‘ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ବିଜେଡି ରାଜନୀତି କରୁଛି’

ଭୁବନେଶ୍ୱର,୧୯ା୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଅସୁସ୍ଥ ହେବା ଗୁଜବ ଓ ଏହାର କିଛି ଘଣ୍ଟା ପରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ ଓ ଭାଜପା। କଂଗ୍ରେସର ରାଜ୍ୟ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, କିଛି ଦିନର ଅଜ୍ଞାତବାସ ପରେ ମୁଖ୍ୟମନ୍ତ୍ରୀ ଆଜି ପଦାକୁ ଆସିଲେ, ଲିଙ୍ଗରାଜଙ୍କୁ ଦର୍ଶନ କଲେ ଓ ଗଣମାଧ୍ୟମ ସାମନାରେ ନିଜେ ସୁସ୍ଥ ଅଛନ୍ତି ବୋଲି କହିଲେ। ସେ ସୁସ୍ଥ ଅଛନ୍ତି ଜାଣି ଆମେ ଖୁସି ଓ ସୁସ୍ଥ ରହନ୍ତୁ ବୋଲି ଆମର ଲିଙ୍ଗରାଜଙ୍କ ପାଖରେ ପ୍ରାର୍ଥନା। କିନ୍ତୁ ନିଜେ ସୁସ୍ଥ ଅଛନ୍ତି ବୋଲି କହିବାବେଳେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଗୁଜବ ଚାଲିଛି ବୋଲି ଯେଉଁ ଟିପ୍ପଣୀ ଦେଲେ ତାହା ଆମକୁ ରହସ୍ୟମୟ ଲାଗୁଛି। ଏହା ପୂର୍ବରୁ ଜାନୁୟାରୀ ୨୬ରେ ଏହିଭଳି ଏକ ଗୁଜବକୁ ସେ ଖଣ୍ଡନ କରିବାକୁ ଯାଇ ଭୁବନେଶ୍ୱର ରାଜରାସ୍ତାରେ ଚାଲୁଥିବାର ଆମେ ଦେଖିଥିଲୁ। ଏଭଳି ଗୁଜବ ଯେପରି ରହସ୍ୟମୟ ତାକୁ ଖଣ୍ଡନ କରିବା ପାଇଁ କାର୍ଯ୍ୟ ପଦ୍ଧତି ସେହିପରି ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟିକରେ। ପ୍ରଶ୍ନଆସେ ଏସବୁ ନିଜ ଦଳର ପ୍ରାୟୋଜିତ କାର୍ଯ୍ୟ ନୁହେଁତ। ପୁଣି ମୁଖ୍ୟମନ୍ତ୍ରୀଙ୍କ ଚାଲି ଚଳଣୀରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ପ୍ରତିତ ହେଉ ନ ଥିଲେ ଓ ଏଭଳି ସମୟରେ ସେ ଭଲ ଅଛନ୍ତି ବୋଲି ଦେଖାଇବା ପାଇଁ ତାଙ୍କୁ ଚଲାଇ ଚଲାଇ ନେବା ଦୁଃଖଦାୟକ। ତାଙ୍କ ସ୍ବାସ୍ଥ୍ୟକୁ ନେଇ କୌଣସି ରାଜନୀତି ହେବା ଉଚିତ ନୁହେଁ ବୋଲି ଦାସ କହିଛନ୍ତି।
ଅନ୍ୟପକ୍ଷରେ ଭାଜପା ନେତା ଯତୀନ ମହାନ୍ତି କହିଛନ୍ତି, ‘ଗୁଜବ ହେଲେ ବିଜେଡି ଭଲ କରେ’ ବୋଲି ମୁଖ୍ୟମନ୍ତ୍ରୀ ନିଜେ ଗଣମାଧ୍ୟମକୁ କହିଛନ୍ତି, ଏଥିରୁ କିଏ ଏହି ଗୁଜବ ସୃଷ୍ଟି କରିଛି ସ୍ପଷ୍ଟ ଅନୁମେୟ। ଏହା ଭୂତ ହୋଇ ଲାଗିବା ଓ ଗୁଣିଆ ହୋଇ ଛଡେଇବା ସଦୃଶ। ନିର୍ବାଚନରେ ସହାନୁଭୂତି ସାଉଣ୍ଟିବା ପାଇଁ ବିଜେଡି ଓ ଏହାର କାର୍ଯ୍ୟକର୍ତ୍ତା ଏହିଭଳି ଗୁଜବ ସୃଷ୍ଟି କରିଛନ୍ତି। ପୂର୍ବରୁ ବି ଏହିଭଳି ଗୁଜବ ସୃଷ୍ଟି କରିଥିଲେ। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ଆଳ ଦେଖାଇ ୨ ବର୍ଷ ହେବ ବିଧାନସଭା ମାଟି ମାଡିନାହାନ୍ତି। ଏପରିସ୍ଥଳେ ଗୁଜବ ଆଳରେ ଲିଙ୍ଗରାଜଙ୍କ ଦର୍ଶନ କରି ଗଣମାଧ୍ୟମକୁ ଆସିବା ରାଜନୀତି ଛଡ଼ା ଆଉ କିଛି ନୁହେଁ ବୋଲି ମହାନ୍ତି କହିଛନ୍ତି। ସେହିଭଳି ଦିଲୀପ ମହାନ୍ତି କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଗୁହାରି ନ ଶୁଣିବେ, ବିଧାନସଭାକୁ ନ ଯିବେ, ମନ୍ତ୍ରୀ ପରିଷଦ ବୈଠକ ନ କରିବେ, ଜିଲାସ୍ତରୀୟ ସମୀକ୍ଷା କରିବେନି, ତେବେ ତାଙ୍କ ଅନୁପସ୍ଥିତିକୁ ଲୋକମାନେ ଏଭଳି କିଛି ବୁଝୁଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ମଝିରେ ମଝିରେ ଗଣମାଧ୍ୟମରେ ବାହାରି ମ୍ୟାଜିକ୍‌ କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?