ଓଡ଼ିଶା ପାଇଁ ସ୍ବତନ୍ତ୍ର ପାହ୍ୟା ଦାବି କଲା ବିଜେଡି

ନୂଆଦିଲ୍ଲୀ,୧୦ା୨:ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଓଡ଼ିଶାକୁ ସ୍ବତନ୍ତ ଫୋକସ ପାହ୍ୟା ପ୍ରଦାନ ଲାଗି ବିଜେଡି ଗୁରୁବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି। ଲୋକ ସଭାରେ କେନ୍ଦ୍ର ବଜେଟ ଉପରେ ଆଲୋଚନା ବେଳେ ବରିଷ୍ଠ ବିଜେଡି ସଦସ୍ୟ ଭର୍ତ୍ତୃହରି ମହତାବ କୌଣସି ପ୍ରାକୃତିକ ବିପର୍ଯ୍ୟୟ ପରେ ଅନୂ୍ୟନ ୩ ବର୍ଷ ପାଇଁ ରାଜ୍ୟକୁ ସ୍ବତନ୍ତ୍ର ଫୋକସ୍‌ ମାନ୍ୟତା ପ୍ରଦାନ ଲାଗି କେନ୍ଦ୍ରକୁ ଅନୁରୋଧ କରିଥିଲେ। ଏହି ସମୟ ମଧ୍ୟରେ କେନ୍ଦ୍ର ରାଜ୍ୟ ଅନୁଦାନ ଅନୁପାତ ୯୦:୧୦ ହେବା ଆବଶ୍ୟକ, ଅର୍ଥାତ୍‌ କୌଣସି ଯୋଜନା ଲାଗି କେନ୍ଦ୍ର ସରକାର ୯୦ ପ୍ରତିଶତ ଅନୁଦାନ ଦେଲେ ରାଜ୍ୟ ଭାଗ ୧୦ ପ୍ରତିଶତ ରଖିବାକୁ ଭର୍ତ୍ତୃହରି କହିଥିଲେ। ଏଥିପାଇଁ ରାଜ୍ୟ ସରକାର ପୂର୍ବରୁ ନୀତି ଆୟୋଗ ବୈଠକରେ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ପିଏମ୍‌ କିଷାନ ଯୋଜନା ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏରେ ବ୍ୟୟବରାଦ ହ୍ରାସ ପାଇଥିବା କଥା ମଧ୍ୟ କଟକ ଏମ୍‌ପି ଉଠାଇଥିଲେ। ସେ କହିଥିଲେ, ପୂର୍ବବର୍ଷ ତୁଳନାରେ ଏଥର ପିଏମ୍‌ କିଷାନ ଯୋଜନାରେ ୧୩.୩୩ ପ୍ରତିଶତ କମ୍‌ ବ୍ୟୟବରାଦ କରାଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ଜନସଂଖ୍ୟାର ୪୦ ପ୍ରତିଶତରୁ ଅଧିକ ବାଦ୍‌ ପଡ଼ିଛନ୍ତି। ଅନେକ ଗାଁ ଓ ବସ୍ତିର ଉପେକ୍ଷିତ ଜାତି ଓ ସମ୍ପ୍ରଦାୟ ରାଶନ କାର୍ଡରୁ ବଞ୍ଚତ୍ତ। ରାଜ୍ୟ କାର୍ଡ ଦିଆଯାଇ ଏହି ଯୋଜନାରେ ଅଧିକ ଲୋକଙ୍କୁ ସାମିଲ କରାଯାଇଥିବା ଭର୍ତ୍ତୃହରି କହିଥିଲେ। ଓଡ଼ିଶା ସରକାର ଚାଷୀଙ୍କଠାରୁ ଧାନ ଓ ଉଷୁନା ଚାଉଳ କିଣୁଥିବାବେଳେ ଭାରତୀୟ ଖାଦ୍ୟ ନିଗମ ଓଡ଼ିଶାରୁ ଏହା କିଣୁ ନାହିଁ। ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବର କାରଣ କ’ଣ ବୋଲି ଭର୍ତ୍ତୃହରି ପ୍ରଶ୍ନ କରିଥିଲେ। କେନ୍ଦ୍ରାପଡ଼ା ଷ୍ଟେଶନକୁ ପାସେଞ୍ଜର ଟ୍ରେନ୍‌ ଚଳାଚଳ ପାଇଁ ସେ ରେଳ ମନ୍ତ୍ରଣାଳୟ ନିକଟରେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri