ବଡ଼ଚଣାବାସୀ ସ୍ବାଭିମାନୀର ପରିଚୟ ସୃଷ୍ଟି କଲେ: ଅମର ଶତପଥୀ

ଚଣ୍ଡିଖୋଲ,୧୫।୬(ପ୍ରଦୀପ୍ତ କୁମାର ପୃଷ୍ଟି): ବଡ଼ଚଣା ବିଧାନସଭା କ୍ଷେତ୍ରରେ ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳ (ବିଜେଡି) କ୍ଷମତାରେ ଥିବାବେଳେ ଚଳିତ ନିର୍ବାଚନରେ ଭାରତୀୟ ଜନତାପାର୍ଟି(ଭାଜପା) ବିଜୟ ଲାଭ କରିଛି। ଭାଜପାର ଅମର ନାୟକ ବିଜୟୀ ହୋଇଛନ୍ତି। ତେବେ ଏହି ନିର୍ବାଚନମଣ୍ଡଳୀରୁ ବିଜେଡିରୁ ୬ ଥର ବିଧାୟକ ହୋଇଥିବା ଅମର ପ୍ରସାଦ ଶତପଥୀଙ୍କୁ ଦଳ ଏଥର ଟିକେଟ ଦେଇ ନ ଥିଲା। ତାଙ୍କ ସ୍ଥାନରେ ଚଳଚ୍ଚିତ୍ର ତାରକା ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ ପ୍ରାର୍ଥୀ କରିଥିଲା। ନିର୍ବାଚନ ଶେଷ ହେବା ପରେ ଅମର ଶତପଥୀଙ୍କ ଏକ ଭିଡିଓ ବାର୍ତ୍ତା ଭାଇରାଲ ହେବାରେ ଲାଗିଛି, ଯାହାକି ବଡ଼ଚଣା ନିର୍ବାଚନମଣ୍ଡଳୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ସେ କହିଛନ୍ତି, ବଡ଼ଚଣାବାସୀ ଶିକ୍ଷିତ ଓ ସ୍ବାଭିମାନୀ। ତେଣୁ ବଡ଼ଚଣାର ଅସ୍ମିତାକୁ ଗୁରୁତ୍ୱ ଦେଇଛନ୍ତି। ଏହି ମାଟିରେ ଦୀର୍ଘ ୫୦ବର୍ଷ ଧରି ସେ ରାଜନୀତି କରିଆସିଛନ୍ତି। ବଡ଼ଚଣାବାସୀଙ୍କ ପ୍ରତ୍ୟେକ ସୁଖ ଦୁଃଖରେ ପହଞ୍ଚତ୍ଛନ୍ତି। ଲୋକଙ୍କ ସହିତ ପାରିବାରିକ ସମ୍ପର୍କ ବେଶ୍‌ ନିବିଡ଼ ରହିଛି। ଏହାକୁ ଦଳର ମୁଖ୍ୟ ବୁଝିପାରି ନାହାନ୍ତି ବୋଲି ଶତପଥୀ କହିଛନ୍ତି। ଗତ ଏପ୍ରିଲ ୩୦ରେ ବଡ଼ଚଣା ମହୋତ୍ସବ ପଡ଼ିଆରେ ହୋଇଥିବା ଜନସମାବେଶ କିପରି ଥିଲା ତାହାକୁ କେହି ହୃଦୟଙ୍ଗମ କରିପାରି ନାହାନ୍ତି। ତେବେ ଆଗାମୀ ଦିନରେ ସଙ୍ଗଠନକୁ ସୁଦୃଢ କରିବାକୁ ସେ ଏହି ଭିଡିଓରେ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଏହି ଘଟଣା ବଡ଼ଚଣାରେ ବେଶ୍‌ ଆଲୋଡ଼ନ ସୃଷ୍ଟି କରିଛି। ଏଥି ମଧ୍ୟରେ ନିର୍ବାଚନ ସରିବା ୧୪ଦିନ ବିତି ଯାଇଥିଲେ ବି ବିଜେଡି ତରଫରୁ କୌଣସି ସଭା ସମିତି ହୋଇନାହିଁ କିମ୍ବା ନିର୍ବାଚନୀ ସମୀକ୍ଷା ହୋଇନାହିଁ। ଅମର ଶତପଥୀଙ୍କୁ ଦଳ ତରଫରୁ କୌଣସି ଦାୟିତ୍ୱ ଦିଆଯାଇ ନ ଥିଲା। ଏପରି କି ପ୍ରଚାରରେ ମଧ୍ୟ ସାମିଲ କରାଯାଇ ନ ଥିଲା। କେବଳ ତାଙ୍କୁ ନୀରବ ରହିବା ପାଇଁ ବରିଷ୍ଠ ଉପସଭାପତି ପଦବୀ ପ୍ରଦାନ କରାଯାଇଥିଲା। ନିର୍ବାଚନ ସମୟରେ ସେ ବଡ଼ଚଣାକୁ ଆଦୌ ଆସି ନ ଥିବାବେଳେ ନିର୍ବାଚନ ପରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ପରିଲକ୍ଷିତ ହୋଇଛି।
ବିଜେଡିର ମଙ୍ଗ ଧରିଥିବା ନେତୃମଣ୍ଡଳୀ ଓ ବର୍ଷାଙ୍କୁ ଜିତାଇବା ପାଇଁ ସଂକଳ୍ପ ନେଇଥିବା ବିଭିନ୍ନ ପଦାଧିକାରୀଙ୍କ ଆଉ ଦେଖା ମିଳୁନାହିଁ। ଏହାକୁ ନେଇ କର୍ମୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଅମର ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲାବେଳେ ପୁରୁଖା କର୍ମୀମାନେ ତାଙ୍କ ସହିତ ଯାଉଥିବା ପରିଲକ୍ଷିତ ହୋଇଛି। ଖୁବ୍‌ଶୀଘ୍ର ସେ ବଡ଼ଚଣାରେ କର୍ମୀମାନଙ୍କୁ ସଙ୍ଗଠିତ କରି ପୁନର୍ବାର ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ଜଣାପଡ଼ିଛି।
ସୂଚନାଥାଉକି, ୨୦୦୪ରେ ଅମର ଶତପଥୀଙ୍କ ଟିକେଟ କାଟି ଦିଆଯାଇଥିଲା। ଏଠାରୁ ସେ ସମୟରେ ଗୌତମ ରାୟଙ୍କୁ ଟିକେଟ ଦିଆଯାଇଥିଲା। ସେ ବଡ଼ଚଣା ଅଞ୍ଚଳ ଲୋକ ହୋଇ ନ ଥିବାରୁ ଭୋଟର କଂଗ୍ରେସର ସୀତାକାନ୍ତ ମହାପାତ୍ରଙ୍କୁ ବିଜୟୀ କରାଇଥିଲେ। ଏହାର ୨୦ବର୍ଷ ପରେ ପୁନର୍ବାର ବଡ଼ଚଣା ବାହାରର ପ୍ରାର୍ଥୀ ବର୍ଷାଙ୍କୁ ଟିକେଟ ଦିଆଯିବା ଯୋଗୁ ବଡ଼ଚଣାବାସୀ ସ୍ବାଭିମାନର ପ୍ରତୀକ ସ୍ବରୂପ ଭାଜପା ପ୍ରାର୍ଥୀ ଅମର ନାୟକଙ୍କୁ ବିଜୟୀ କରାଇଥିବା ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଅମର ଶତପଥୀଙ୍କୁ ପଚାରିବାରୁ ସେ କୁହନ୍ତି, ଯାହା ସତ୍ୟ ଘଟଣା ହୋଇଛି, ତାହା ଭିଡିଓ ବାର୍ତ୍ତା ମାଧ୍ୟମରେ ଜଣାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?