Posted inରାଜ୍ୟ

ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କିଏ କେଉଁଠୁ ପାଇଲେ ଟିକେଟ୍

ଭୁବନେଶ୍ୱର, ୨୨।୪: ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ବିଜୁ ଜନତା ଦଳ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, କାକଟପୁରରୁ ତୁଷାରକାନ୍ତି ବେହେରା, ବାଙ୍ଗିରିପୋଷିରୁ ରଂଜିତା ମାରାଣ୍ଡି, ବରୀରୁ ବିଶ୍ବରଂଜନ ମଲ୍ଲିଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି।

ସପ୍ତମ ପର୍ଯ୍ୟାୟରେ ମୋଟ ୬ ଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ଏବେ ମଧ୍ୟ ବିଜେଡି ପକ୍ଷରୁ ୬ ଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ଅର୍ଥାତ ଏବେ ସୁଦ୍ଧା ବିଜେଡି ୧୪୧ ଆସନ ପାଇଁ ଏହାର ଯୋଦ୍ଧାଙ୍କୁ ରଣଭୂମୀରେ ଅବତୀର୍ଣ କରି ସାରିଛି।

ଏଥିରେ ବରୀରେ ବର୍ତମାନର ବିଧାୟକ ସୁନନ୍ଦା ଦାସଙ୍କ ସ୍ଥାନରେ ନେଲେ ବିଶ୍ବରଂଜନ ମଲ୍ଲିକ ଟିକେଟ୍ ପାଇଛନ୍ତି। ଜଗତସିଂହପୁର ବାଲିକୁଦା ଏରସମାରୁ ସାରଦା ଜେନା ପ୍ରଥମ ଥର ବିଜେଡିରୁ ଲଢ଼ିବେ। ରଘୁନନ୍ଦନ ଦାସଙ୍କ ଜାଗାରେ ସାରଦା ଜେନା ପାଇଲେ ଟିକେଟ୍ ପାଇଛନ୍ତି। ସେହିଭଳି ମୟୁରଭଞ୍ଜ ବାଙ୍ଗିରିପୋଷିରେ ସୁଦାମ ମାର୍‌ଣ୍ଡିଙ୍କ ସ୍ଥାନରେ ତାଙ୍କ ସ୍ତ୍ରୀ ରଂଜିତା ମାରାଣ୍ଡି ଟିକେଟ୍ ପାଇଛନ୍ତି। ବର୍ତମାନର ଢେଙ୍କାନାଳ ଏମପି ମହେଶ ସାହୁ ହିନ୍ଦୋଳରେ ପ୍ରଥମ ଥର ପାଇଁ ଲଢ଼ିବେ। ସୀମା ନାୟକଙ୍କ ଜାଗାରେ ମହେଶଙ୍କୁ ଟିକେଟ ମିଳିଛି। ରଘୁନାଥପାଲୀରେ ସୁବ୍ରତ ତରାଇଙ୍କ ସ୍ଥାନରେ ଅର୍ଚ୍ଚନା ବେହେରା ସୁବ୍ରତ ତରାଇଙ୍କ ସ୍ଥାନରେ ଟିକେଟ୍ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

୧୯ଟିକିଆ ହାତୀପଲର ହାବୁଡ଼ରେ ମଣିଷ ଜୀବନ

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! IMDର ପୂର୍ବାନୁମାନ

ଭୁବନେଶ୍ୱର,୬।୬: ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା…

ବ୍ରିଜ ଉପରୁ ୪୦ ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କଲେ ବ୍ୟକ୍ତି

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ବୈତରଣୀ ନଦୀ ବ୍ରିଜ୍‌ ଉପରୁ ୪୦ଫୁଟ ତଳକୁ ଶନିବାର ୨ଟା ବେଳେ ଡେଇଁ ଜଣେ ୫୫ ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri