Advertisement

ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକଲା ବିଜେଡି

ଦେବଗଡ଼/ଭୁବନେଶ୍ୱର (ବ୍ୟୁରୋ), ୧୧ା୧(ଡି.ଏନ.ଏ.): ମୁକ୍ତା ଯୋଜନାରେ ଏସ୍‌ଏଚ୍‌ଜି ମହିଳା ମାନେ ନିର୍ମାଣ କରିଥିବା ଟାଉନ ହଲ୍‌ ପାଚେରି ଭଙ୍ଗାରୁଜା ଘଟଣାକୁ ନେଇ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ବିରୋଧରେ ଅସନ୍ତୋଷ ବଢିବାରେ ଲାଗିଛି। ଏହି ଭଙ୍ଗାରୁଜାକୁ ନେଇ ବିଧାୟକ ପାଣିଗ୍ରାହୀଙ୍କୁ ତାଙ୍କ ଦଳ ଭାଜପାରୁ ବିରୋଧ କରାଯାଇଥିବା ବେଳେ ମଙ୍ଗଳବାର ଜିଲା ବିଜେଡି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ଏହାସହ ବିଧାୟକଙ୍କ ସମେତ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରି ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ଜିଲାପାଳ ଓ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଜିଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ମଙ୍ଗଳବାର ପୂର୍ବାହ୍ନରେ ମଠସାହି ସ୍ଥିତ ମା’ କନକ ଦୁର୍ଗା ମନ୍ଦିର ପରିସରରୁ ଶତାଧିକ ଦଳୀୟ କର୍ମୀଙ୍କ ସମେତ ଏସ୍‌ଏଚ୍‌ଜି ସଦସ୍ୟାମାନେ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ। ସେମାନେ ବିଧାୟକଙ୍କ ଦାଦାଗିରିକୁ ନିନ୍ଦା କରି ବିଭିନ୍ନ ସ୍ଲୋଗାନ ଦେବା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲେ। ସେଠାରେ ଭାଜପା ବିଧାୟକ ପାଣିଗ୍ରାହୀଙ୍କୁ ଗିରଫ କରିବା ସହ ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈ, ଡବ୍ଲ୍ୟୁଓଡିସି ସଦସ୍ୟ ଭୂପେନ୍ଦ୍ର ପ୍ରସାଦ ନାୟକ, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଂ. ସୁଜିତ କୁମାର ପ୍ରଧାନ, ନଗର ବିଜେଡି ସଭାପତି ଶୁକଦେବ ଭଞ୍ଜ, ଜିଲା ଯୁବ ବିଜେଡି ସଭାପତି ପ୍ରତାପ କୁମାର ଦେବ, ମହିଳା ବିଜେଡି ସଭାନେତ୍ରୀ ଅରୁଣୀ ପ୍ରଧାନ ପ୍ରମୁଖ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ରେବିକା ବିଲୁଙ୍ଗଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
ଅନ୍ୟପଟେ ଏହି ଘଟଣାକୁ ନେଇ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଭୁବନେଶ୍ୱରରେ ଏକ ଖବରଦାତା ସମ୍ମିଳନୀ ଜରିଆରେ କହିଛନ୍ତି, ଦେବଗଡ଼ର ଭାଜପା ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଦାଦାଗିରି ଓ ଗୁଣ୍ଡାଗର୍ଦ୍ଦି ସୀମା ଅତିକ୍ରମ କରିଛି। ଏହି ଘଟଣାକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଉଛି। ସେହିପରି ବିଜେଡି ମୁଖପାତ୍ର ଇପସିତା ସାହୁ କହିଛନ୍ତି, ଭାଜପା ବିଧାୟକଙ୍କ ଏଭଳି କାର୍ଯ୍ୟକଳାପରୁ ସ୍ପଷ୍ଟ ହୋଇସାରିଲାଣି ଯେ ସେ ଜଣେ ଅଭ୍ୟାସଗତ ଅପରାଧୀ।


Enter your email to get our daily news in your inbox.

All Right Reserved By Dharitri.Com

୯ମାସ ହେବ ଶ୍ରମିକଙ୍କ ଦରମା ବନ୍ଦ: ଆଜିଠାରୁ କାରଖାନା ସମ୍ମୁଖରେ ଶନ୍ତିପୂର୍ଣ୍ଣ ଧାରଣା

କଳିଙ୍ଗନଗର,୧୬ା୧୦(ଡି.ଏନ.ଏ.)- କଳିଙ୍ଗନଗରସ୍ଥିତ ମୈଇଥାନ ମେସ୍‌କୋ କାରଖାନାରେ ଶ୍ରମିକମାନେ ୯ ମାସ ହେବ ଦରମା ପାଇ ନ ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗତ ଅଗଷ୍ଟ...

ଘରଲୋକ ଯାଇଥିଲେ ଧାନ କାଟିବାକୁ , ରଶି ଲଗାଇ ଝୁଲିପଡ଼ିଲେ ଭଉଣୀଭାଇ

ବାରିପଦା ଅଫିସ,୨୫।୧୧: ମୟୂରଭଞ୍ଜ ଜିଲା ବାରିପଦା ସଦରବ୍ଲକ ଅଧୀନ ଧାନଶୋଳ ଉପକଣ୍ଠ ଲୋଧାସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ସକାଳେ ଲୋଧାସାହିର ଦୁଇ ନାବାଳକ...

ପାଟୁଳି ପଞ୍ଚାୟତରେ ରନ୍ଧାଖାଦ୍ୟ ବଣ୍ଟନ

ଭଣ୍ଡାରିପୋଖରୀ, ୨୮।୪ ( ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଞ୍ଚାୟତର ମା’ତାରିଣୀ ୟୁଥ କ୍ଲବ ପକ୍ଷରୁ ମହାମାରୀ କରୋନା ପାଇଁ ଘରେ ବସି ରହିଥିବା ପାଟୁଳି, ମୋବାରକପୁର,...

ପଞ୍ଚାୟତ ନିର୍ବାଚନ: ହେବିୱେଟ୍‌ଙ୍କ ପାଇଁ ସମ୍ମାନର ପ୍ରଶ୍ନ

ଗୁଣପୁର,୧୪ା୨(ଡି.ଏନ୍‌.ଏ.)  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ୧୬ରୁ ଆରମ୍ଭ ହେବ। ଏହି କ୍ରମରେ ରାୟଗଡ଼ା ଜିଲା ଗୁଣପୁର ନିର୍ବାଚନ ମଣ୍ଡଳୀ ଅଧୀନ ଚନ୍ଦ୍ରପୁରରେ...

ବିଚ୍‌ ରାସ୍ତାରେ ବିଦ୍ୟାଳୟର ମହିଳା-ପୁରୁଷ କର୍ମଚାରୀଙ୍କ ହାତାହାତି

ପୁରୁଷୋତ୍ତମପୁର,୧୨।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟରୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ବିଚ୍‌ ରାସ୍ତାରେ...

ଯୋଡ଼ା ଡାକଘରେ ଇଣ୍ଟରନେଟ୍‌ ସେବା ଠପ୍‌

ଯୋଡ଼ା, ୨।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକାରେ ଥିବା ମୁଖ୍ୟ ଡାକ ଘରେ ଇଣ୍ଟରନେଟ୍‌ ସେବା ବ୍ୟାହତ ହୋଇଛି। ଏଥିପାଇଁ ଗ୍ରାହକ ନାହିଁ ନ ଥିବା...

Featured Video Play Icon

ଶ୍ରମିକଙ୍କୁ ଆଣ୍ଠେଇ ପୋଲିସ ବାଡ଼େଇବା ଅଭିଯୋଗ: ଭିଡ଼ିଓ ଭାଇରାଲ

ବନ୍ତଳା, ୩୧ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ସମ୍ମୁଖରେ ସୋମବାର ମଧ୍ୟାହ୍ନରେ ରାସ୍ତାରେ ଯାଉଥିବା କେତେଜଣ ଶ୍ରମିକଙ୍କୁ ଆଣ୍ଠେଇ ପୋଲିସ ମାଡ଼ ମାରିଥିବା...

୧ରୁ ବସ୍‌ ଧର୍ମଘଟ ଚେତାବନୀ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଆସନ୍ତା ଜୁଲାଇ ୧ ତାରିଖରୁ ସମଗ୍ର ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଏଭଳି ଚେତାବନୀ...

Advertisement
Archives

Model This Week