ପ୍ରତିଶ୍ରୁତି ପାଳନ କଲା ବିଜେଡି

ଭୁବନେଶ୍ୱର,୧୨ା୪(ଅନିଲ ଦାସ):ବିଜେଡି ୪ ପର୍ଯ୍ୟାୟରେ ୨୧ ଲୋକ ସଭା ଆସନ ପାଇଁ ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଗୁରୁବାର ଶେଷ ପର୍ଯ୍ୟାୟରେ ବାକିଥିବା ବାଲେଶ୍ୱର ଆସନ ନିମନ୍ତେ ଭାଜପା ଛାଡ଼ିଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି ପ୍ରାର୍ଥୀ କରିଛି। ବିଜେଡି ଲୋକ ସଭା ନିର୍ବାଚନରେ ମୋଟ ୭ ମହିଳାଙ୍କୁ ପ୍ରାର୍ଥୀ କରିବା ସହ ୩୩% ଟାର୍ଗେଟ ପୂରଣ ହୋଇଛି। ଜଗତ୍‌ସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ, ଯାଜପୁରର ଶର୍ମିଷ୍ଠା ସେଠୀ ଓ ଭଦ୍ରକର ମଞ୍ଜୁଲତା ମଣ୍ଡଳଙ୍କୁ ଶାସକ ଦଳ ପୁଣିଥରେ ଟିକେଟ ଦେଇଥିବାବେଳେ କୋରାପୁଟରେ ଗତଥର ପରାଜିତ ହୋଇଥିବା କୌଶଲ୍ୟା ହିକକ୍କାଙ୍କୁ ପୁନର୍ବାର ପ୍ରାର୍ଥୀ କରିଛି। ଆସିକାରେ ରଞ୍ଜିତା ସାହୁ, ବରଗଡ଼ରେ ପରିଣୀତା ମିଶ୍ର ଓ ବାଲେଶ୍ୱରରେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ମିଶାଇ ମୋଟ ୭ଜଣ ମହିଳାଙ୍କୁ ଲୋକ ସଭା ମଇଦାନକୁ ବିଜେଡି ଓହ୍ଲାଇଛି।
୨୧ଟି ଲୋକ ସଭା ଆସନ ମଧ୍ୟରୁ ୯ଟିରେ ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ବିଜେଡି ପ୍ରାର୍ଥୀ କରିଛି। ୪ଜଣ ଏମ୍‌ପିଙ୍କୁ ସେମାନଙ୍କ ସ୍ଥାନରେ ଦଳ ପୁଣି ଟିକେଟ ଦେଇଥିବାବେଳେ ୨ ପରାଜିତ ପ୍ରାର୍ଥୀଙ୍କୁ ଭରସା କରିି। ୨୦୧୯ରେ ଭୁବନେଶ୍ୱର ଲୋକ ସଭା ଆସନରୁ ପରାଜିତ ହୋଇଥିବା ଅରୂପ ପଟ୍ଟନାୟକଙ୍କ ସ୍ଥାନ ପରିବର୍ତ୍ତନ କରି ପୁରୀରୁ ତାଙ୍କୁ ପ୍ରାର୍ଥୀ କରିଛି। ସେହିପରି ୨୦୧୯ ନିର୍ବାଚନରେ ପରାଜିତ କୌଶଲ୍ୟା ହିକ୍‌କାଙ୍କୁ ଦଳ କୋରାପୁଟରୁ ଲଢ଼ିବାକୁ ଆଉଥରେ ସୁଯୋଗ ଦେଇଛି। ଦଳଡିଆଁଙ୍କ ମଧ୍ୟରେ ଭାଜପାରୁ ଆସିଥିବା ୪ ଜଣ ଓ କଂଗ୍ରେସରୁ ଆସିଥିବା ୫ ଜଣ ନେତାଙ୍କୁ ବିଜେଡି ଏଥର ଲୋକ ସଭାରେ ପ୍ରାର୍ଥୀ କରିଛି। ବିଜେଡି ଏଥର ଲୋକ ସଭା ନିର୍ବାଚନ ମଇଦାନରେ ସର୍ବାଧିକ ଦଳଡିଆଁଙ୍କୁ ପ୍ରାର୍ଥୀ କରିଛି। ସେଥିରେ କଂଗ୍ରେସରୁ ଆସିଥିବା ଅନୁଭବ ମହାନ୍ତି, ସୁରେନ୍ଦ୍ର ସିଂ ଭୋଇ, ମନ୍ମଥ ରାଉତରାୟ, ପ୍ରଦୀପ ମାଝି ଓ ଅବିନାଶ ସାମିଲ ଥିବାବେଳେ ଭାଜପାରୁ ଆସିଥିବା ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ପରିଣୀତା ମିଶ୍ର ଓ ଧନୁର୍ଜୟ ସିଦ୍ଧୁ ଅଛନ୍ତି। ବିଜେଡି ଯେଉଁ ସମୀକରଣ ଓ ରାଜନୈତିକ ଫାଇଦା ପାଇଁ ଏଭଳି ପ୍ରାର୍ଥୀ ଚୟନ କରିଛି, ସେଥିରେ କେତେ ସଫଳ ହେଉଛି ତାହା ସାଧାରଣ ନିର୍ବାଚନ ଶେଷ ହେବାପରେ ଜଣାପଡ଼ିବ। ସୂଚନାଯୋଗ୍ୟ, ଭାଜପା ୨ଟି ପର୍ଯ୍ୟାୟରେ ସମସ୍ତ ୨୧ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ଗୋଟିଏ ପର୍ଯ୍ୟାୟରେ ୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?