ବିଜେବି କଲେଜକୁ ବାହାର ଲୋକଙ୍କ ପ୍ରବେଶ କଟକଣା

ଭୁବନେଶ୍ୱର,୨୭।୪ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ପ୍ରତିଷ୍ଠିତ ବିଜେବି କଲେଜ ପରିସରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଅନେକ ସମୟରେ ବାହାର ପିଲା ବା ଅଣଛାତ୍ର କ୍ୟାମ୍ପସକୁ ଅବୈଧ ଭାବେ ପ୍ରବେଶ କରି ଛାତ୍ରଙ୍କୁ ମାରପିଟ୍‌ କରିବା ସହ ଅଶାନ୍ତ ପରିସ୍ଥିତି ସୃଷ୍ଟି କରୁଥିବାରୁ କଲେଜ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି। କଲେଜର ପ୍ରବେଶ ଫାଟକ ସମେତ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ଏଣିକି କଲେଜ ଭିତରକୁ ବାହାର ଲୋକେ ମନଇଚ୍ଛା ପଶି ପାରିବେ ନାହିଁ। ଏନେଇ କଲେଜ ଅଧ୍ୟକ୍ଷ ଗୁଲାମ ମୋଇନୁଦ୍ଦିନ ଖାନ୍‌ କହିଛନ୍ତି, ବାହାର ପିଲାଙ୍କ ପ୍ରବେଶ ଉପରେ ଏହି କଟକଣା ଲଗାଯାଇଛି। ସା ପରେ କଲେଜର ସବୁ ଗେଟ୍‌ରେ ତାଲା ପଡ଼ିବା ସହ ୫ଟା ପରେ କ୍ୟାମ୍ପସରେ ସ୍କ୍ବାଡ୍‌ ବୁଲିବେ। ସୋମବାର କଲେଜ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯଦି କୌଣସି ବାହାର ପିଲା ବା ଅଣଛାତ୍ର ଭିତରକୁ ଯିବେ ତା’ହେଲେ ପରିଚୟ ପତ୍ର କିମ୍ବା କେଉଁ କାମ ପାଇଁ ଆସୁଛନ୍ତି ତାହାର କାରଣ କହିବାକୁ ପଡିବ। ଏହାସହ ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ କ୍ୟାମ୍ପସରେ ସିସିଟିଭି ଲଗାଯିବ। ଏଥିପାଇଁ ଏକ୍ସପର୍ଟ ଟିମ୍‌ ଗଠନ ହୋଇଛି। ପାଚେରିରେ କଣ୍ଟା ତାର ଲଗାଇବାକୁ ପିଡବ୍ଲ୍ୟଡିଙ୍କୁ ଚିଠି ଲେଖାଯାଇଛି। ଅନ୍ୟପକ୍ଷରେ ପଡିଆକୁ ଛାତ୍ରଙ୍କ ସମେତ ବୟସ୍କ ଲୋକେ ମଧ୍ୟ ବୁଲାବୁଲା କରିବାକୁ ଆସୁଛନ୍ତି। ଏହି ପଡ଼ିଆର ସୁରକ୍ଷା ଲାଗି ମଧ୍ୟ ଆର୍‌ଆଣ୍ଡ୍‌ବିକୁ ଚିଠି ଲେଖାଯାଇଥିବା ସେ ସୂଚନା ଦେଇଛନ୍ତି ।
ସୂଚନାନୁସାରେ, ଶନିବାର କଲେଜ ଖେଳ ପଡ଼ିଆରେ ଅଣଛାତ୍ରମାନେ କ୍ରିକେଟ ଖେଳୁଥିବାବେଳେ କେତେଜଣ ଛାତ୍ର ସେଠାରେ ଖେଳିବାକୁ କହିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ପ୍ରଥମେ ବଚସା ପରେ ଅଣଛାତ୍ରମାନେ ଏକାଠି ହୋଇ ଖଣ୍ଡା, ବ୍ୟାଟ, ଫାର୍ସା, ବାଡି ଦ୍ୱାରା ଆକ୍ରମଣ କରିବାରୁ ୩ ଛାତ୍ର ଆହତ ହୋଇଥିଲେ। ଏହି ଘଟଣାରେ ବଡଗଡ ଥାନା ପୋଲିସ ୮ଜଣଙ୍କୁ ଗିରଫ କରିଛି। ସେହିପରି ଅନ୍ୟଏକ ଘଟଣାରେ ଜଣେ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ଛାତ୍ର ଶାଶ୍ୱତ ପଣ୍ଡାଙ୍କୁ କେତେଜଣ ଅଣଛାତ୍ର ମଦ ବୋତଲରେ ଆକ୍ରମଣ କରିଥିଲେ। ଗୁରୁତର ଶାଶ୍ୱତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ତେବେ ବାରମ୍ବାର ଅଣଛାତ୍ରମାନେ ଏଭିଳି ହିଂସାତ୍ମକ କାଣ୍ଡ ଭିଆଉଥିବାରୁ ସେମାନଙ୍କ ଅବଧୈ ପ୍ରବେଶକୁ ଛାତ୍ରୀଛାତ୍ର ବିରୋଧ କରିଥିଲେ। ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ କେବଳ ବିଜେବି କଲେଜ ନୁହେଁ, ବାଣୀବିହାର ଓ ଅନ୍ୟ ଶିକ୍ଷାନୁଷ୍ଠାନରେ ଅଣଛାତ୍ର ପ୍ରବେଶ କରି ଆକ୍ରମଣ କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତେଣୁ ଅନ୍ୟ କଲେଜରେ ମଧ୍ୟ ଏଭଳି ପଦକ୍ଷେପ ନିଆଯିବାକୁ ଛାତ୍ର ସଂଘଗୁଡିକ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri