ପୂରଣ ହୋଇପାରେ ବାକି ୬ ମନ୍ତ୍ରୀ ପଦ

ଭୁବନେଶ୍ୱର, ୧୫।୬(ସୁନିତ୍‌ ମିଶ୍ର): ରାଜ୍ୟରେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇସାରିବା ପରେ ଗତ ୧୨ ତାରିଖରେ ମୋହନ ଚରଣ ମାଝୀଙ୍କ ସରକାର ଶପଥ ଗ୍ରହଣ କରିଛି। ଏହି ଅବସରରେ ମୋହନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ତାଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ, ୮ କ୍ୟାବିନେଟ୍‌ ମନ୍ତ୍ରୀ ଓ ୫ ସ୍ବାଧୀନ ରାଷ୍ଟ୍ର ମନ୍ତ୍ରୀ ଶପଥ ନେଇଛନ୍ତି। ତେବେ ମନ୍ତ୍ରିମଣ୍ଡଳରେ ମୋଟ୍‌ ୧୩ଟି ଜିଲାକୁ ପ୍ରାଧାନ୍ୟ ଦିଆଯାଇଛି। ନିୟମାନୁଯାୟୀ ଆଉ ୬ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରିବ। ମନ୍ତ୍ରୀପଦ ବଣ୍ଟନରେ ୧୭ ଜିଲାକୁ ବାଦ୍‌ ଦିଆଯାଇଛି। ମାତ୍ର ୬ଟି ମନ୍ତ୍ରୀ ପଦ ବାକି ରହିଥିବାବେଳେ ୧୭ ଜିଲା ମଧ୍ୟରେ ବଣ୍ଟନ କରିବା ଏବେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ।
ବଲାଙ୍ଗୀର, ପୁରୀ, ଝାରସୁଗୁଡା, ସମ୍ବଲପୁର, ଗଞ୍ଜାମ, କୋରାପୁଟ, ଖୋର୍ଦ୍ଧା, ଢେଙ୍କାନାଳ, ଜଗତ୍‌ସିଂହପୁର, ଯାଜପୁର, ଭଦ୍ରକ ଓ ମୟୂରଭଞ୍ଜ ଜିଲାର ପ୍ରତିନିଧି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ହେଲେ ବାକି ଅନୁଗୋଳ, ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଦେବଗଡ, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, ମାଲକାନଗିରି, ନୂଆପଡା, ନୟାଗଡ, ନବରଙ୍ଗପୁର, ରାୟଗଡା, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ ଜିଲାରୁ କାହାରିକୁ ମନ୍ତ୍ରୀ ପଦ ମିଳିନାହିଁ। ଅନ୍ୟପଟେ ବଲାଙ୍ଗୀର, ମୟୂରଭଞ୍ଜ, ଓ ଗଞ୍ଜାମ ଜିଲାକୁ ଦୁଇଟି ଲେଖାଏ ମନ୍ତ୍ରୀ ପଦ ମିଳିଛି। ବିଧାନସଭାର ଆସନ ସଂଖ୍ୟା ଅନୁଯାୟୀ ଭାଜପା ସରକାର ଆଉ ୬ଟି ମନ୍ତ୍ରୀ ପଦ ଖାଲି ରଖିଛନ୍ତି। ପରବର୍ତ୍ତୀ ସମୟରେ ମନ୍ତ୍ରିମଣ୍ଡଳରେ ଆଉ କେତେଜଣଙ୍କୁ ସାମିଲ କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି। ଦଳ ଭିତରେ କେତେଜଣ ନେତା ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ନ ପାରିଥିବାରୁ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଣ୍ଟାବାଞ୍ଜି ଆସନରୁ ହରାଇ ପ୍ରଥମ ଥର ବିଧାୟକ ହୋଇଥିବା ଲକ୍ଷ୍ମଣ ବାଗ୍‌ ଶପଥ ଗ୍ରହଣ ଉତ୍ସବରେ ଅଧାରୁ ଉଠି ପଳାଇଯାଇଥିବା ଚର୍ଚ୍ଚା ହେଉଛି। ସେହିପରି ବରିଷ୍ଠ ନେତା ଜୟନାରାୟଣ ମିଶ୍ର ମଧ୍ୟ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ଦିନ ଉପସ୍ଥିତ ନ ଥିଲେ। ତେଣୁ ଜୟନାରାୟଣଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରା ନ ଯିବା କଥାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଛି। ତେଣୁ ତାଙ୍କୁ ମଧ୍ୟ ବାକିଥିବା ଆସନ ଭିତରେ ସାମିଲ କରାଯିବାର ସମ୍ଭାବନା ରହିଛି। ସେହିପରି ରାଜ୍ୟର ୧୩ ଜିଲାରୁ ହିଁ ବିଜୟୀ ହୋଇ ଆସିଥିବା ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ତେଣୁ ବାକିଥିବା ୬ ଆସନ ଏବଂ ବିଭାଗ ବଣ୍ଟନ କାର୍ଯ୍ୟ ଶେଷ ହେବାପରେ ଯାଇ ଦଳ ଆଉ କିଛି ପଦବୀକୁ ନେଇ କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି କୁହାଯାଉଛି। ସରକାରୀ ଦଳ ମୁଖ୍ୟ ସଚେତକ ଏବଂ ଉପ ମୁଖ୍ୟ ସଚେତକ ପଦବୀ ମଧ୍ୟ ବହୁ ଗୁରୁତ୍ୱ ବହନ କରିଥାଏ। ତେଣୁ ଏହି ଦୁଇ ପଦବୀକୁ ନେଇ ମଧ୍ୟ ଆଲୋଚନା ଜୋର ଧରିଛି।
ବିଧାନସଭା ବାଚସ୍ପତି କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଚାଲିଛି। ଏହି ସାମ୍ବିଧାନିକ ପଦବୀରେ ଦଳ ଜଣେ ଅନୁଭବୀ ନେତାଙ୍କୁ ବସାଇବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ବାଚସ୍ପତି ପଦରେ ଜଣେ ମହିଳାଙ୍କୁ ଦଳ ଅବସ୍ଥାପିତ କରିପାରେ ବୋଲି କୁହାଯାଉଥିବା ବେଳେ ଏହି ଦୌଡ଼ରେ ରଣପୁର ବିଧାନସଭା ଆସନରୁ ବିଜୟୀ ହୋଇଥିବା ସୁରମା ପାଢ଼ୀଙ୍କ ନାମ ସବୁଠାରୁ ଆଗରେ ରହିଛି। ସୁରମା ରଣପୁର ଆସନରେ ପୂର୍ବରୁ ଥରେ ବିଧାୟକ ରହିସାରିଥିବା ବେଳେ ମେଣ୍ଟ ସରକାର ସମୟରେ ମନ୍ତ୍ରୀ ମଧ୍ୟ ଥିଲେ। ଏହାସହ ସେ ଦଳର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିସାରିଛନ୍ତି। ତେଣୁ ଅଭିଜ୍ଞତା ଦୃଷ୍ଟିରୁ ଏବଂ ଏହି ପଦ ଲାଗି ମହିଳା ଚେହେରା କଥା ଚିନ୍ତା କଲେ ଦଳ ସୁରମାଙ୍କୁ ଗୁରୁତ୍ୱ ଦେଇପାରେ। ଅନ୍ୟପଟେ ବରିଷ୍ଠ ନେତା ଜୟନାରାୟଣଙ୍କର ମଧ୍ୟ ବିଧାନସଭାରେ ବହୁତ ଅଭିଜ୍ଞତା ରହିଛି। ତେଣୁ ଦଳ ତାଙ୍କୁ ଯେ ବାଚସ୍ପତି ଆସନରେ ନ ବସାଇବ ସେକଥା ମଧ୍ୟ କୁହାଯାଇ ନ ପାରେ। ତେଣୁ ଭାଜପା ପକ୍ଷରୁ କେଉଁ ପଦବୀରେ କାହାକୁ ଦାୟିତ୍ୱ ପ୍ରଦାନ କରାଯିବ, ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଜୋର ଧରିଥିବା ବେଳେ କିଛିଦିନ ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଭାଜପାର ଜଣେ ବରିଷ୍ଠ ନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?