ଇଡି,ସିବିଆଇ ଭୟରେ ବିଜେଡି ବିରୋଧୀ ଦଳ ଭୂମିକା ତୁଲାଇପାରିବ ନାହିଁ: ତାରା

ଭୁବନେଶ୍ୱର(ଅନିଲ ଦାସ)/ଜୟପୁର(ପବନ ପାଣିଗ୍ରାହୀ),୧୫ା୬: ଆସନ୍ତା ୫ ବର୍ଷ ପାଇଁ କଂଗ୍ରେସ ବିରୋଧୀ ଦଳ ଭୂମିକା ନିର୍ବାହ କରିବ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି। କାରଣ ଇଡି, ସିବିଆଇ ଭୟରେ ବିଜେଡି ବିରୋଧୀ ଦଳ ଭୂମିକା ତୁଲାଇ ପାରିବ ନାହିଁ ବୋଲି ସେ କହିଛନ୍ତି।
ଗଣମାଧ୍ୟମକୁ ତାରା କହିଛନ୍ତି ଯେ ୨୦୨୪ ନିର୍ବାଚନରେ ଭାଜପା ସରକାର ଗଢ଼ିଛି। ୨୪ ବର୍ଷ ଧରି ଶାସନ ଗାଦିରେ ବସିଥିବା ବିଜେଡି ମୁଖ୍ୟ ବିରୋଧୀ ଦଳ ହୋଇଛି। କିନ୍ତୁ ଏ ପର୍ଯ୍ୟନ୍ତ କଂଗ୍ରେସର ସ୍ଥିତିରେ ସେଭଳି କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ଯଦିଓ ଗତ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ଦଳର ଆସନ ସଂଖ୍ୟା ବୃଦ୍ଧି ପାଇଛି, କିନ୍ତୁ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। କଂଗ୍ରେସ ରାଜ୍ୟରେ ୧ ନମ୍ବର ଦଳ ହେବ। କଂଗ୍ରେସରେ ଗୋଷ୍ଠୀ କନ୍ଦଳ ବନ୍ଦ ହେବା ଦରକାର। ବାରମ୍ବାର ଦିଲ୍ଲୀ ଯିବା ମଧ୍ୟ ବନ୍ଦ ହେବ। ଯିଏ ଦାୟିତ୍ୱ ନିଅନ୍ତୁ ପଛେ କଂଗ୍ରେସକୁ ଭାଗ କରା ନ ଯାଉ। ଏହା ହେଲେ ୨୦୨୯ରେ କଂଗ୍ରେସ ରାଜ୍ୟର ଏକ ନମ୍ବର ଦଳ ହେବ ବୋଲି ତାରା କହିଛନ୍ତି। ଅବିଭକ୍ତ କୋରାପୁଟ ଜିଲାରେ କଂଗ୍ରେସର ୭ ବିଧାୟକ, ଜଣେ ଏମ୍‌ପି ବିଜୟୀ ହୋଇଛନ୍ତି ା ସମସ୍ତେ ଏକଜୁଟ ହୋଇ ରହିବୁ। ଅବିଭକ୍ତ କୋରାପୁଟ ଜିଲା ସହ ରାଜ୍ୟର ବିଭିନ୍ନ ସମସ୍ୟା ବିଧାନସଭାରେ ଉଠିବ ା ଦଳ ଓ ମାଟି ମା’ ପାଇଁ ଲଢ଼େଇ ଜାରି ରହିବ ା ମୋ ସ୍ବରକୁ କେହି ଅଟକାଇ ପାରିବେ ନାହିଁ ା ରାଜ୍ୟରେ କଂଗ୍ରେସ ସରକାର ନ ଥିଲେ ମଧ୍ୟ ଲୋକଙ୍କ ପାଇଁ କାମ କରିବେ ବୋଲି ତାରା କହିଛନ୍ତି ା
କୋରାପୁଟ ପରେ ଜୟପୁର ବିଧାନସଭା ଆସନରୁ ତାରା ଲଗାତର ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଭାଜପା ଓ ବିଜେଡି ସପକ୍ଷରେ ଅଧିକ ସମର୍ଥନ ଥିବା ସତ୍ତ୍ୱେ ସେ କଂଗ୍ରେସ ଟିକେଟରେ ପୁଣି ବିଜୟୀ ହୋଇଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri