ବିଜେଡି-ଭାଜପା ମୁହାଁମୁହିଁ, ଥାନା ସମ୍ମୁଖ ରଣକ୍ଷେତ୍ର

ଭୁବନେଶ୍ୱର,୧୨।୩(ବ୍ୟୁରୋ): ପୌର ନିର୍ବାଚନକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ନିର୍ବାଚନୀ ହିଂସା। କେଉଁଠି ପ୍ରଚାରବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେଉଛନ୍ତି ତ ପୁଣି ଆଉ କେଉଁଠି ପୋଷ୍ଟର ମରାକୁ ନେଇ ଗଣ୍ଡଗୋଳ ଘଟୁଛି। କୌଣସି କାରଣକୁ ନେଇ ବିଏମ୍‌ସିର ୩୩ ନଂ. ୱାର୍ଡରେ ଭାଜପା ଓ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ଆଗରେ ସଂଘର୍ଷ ଘଟିଛି। ଠେଙ୍ଗା, ଲୁହା ରଡ୍‌ରେ ପରସ୍ପରକୁ ଆକ୍ରମଣ କରିବାରୁ ଉଭୟ ଗୋଷ୍ଠୀର ୮ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଫଳରେ ପ୍ରାୟ ଅଧଘଣ୍ଟା ଧରି ଥାନା ସମ୍ମୁଖ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଏଥିରେ ଭାଜପାର ୩ଜଣ ଓ ବିଜେଡିର ୫ଜଣ ଆହତ ହୋଇଛନ୍ତି। ଭାଜପା କର୍ପୋରେଟର ପ୍ରାର୍ଥତ୍ନୀ ଧରିତ୍ରୀ ଜେନାଙ୍କ ସ୍ବାମୀ ଉମାକାନ୍ତ ଜେନା ଓ ଅନ୍ୟଜଣଙ୍କ ହାତ ଭାଙ୍ଗିଯିବା ସହ ମୁଣ୍ଡ ଫାଟିଛି। ଏମାନେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଆଉଜଣେ ଭାଜପା କର୍ମୀ ଗୁରୁତର ଅବସ୍ଥାରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ସେହିପରି ବିଜେଡିର ଶିଖର ଜେନା, ଶ୍ରୀଧର ଜେନା, ଆଲୋକ ଜେନା ଓ ଦୀପକ ଜେନା ପ୍ରମୁଖଙ୍କ ଆହତ ହୋଇଥିବାବେଳେ ଅଧିକାଂଶଙ୍କ ମୁଣ୍ଡ ଫାଟିଥିବାବେଳେ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଛି। କେତେଜଣ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବାବେଳେ ଆଉ କେତେଜଣ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଥିବା ଜଣାପଡିଛି। ଏପରିକି ଘଟଣା ପରେ କିଛି ସମୟ ପାଇଁ ଲକ୍ଷ୍ମୀସାଗର ଛକକୁ ମଧ୍ୟ ଅବରୋଧ କରାଯାଇଥିଲା। ଏନେଇ ଳକ୍ଷ୍ମୀସାଗର ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ପରେ ପୋଲିସ ଦୁଇଟି ପୃଥକ ମାମଲା (ନଂ. ୧୧୨ ଓ ୧୩୩/୨୨) ରୁଜୁ କରି ତଦନ୍ତ ଚଳାଇଛି। ଏଥିସହ ଆଇନଶୃଙ୍ଖଳା ବିଗିଡିବା ଆଶଙ୍କା କରି ସ୍ଥାନୀୟ ଅଞ୍ଚଳରେ ୨ ପ୍ଲାଟୁନ ଫୋର୍ସ ମୁତୟନ ସହ ପ୍ଲାଗ୍‌ମାର୍ଚ୍ଚ କରାଯାଇଛି।
ସୂଚନାନୁସାରେ, ପୋଷ୍ଟର ଚିରାକୁ ନେଇ ପ୍ରଥମେ ଗଣ୍ଡଗୋଳ ହୋଇଥିବା ଭାଜପା ଅଭିଯୋଗ କରୁଥିବାବେଳେ ବିଜେଡି ଏହାକୁ ଖଣ୍ଡନ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ, ହଳଦିପଡିଆ ବସ୍ତିରେ ଥିବା ଲୋକଙ୍କୁ ଭୋଟ ଦେବାକୁ ଧମକାଇବା ସହ ସେଠାରେ ଲୋକଙ୍କୁ ଭାଜପା ନେତା ଓ କର୍ମୀମାନେ ମାଡ଼ମାରି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ତେଣୁ ସେମାନଙ୍କ ବିରୋଧରେ ଅଭିଯୋଗ କରିବାକୁ ଥାନାକୁ ଆସିଥିଲୁ। ହେଲେ ଭାଜପା କର୍ମୀମାନେ ଅଟକାଇବା ସହ ଉପସ୍ଥିତ ଥିବା ସମସ୍ତ ବିଜେଡି କର୍ମୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ତେବେ ଘଟଣା ସଂକ୍ରାନ୍ତରେ ଆଇଆଇସି ଓମ୍‌ ପ୍ରକାଶ ମହାନ୍ତି ଅଧିକ କିଛି ତଥ୍ୟ ଦେବାକୁ ମନା କରିଛନ୍ତି।

