ବିରୋଧୀ ଦଳ ପ୍ରଶ୍ନ କଲେ ବିଜେଡିକୁ କଷ୍ଟ ହେଉଛି: ଭାଜପା

ଭୁବନେଶ୍ବର, ୭ା୨(ବ୍ୟୁରୋ): ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଆତଙ୍କିତ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ନ ଦେଇ ବିଜେଡି ‘ଦୋଷାରୋପର ଖେଳ’ ଆରମ୍ଭ କରିଛି। ବିଶେଷକରି ନବ ଦାସଙ୍କୁ ତାଙ୍କ ସୁରକ୍ଷା ଅଧିକାରୀ ଗୁଳିକରି ହତ୍ୟା କରିବା ପରେ ଗୃହ ବିଭାଗର ମୁଖା ଖୋଲିଯାଇଛି। ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ ଠିକ୍‌ ଭାବେ ନିଶ୍ଚିତ ହେବା ଉଚିତ୍‌। କିନ୍ତୁ ଏହା ହେଉ ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି। ବିରୋଧୀ ଦଳ ଭାବେ ଭାଜପା ପ୍ରଶ୍ନ ପଚାରିଲେ ବିଜେଡିକୁ କଷ୍ଟ ହେଉଛି। ପ୍ରଶ୍ନର ଜବାବ ଦେବା ବଦଳରେ ଶାସକ ଦଳର ନେତାମାନେ କେନ୍ଦ୍ରମନ୍ତ୍ରୀ, ବିରୋଧୀ ଦଳ ନେତାଙ୍କ ସମେତ ଭାଜପାର ନେତୃବୃନ୍ଦଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ସହିତ ମୂଳ ପ୍ରସଙ୍ଗରୁ ଓହରିଯାଇ କୁତ୍ସାରଟନା କରୁଛନ୍ତି ବୋଲି ଭାଜପା ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମନୋଜ କହିଛନ୍ତି ଯେ, ୨୦୦୭ରେ ଘଟିଥିବା କନ୍ଧମାଳ ଘଟଣାକୁ ବୋଧହୁଏ ବିଜେଡି ଏମ୍‌ପି ସସ୍ମିତ ପାତ୍ର ଭୁଲିଯାଇଛନ୍ତି। ରାଜ୍ୟ ରାଜନୀତିରେ ଅପରାଧୀକରଣର ଅଧ୍ୟାୟ ଏଇଠୁ ଆରମ୍ଭ ହୋଇଥିଲା। ୨୦୦୭ର ଏହି ଘଟଣାର ତଦନ୍ତ କରିଥିବା ଜଷ୍ଟିସ୍‌ ବାସୁଦେବ ପାଣିଗ୍ରାହୀ କମିଶନ ନିଜ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ସତ୍ତ୍ୱେ ଏହାକୁ ସାର୍ବଜନୀନ କରାଗଲା ନାହିଁ। ଏହାକୁ ରାଜ୍ୟ ସରକାର କାହିଁକି ଚାପି ରଖିଛନ୍ତି। ଏହାର ଜବାବ୍‌ ସସ୍ମିତ ପ୍ରଥମେ ରଖିବା ଉଚିତ। ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୋଲିସର ପକ୍ଷପାତିତା ଏବଂ ନ୍ୟାୟାଳୟର ହସ୍ତକ୍ଷେପ ଯୋଗୁ ତଦନ୍ତ ହେଉଥିବା ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିବାବେଳେ ସୋମବାର ଆଉ ଏକ ନୂଆ ଅଧ୍ୟାୟ ଏଥିରେ ଯୋଡ଼ିହୋଇଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହା କ’ଣ ମିଛ ବୋଲି ମନୋଜ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଗଦ୍ୱାରରୁ ହଟିବ ବିଜୁଙ୍କ ସମାଧି

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ପୁରୀ ସ୍ବର୍ଗଦ୍ୱାରରେ ଥିବା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳ ହଟିବ। ତେବେ ସେଠାରେ କେବଳ ସ୍ମୃତିଫଳକ ରହିବ ବୋଲି ବିଜେଡି ଏକ ଖବରଦାତା ସମ୍ମିଳନୀ...

CORONAVIRUS UPDATE: ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୪୩ କରୋନା ପଜିଟିଭ; ୧୪ ହଜାର ଟପିଲା ମୋଟ ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର,୧୪।୭(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୫୪୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜର ଟପି ୧୪,୨୮୦ରେ...

ପୋଲିସକୁ ଡେମୋ ଦେଖାଇଲେ ରାକେଶ

ଯାଜପୁର ଅଫିସ/ ରସୁଲପୁର(ଡି.ଏନ୍‌.ଏ.),୩ା୨: ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ(୨୧)ଙ୍କ ମୃତ୍ୟୁ ଘଟଣାରେ ଗିରଫ ରାକେଶ କୁମାର ସ୍ବାଇଁଙ୍କୁ ପୋଲିସ ୩ ଦିନିଆ...

ସରକାରଙ୍କ ଉପରେ ବର୍ଷିଲେ ଶଙ୍କରାଚାର୍ଯ୍ୟ, କହିଲେ ମଠ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହେଉଛି

ପୁରୀ ଅଫିସ, ୩୧।୮: ବହୁଚର୍ଚ୍ଚିତ ଏମାର ମଠ ଭଙ୍ଗାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଶନିବାର ଏ ନେଇ ମୁହଁ ଖୋଲିଛନ୍ତି ଶଙ୍କରାଚାର୍ଯ୍ୟ...

ମା’ଙ୍କ ଶବଦାହ ପାଇଁ ମନା କରିଦେଲା ପୁଅ

ବରଗଡ଼ ଅଫିସ୍‌,୧୧।୯: ନୂଆଁଖାଇରେ ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ହୋଇପଡ଼ି ଥିବାବେଳେ ବରଗଡ଼ ସହର ପୁରୁଣା ବସ୍‌ଷ୍ଟାଣ୍ଡ ପଛପଟେ ଥିବା ଝୁମ୍ପୁଡ଼ିପଡ଼ାରେ ଏକ ଅଭାବନୀୟ ଘଟଣା...

୩ଥର ଇସ୍ତଫା ଗ୍ରହଣ କରିବାକୁ କହିଲିଣି: ନିରଞ୍ଜନ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ରାଜ୍ୟରେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟି ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିଛି। ଅନ୍ୟପଟେ ବିଳମ୍ବରେ ହୋଇଥିବା ପାଟକୁରା ନିର୍ବାଚନରେ ମଧ୍ୟ...

ରାଜ୍ୟରେ ଆଖିବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ପହଞ୍ଚିଲା ୧୬୮୭ରେ

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୧୬ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬୮୭କୁ ବୃଦ୍ଧି ପାଇଛି। ଏ ନେଇ...

ନୀଳମାଧବ ଜୀଉଙ୍କ ଚନ୍ଦନ ଲାଗି ଆରମ୍ଭ

ଖଣ୍ଡପଡ଼ା,୧୨ା୩(ସ୍ବ.ପ୍ର.): ଜଗନ୍ନାଥ ସଂସ୍କୃତିର ଆଦି ଦେବତା କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ବେଶ ସୋମବାର ଦୋଳ ପୂର୍ଣ୍ଣମୀଠାରୁ ଆରମ୍ଭ ହୋଇଛି। ମାନବ ସମାଜରେ...

Advertisement
Archives

Model This Week