ଥମୁନି ବିଜେଡି-ଭାଜପା ଦୋଷ ଲଦାଲଦି

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ବିଜେଡି ଓ ଭାଜପା ମଧ୍ୟରେ ଦୋଷ ଲଦାଲଦି ପ୍ରକ୍ରିୟା ଜାରି ରହିଛି। ସବୁଦିନ ଭଳି ମଙ୍ଗଳବାର ମଧ୍ୟ ଉଭୟ ଦଳ ପରସ୍ପର ବିରୋଧରେ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଭାଜପାର ଏକ ପ୍ରତିନିଧି ଦଳ ଅଭିଯୋଗ କରିଛି, କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଘଟଗାଁ ବ୍ଲକର ୭ ନମ୍ବର ଜିଲା ପରିଷଦ ଜୋନ୍‌ର ପଣ୍ଡାସାହି, ମସିଣାଯୋଡ଼ି ଗ୍ରାମର ୭,୮ ଓ ୯ ନମ୍ବର ବୁଥ୍‌ରେ ଗତ ୧୬ ତାରିଖରେ ଅନୁଷ୍ଠିତ ୧ମ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ତରଫରୁ ବୁଥ୍‌ ରିଗିଂ ହୋଇଥିଲା। ଏହି ବୁଥ୍‌ ଜବରଦଖଲ ସମୟର ସମସ୍ତ ଘଟଣାର ଫଟୋ, ଭିଡିଓକୁ ଘଟଗାଁ ବିଡିଓ, ଉପଜିଲାପାଳ ଏବଂ ଜିଲାପାଳଙ୍କୁ ପ୍ରଦାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବି କରାଯାଇଥିଲା। ଏହାସହ ଗତ ୧୮ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଅବଗତ କରାଯାଇ ସାନି ନିର୍ବାଚନ ପାଇଁ ଦାବି କରାଯାଇଥିଲା। ହେଲେ ଏବେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପୁଣିଥରେ ସାନି ମତଦାନ ପାଇଁ ଭାଜପା ଦାବି କରିଛି। ସେହିପରି ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଅଭିଯୋଗ କରିଛନ୍ତି, ଧାମନଗରରେ ବିଜେଡି କର୍ମୀଙ୍କୁ ହତ୍ୟା କରାଯାଇଛି। ଚଳିତ ନିର୍ବାଚନର ଏହା ପ୍ରଥମ ହତ୍ୟା। ହତ୍ୟାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ। ନିର୍ବାଚନ ବେଳେ ଭଦ୍ରକ ଜିଲା ଧାମନଗରର ବିଜେଡି କର୍ମୀ ପ୍ରତାପ ଚନ୍ଦ୍ର ରାଉତଙ୍କୁ ଅମାନୁଷିକ ଭାବେ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ବିଜେଡି ଅଭିଯୋଗ କରିଛି। ଯଥାଶୀଘ୍ର ସାମଲ ଏବଂ ହତ୍ୟାରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଗିରଫ ଲାଗି ବିଜେଡି ଦାବି କରିଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହାରୁଥିବା ଜାଣି ଭାଜପା ବହୁ ସ୍ଥାନରେ ଏପରି ରକ୍ତମୁଖା ସାଜିଛି। ତେଣୁ ହିଂସାକାଣ୍ଡ ଘଟାଉଥିବା ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ପ୍ରତିନିଧି ଦଳ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀ ନବ ଦାସଙ୍କୁ କିଭଳି ଗୁଳି କରିଥିଲା ଗୋପାଳ, ଆସିଲା ଫଟୋ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଏବେ ଚୌଦାର ଜେଲରେ ଅଛନ୍ତି। ତେବେ ଘଟଣାକୁ ନେଇ ବିଭିନ୍ନ ଦିଗରୁ...

ଜାମଦାରେ ୯୦୦ କୋଟିର ଇସ୍ପାତ ଶିଳ୍ପ

ଭୁବନେଶ୍ୱର,୯ା୫(ବ୍ୟୁରୋ): ରାଜ୍ୟ ସରକାର ୨୮୪୦.୭୩ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୩୭୨୧ ନିଯୁକ୍ତି ସୁଯୋଗ...

ନିଖୋଜ ଦିବ୍ୟାଙ୍ଗ ପୁଅ ଫଟୋ ଧରି ଗଞ୍ଜାମରୁ ଭୁବନେଶ୍ୱର

ଭୁବନେଶ୍ୱର,୨୭।୬(ସୂର୍ଯ୍ୟକାନ୍ତ ବେହେରା): ୬ଦିନ ହେବ ଦିବ୍ୟାଙ୍ଗ ପୁଅ ଘରୁ କେଉଁଆଡେ ପଳାଇଛନ୍ତି। ହେଲେ ପୁଅକୁ ଖୋଜି ଖୋଜି ଶ୍ରମିକ ଦମ୍ପତି ଗଞ୍ଜାମରୁ କଟକ ଓ ଏବେ...

ବେଆଇନ କାଠପୋଲ ଉଚ୍ଛେଦକୁ ବିରୋଧ

ଜଳେଶ୍ୱର, ୪।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ପୌରପରିଷଦ ଅନ୍ତର୍ଗତ ୭ ଓ ୮ ନଂ. ୱାର୍ଡ଼ ସନ୍ନିକଟ ସୁବର୍ଣ୍ଣରେଖା ନଦୀରେ ନିର୍ମିତ ହୋଇଥିବା ବେଆଇନ କାଠପୋଲକୁ ଉଚ୍ଛେଦ...

ଲିଙ୍ଗରାଜଙ୍କ ନୀତି ବନ୍ଦ

ପୁରୁଣା ଭୁବନେଶ୍ୱର, ୨।୪ (ଡି.ଏନ୍‌.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବର୍ଷ ବର୍ଷ ଧରି ପାଳିତ ହେଉଥିବା ବହୁ ପରମ୍ପରାରେ ପୂର୍ଣ୍ଣଚ୍ଛେଦ ପଡ଼ିବାରେ ଲାଗିଛି। ପୂର୍ବରୁ ୯ଶହ ବର୍ଷର...

ବିଜେଡି ଅଫର୍‌କୁ ପ୍ରତ୍ୟାଖ୍ୟାନ ପରେ ସୁରଙ୍କୁ ଏମିତି କହିଥିଲେ ନବୀନ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ପ୍ରଦୀପ ମାଝି କଂଗ୍ରେସ ଛାଡ଼ିବା ପରେ ଜଟଣୀ ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ତାଙ୍କୁ ବିଜେଡିରେ ମିଶିବାକୁ ଅଫର ଆସିଥିଲା।...

ଭୁବନେଶ୍ୱର-ରାଉରକେଲାକୁ ଉଡିଲା ବିମାନ

ଭୁବନେଶ୍ୱର,୭।୧(ବ୍ୟୁରୋ): ଶୁଭାରମ୍ଭ ହେଲା ଭୁବନେଶ୍ୱର-ରାଉରକେଲା ବିମାନ ଉଡାଣ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଶନିବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି। ଏଥିସହ...

ବିଏସ୍‌କେୱାଇ କାର୍ଡଧାରୀଙ୍କୁ ମାଗଣା ଚିକିତ୍ସା ଯୋଗାଅ

କଟକ ଅଫିସ,୧୦ା୧୧: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) କାର୍ଡ ହିତାଧିକାରୀଙ୍କଠାରୁ କଟକର ଏକ ଅଗ୍ରଣୀ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ଟଙ୍କା ଆଦାୟ କରିବା ଘଟଣାରେ ହାଇକୋର୍ଟ...

Advertisement
Archives

Model This Week