ପୋଲିସ ଚାହିଁଥିଲା, ଠେଙ୍ଗାମାଡ଼ ହେଉଥିଲା

ପଞ୍ଚାୟତ ନିର୍ବାଚନରେ ସାରା ରାଜ୍ୟରେ ହିଂସା ଦେଖିବାକୁ ମିଳିଥିଲା। ପୌର ନିର୍ବାଚନରେ ଆଇନଶୃଙ୍ଖଳା ବିଗିଡିବା ଆଶଙ୍କା ରହିଥିବାରୁ ପୋଲିସ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଉଥିବା ନିକଟରେ ଭୁବନେଶ୍ୱର ଡିସିପି ସୂଚନା ଦେଇଥିଲେ। ଏପରିକି ଶୃଙ୍ଖଳିତ ନିର୍ବାଚନ ପାଇଁ ଆବଶ୍ୟକ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ଚଢ଼ାଉ ସହ ଖଟି ଓ ମଦ୍ୟପଙ୍କ ଉପରେ କାଯର୍ର୍‌ୟାନୁଷ୍ଠାନ ନେଇ କମିଶନରେଟ ପୋଲିସ ବାହାବା ନେଇଥିଲା। ହେଲେ ଲକ୍ଷ୍ମୀସଗର ଥାନା ଆଗରେ ଦୁଇ ଗୋଷ୍ଠୀ ମାର୍‌ପିଟ୍‌ ଘଟଣା ପୋଲିସର ଅସଲ ମୁଖାକୁ ପଦାରେ ପକାଇଛି। ପ୍ରାୟ ଅଧଘଣ୍ଟା ଧରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରସ୍ପରକୁ ଠେଙ୍ଗା, ଲୁହା ରଡ୍‌ ଆଦିରେ ଆକ୍ରମଣ କରିଥିଲେ। ହେଲେ ସେହି ସମୟରେ ଥାନାରେ ଜଣେ ଅଧିକାରୀ ଓ ଅନ୍ୟ କର୍ମଚାରୀ ବି ରହିଥିଲେ ମଧ୍ୟ ହିଂସା ରୋକିବାକୁ ଆଗେଇ ଆସି ନ ଥିଲେ। ଥାନାରୁ ରହି ଗଣ୍ଡଗୋଳ ଦେଖୁଥିଲେ। ତେବେ ଏନେଇ ଆଇଆଇସି କିଛି କହିବାକୁ ମୁହଁ ଖୋଲୁ ନ ଥିଲେ ମଧ୍ୟ ଗଣ୍ଡଗୋଳକାରୀଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ପୋଲିସ ଆଗକୁ ବାହାରିବାକୁ ସାହସ କରି ନ ଥିଲା। ଫୋର୍ସ ପହଞ୍ଚତ୍ବା ପରେ ଗଣ୍ଡଗୋଳକାରୀମାନେ ଛତ୍ରଭଙ୍ଗ ଦେଇଥିବାବେଳେ ଆହତମାନଙ୍କୁ କର୍ମୀମାନେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହିସବୁ ଆସନ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି ୩ ଦଳ

ଭୁବନେଶ୍ୱର,୨୯ା୪(ସୁନୀତ୍‌ ମିଶ୍ର):ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାରଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ। ହେଲେ ଅଦ୍ୟାବଧି ବିଜେଡି, ଭାଜପା ତା’ର ପ୍ରାର୍ଥୀ ତାଲିକା ଘୋଷଣା...

ଆଜି ୩ୟ ପର୍ଯ୍ୟାୟ ଭୋଟ ଲାଗି ବିଜ୍ଞପ୍ତି

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ଦେଶର ଷଷ୍ଠ ଏବଂ ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଅର୍ଥାତ୍‌ ୩ୟ ପର୍ଯ୍ୟାୟ ଲାଗି...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri