ ରୋଗିଙ୍କୁ ଫଳ ବଂଟନ କରିଥିଲେ । ପରେ ଦେବଭୁମି ଠାରେ ଏକ ବୈଠକ କରି ଦଳର ସଂଗଠନ ବିଷୟରେ ଅଲୋଚନା କରିଥିଲେ । ଏଥିରେ ମଧ୍ୟ ଦଳର କେତେକ ପୁରୁଖା ନେତାଙ୍କ ନଜର ନଥିଲା । ଗଞ୍ଜାମ ଜୋନ ବିଜୁ ଜନତା ଦଳର ସଭାପତି ନଚିକେତା ସ୍ୱାଇଁ କହିଛନ୍ତି ଆସିକାରେ ଦଳ ସୁଦୃଢ ଅଛି, ଦଳରେ ସେମିତି କିଛି ଭାଗ ନାହିଁ।
ତେବେ

 ଅପରପକ୍ଷେ ବିଜେଡି ମୁଖ୍ୟକାର୍ଯ୍ୟାଳୟ ଶଙ୍ଖ ଭବନ ଭିତରେ ଦୁଇ ମହିଳା କର୍ମୀ ହାତାହାତି ହୋଇଥିଲେ । ବିଜେଡି ଯୁବନେତ୍ରୀ ଈପ୍ସିତା ସାହୁଙ୍କୁ ନିଜ ଦଳର ଜଣେ ମହିଳା କର୍ମୀ ଚାପୁଡ଼ା ମାରିଥିବା ଜଣାପଡ଼ିଛି। ଗୁରୁବାର ବିଜେଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି। ଷ୍ଟେଜ୍‌ ସମ୍ମୁଖରେ ଚେୟାର ପକାଇବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?