Posted inରାଜ୍ୟ

ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କିଏ କେଉଁଠୁ ପାଇଲେ ଟିକେଟ୍

ଭୁବନେଶ୍ୱର, ୨୨।୪: ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ବିଜୁ ଜନତା ଦଳ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, କାକଟପୁରରୁ ତୁଷାରକାନ୍ତି ବେହେରା, ବାଙ୍ଗିରିପୋଷିରୁ ରଂଜିତା ମାରାଣ୍ଡି, ବରୀରୁ ବିଶ୍ବରଂଜନ ମଲ୍ଲିଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି।

ସପ୍ତମ ପର୍ଯ୍ୟାୟରେ ମୋଟ ୬ ଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ଏବେ ମଧ୍ୟ ବିଜେଡି ପକ୍ଷରୁ ୬ ଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ଅର୍ଥାତ ଏବେ ସୁଦ୍ଧା ବିଜେଡି ୧୪୧ ଆସନ ପାଇଁ ଏହାର ଯୋଦ୍ଧାଙ୍କୁ ରଣଭୂମୀରେ ଅବତୀର୍ଣ କରି ସାରିଛି।

ଏଥିରେ ବରୀରେ ବର୍ତମାନର ବିଧାୟକ ସୁନନ୍ଦା ଦାସଙ୍କ ସ୍ଥାନରେ ନେଲେ ବିଶ୍ବରଂଜନ ମଲ୍ଲିକ ଟିକେଟ୍ ପାଇଛନ୍ତି। ଜଗତସିଂହପୁର ବାଲିକୁଦା ଏରସମାରୁ ସାରଦା ଜେନା ପ୍ରଥମ ଥର ବିଜେଡିରୁ ଲଢ଼ିବେ। ରଘୁନନ୍ଦନ ଦାସଙ୍କ ଜାଗାରେ ସାରଦା ଜେନା ପାଇଲେ ଟିକେଟ୍ ପାଇଛନ୍ତି। ସେହିଭଳି ମୟୁରଭଞ୍ଜ ବାଙ୍ଗିରିପୋଷିରେ ସୁଦାମ ମାର୍‌ଣ୍ଡିଙ୍କ ସ୍ଥାନରେ ତାଙ୍କ ସ୍ତ୍ରୀ ରଂଜିତା ମାରାଣ୍ଡି ଟିକେଟ୍ ପାଇଛନ୍ତି। ବର୍ତମାନର ଢେଙ୍କାନାଳ ଏମପି ମହେଶ ସାହୁ ହିନ୍ଦୋଳରେ ପ୍ରଥମ ଥର ପାଇଁ ଲଢ଼ିବେ। ସୀମା ନାୟକଙ୍କ ଜାଗାରେ ମହେଶଙ୍କୁ ଟିକେଟ ମିଳିଛି। ରଘୁନାଥପାଲୀରେ ସୁବ୍ରତ ତରାଇଙ୍କ ସ୍ଥାନରେ ଅର୍ଚ୍ଚନା ବେହେରା ସୁବ୍ରତ ତରାଇଙ୍କ ସ୍ଥାନରେ ଟିକେଟ୍ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri