ଓଡ଼ିଶା ପାଇଁ ସ୍ବତନ୍ତ୍ର ପାହ୍ୟା ଦାବି କଲା ବିଜେଡି

ନୂଆଦିଲ୍ଲୀ,୧୦ା୨:ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଓଡ଼ିଶାକୁ ସ୍ବତନ୍ତ ଫୋକସ ପାହ୍ୟା ପ୍ରଦାନ ଲାଗି ବିଜେଡି ଗୁରୁବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି। ଲୋକ ସଭାରେ କେନ୍ଦ୍ର ବଜେଟ ଉପରେ ଆଲୋଚନା ବେଳେ ବରିଷ୍ଠ ବିଜେଡି ସଦସ୍ୟ ଭର୍ତ୍ତୃହରି ମହତାବ କୌଣସି ପ୍ରାକୃତିକ ବିପର୍ଯ୍ୟୟ ପରେ ଅନୂ୍ୟନ ୩ ବର୍ଷ ପାଇଁ ରାଜ୍ୟକୁ ସ୍ବତନ୍ତ୍ର ଫୋକସ୍‌ ମାନ୍ୟତା ପ୍ରଦାନ ଲାଗି କେନ୍ଦ୍ରକୁ ଅନୁରୋଧ କରିଥିଲେ। ଏହି ସମୟ ମଧ୍ୟରେ କେନ୍ଦ୍ର ରାଜ୍ୟ ଅନୁଦାନ ଅନୁପାତ ୯୦:୧୦ ହେବା ଆବଶ୍ୟକ, ଅର୍ଥାତ୍‌ କୌଣସି ଯୋଜନା ଲାଗି କେନ୍ଦ୍ର ସରକାର ୯୦ ପ୍ରତିଶତ ଅନୁଦାନ ଦେଲେ ରାଜ୍ୟ ଭାଗ ୧୦ ପ୍ରତିଶତ ରଖିବାକୁ ଭର୍ତ୍ତୃହରି କହିଥିଲେ। ଏଥିପାଇଁ ରାଜ୍ୟ ସରକାର ପୂର୍ବରୁ ନୀତି ଆୟୋଗ ବୈଠକରେ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ପିଏମ୍‌ କିଷାନ ଯୋଜନା ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏରେ ବ୍ୟୟବରାଦ ହ୍ରାସ ପାଇଥିବା କଥା ମଧ୍ୟ କଟକ ଏମ୍‌ପି ଉଠାଇଥିଲେ। ସେ କହିଥିଲେ, ପୂର୍ବବର୍ଷ ତୁଳନାରେ ଏଥର ପିଏମ୍‌ କିଷାନ ଯୋଜନାରେ ୧୩.୩୩ ପ୍ରତିଶତ କମ୍‌ ବ୍ୟୟବରାଦ କରାଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ଜନସଂଖ୍ୟାର ୪୦ ପ୍ରତିଶତରୁ ଅଧିକ ବାଦ୍‌ ପଡ଼ିଛନ୍ତି। ଅନେକ ଗାଁ ଓ ବସ୍ତିର ଉପେକ୍ଷିତ ଜାତି ଓ ସମ୍ପ୍ରଦାୟ ରାଶନ କାର୍ଡରୁ ବଞ୍ଚତ୍ତ। ରାଜ୍ୟ କାର୍ଡ ଦିଆଯାଇ ଏହି ଯୋଜନାରେ ଅଧିକ ଲୋକଙ୍କୁ ସାମିଲ କରାଯାଇଥିବା ଭର୍ତ୍ତୃହରି କହିଥିଲେ। ଓଡ଼ିଶା ସରକାର ଚାଷୀଙ୍କଠାରୁ ଧାନ ଓ ଉଷୁନା ଚାଉଳ କିଣୁଥିବାବେଳେ ଭାରତୀୟ ଖାଦ୍ୟ ନିଗମ ଓଡ଼ିଶାରୁ ଏହା କିଣୁ ନାହିଁ। ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବର କାରଣ କ’ଣ ବୋଲି ଭର୍ତ୍ତୃହରି ପ୍ରଶ୍ନ କରିଥିଲେ। କେନ୍ଦ୍ରାପଡ଼ା ଷ୍ଟେଶନକୁ ପାସେଞ୍ଜର ଟ୍ରେନ୍‌ ଚଳାଚଳ ପାଇଁ ସେ ରେଳ ମନ୍ତ୍ରଣାଳୟ ନିକଟରେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri