ପ୍ରାର୍ଥୀ ବଦଳାଇ ବିଜେଡି ଜିତୁଛି

ଆନନ୍ଦପୁର,୨୭।୨(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଗତ ତିନୋଟି ନିର୍ବାଚନକୁ ଦେଖିଲେ ବିଜେଡି ଏଠାରେ ପ୍ରତିଥର ପ୍ରାର୍ଥୀ ବଦଳାଉଥିବାବେଳେ ଭାଜପା ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥତ୍ତ୍ୱକୁ ପ୍ରାୟ ସ୍ଥିର ରଖିଛନ୍ତି। ବିଜେଡିର ପ୍ରାର୍ଥୀ ପରିବର୍ତ୍ତନ ପରୀକ୍ଷଣ ସଫଳ ହେଉଥିବା ବେଳେ କଂଗ୍ରେସ ଓ ଭାଜପା ବିକଳ୍ପ ପ୍ରାର୍ଥୀ ଅଭାବରୁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡୁଥିବା ଆଲୋଚନା ହେଉଛି।
୍ଯ ବିଜେଡିରୁ ଭାଗୀରଥି ସେଠୀ ୫୪ ହଜାର ୨୬୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ କଂଗ୍ରେସର ଜୟଦେବ ଜେନା ୪୮ହଜାର ୯୬୦ ଖଣ୍ଡ ଭୋଟ ପାଇ ଦ୍ୱିତୀୟରେ ରହିଥିଲେ। ଭାଜପାରୁ ଆରତି ସିଂହ ୧୦ହଜାର ୬୪୪ ଖଣ୍ଡ ଭୋଟ ପାଇ ତୃତୀୟରେ ଥିଲେ। ୨୦୧୪ରେ ବିଜେଡିରୁ ମାୟାଧର ଜେନା ୮୨ ହଜାର ୫୨୦ ଖଣ୍ଡ ଭୋଟ ପାଇ ଜୟଯୁକ୍ତ ହୋଇଥିବା ବେଳେ କଂଗ୍ରେସରୁ ଜୟଦେବ ୬୦ହଜାର ୨୯୬ ଭୋଟ ପାଇ ୨ୟ ଏବଂ ଭାଜପାରୁ ଆଲୋକ ସେଠୀ ୧୨ହଜାର ୬୬୪ ଭୋଟ ପାଇ ୩ୟରେ ଥିଲେ। ୨୦୦୯ରେ ଭାଜପାରୁ ନିର୍ବାଚନ ଲଢ଼ିଥିବା ଆରତି ବିଜେଡିମୁହଁା ହେବାରୁ ଆଲୋକଙ୍କୁ ଭାଜପା ୨୦୧୪ରେ ବିଧାୟକ ପ୍ରାର୍ଥୀ ଭାବେ ମଇଦାନକୁ ଛାଡ଼ିଥିଲା। ସେହିଭଳି ୨୦୧୯ରେ ବିଜେଡିରୁ ଭାଗୀରଥି ନିର୍ବାଚନ ଲଢ଼ି ୮୯ହଜାର ୮୫୦ ଭୋଟ ପାଇ ବିଧାୟକ ହୋଇଥିଲେ। କଂଗ୍ରେସରୁ ଜୟଦେବ ୪୫ହଜାର ୬୫୭ ଭୋଟ ପାଇ ଦ୍ୱିତୀୟ ଏବଂ ଭାଜପାରୁ ଆଲୋକ ୩୧ ହଜାର ୫୫୪ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଦେଖିବାକୁ ଗଲେ ୨୦୦୯ରୁ ଭାଜପାର ଭୋଟ ହାର କଂଗ୍ରେସ ତୁଳନାରେ ଅପେକ୍ଷାକୃତ ବୃଦ୍ଧି ପାଇଆସିଛି। ୨୦୨୪ ନିର୍ବାଚନକୁ ଦେଖିଲେ ଭାଜପାରୁ ଆଲୋକ ପୁନର୍ବାର ଟିକେଟ ପାଇବାର ସମ୍ଭାବନା ରହିଥିବା ଆଲୋଚନା ହେଉଛି। କାରଣ ଭାଜପାର ସେଭଳି ଆଖିଦୃଶିଆ ବିକଳ୍ପ ନ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ତେବେ ବିଜେଡିରେ ନବାଗତ ଆଶାୟୀଙ୍କ ସଂଖ୍ୟା ବଢ଼ୁଥିବାରୁ ବରିଷ୍ଠମାନେ ନାନା ଆଶଙ୍କା ଭିତରେ ରହିଛନ୍ତି। ପୁଣି ଶୁଣିବାକୁ ମିଳୁଛି, ବିଜେଡି ଟିକେଟ ନ ପାଇଲେ ସେହି ବ୍ୟକ୍ତିଙ୍କୁ ଭାଜପା ଟାର୍ଗେଟ କରିପାରେ। ଅନ୍ୟପକ୍ଷରେ ୨୦୨୪ରେ ଭେଟେରାନ ଜୟଦେବ ପୁନର୍ବାର କଂଗ୍ରେସ ଟିକେଟରେ ନିର୍ବାଚନକୁ ଓହ୍ଲାଇପାରନ୍ତି କିମ୍ବା ଆବଶ୍ୟକ ପଡ଼ିଲେ ତାଙ୍କ ପୁଅ ମନୋଜଙ୍କୁ ମଇଦାନକୁ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri