ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ୍ସରେ ବିଶ୍ୱଜିତ

ପୁରୀ ଅଫିସ,୧୧।୮: ବୟସ ମାତ୍ର ୧୯। ହେଲେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ନିଜ ନଁାକୁ ସ୍ଥାନିତ କରିପାରିଛନ୍ତି ପୁରୀ କୁମୁଟିପାଟଣାର ବିଶ୍ୱଜିତ ନାୟକ। ଆଇସ୍‌କ୍ରିମ୍‌ କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ତିଆରି କରି ବିଶ୍ୱଜିତ ଏହି କୃତିତ୍ୱ ହାସଲ କରିଛନ୍ତି। ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ପକ୍ଷରୁ ତାଙ୍କ ପାଖକୁ ସାର୍ଟିିଫିକେଟ, ଗୋଲ୍‌ଡ ମେଡାଲ, ପରିଚୟପତ୍ର, ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସ ବହି ଏବଂ ପେନ୍‌ ଆସିଛି। ଆଇସ୍‌କ୍ରିମ୍‌ କାଠିରେ ମହାପ୍ରଭୁଙ୍କ ରଥ ତିଆରି କରିଥିବାରୁ ସେ ଏହି ରେକର୍ଡର ଅଧିକାରୀ ହୋଇଥିବା ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ ପକ୍ଷରୁ ତାଙ୍କୁ ଅବଗତ କରାଯାଇଛି।
ଡିପ୍ଲୋମା ଦ୍ୱିତୀୟ ବର୍ଷର ଛାତ୍ର ବିଶ୍ୱଜିତ ଗତ ଜୁନ୍‌ ମାସରେ ୨୫୭୫ଟି ଆଇସ୍‌କ୍ରିମ କାଠିରେ ୨୭ ଇଞ୍ଚ ଉଚ୍ଚତା ଓ ୨୨ ଇଞ୍ଚ ଚଉଡ଼ା ବିଶିଷ୍ଟ ଏହି କ୍ଷୁଦ୍ର ରଥ ତିଆରି କରିଥିଲେ। ଏହାକୁ ସମ୍ପୂର୍ଣ୍ଣ କରିବାକୁ ତାଙ୍କୁ ୧୦ ଦିନ ଲାଗିଥିଲା। ଏହାପରେ ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସକୁ ଏ ନେଇ ଅବଗତ କରାଇବା ସହ ଆବଶ୍ୟକ ତଥ୍ୟ ପ୍ରମାଣ ଦେଇଥିଲେ। ଏବେ ସେ ଏହି ରେକଡର୍‌ସରେ ସ୍ଥାନ ପାଇ ବେଶ୍‌ ଖୁସି ବୋଲି ବିଶ୍ୱଜିତ କହିଛନ୍ତି। ପୂର୍ବରୁ ସପ୍ତମ ଶ୍ରେଣୀରେ ପଢୁଥିବାବେଳେ ଆଇସ୍‌କ୍ରିମ୍‌ କାଠିରେ ସିଂହାସନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବସାଇଥିଲେ। ଆଗକୁ ସେ ଆଉ ଏକ କୃତିତ୍‌ବର ଅଧିକାରୀ ହେବାକୁ ଉଦ୍ୟମ ଚଳାଇଛନ୍ତି ବୋଲି ବିଶ୍ୱଜିତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧୨ ଗ୍ରାମ ବ୍ରାଉନସୁଗର ଜବତ: ଯୁବକ ଗିରଫ

ବ୍ରହ୍ମପୁର ଅଫିସ,୬।୭: ବ୍ରହ୍ମପୁର ଗୋଦାବରୀଶ ନଗରରେ ଚଢ଼ାଉ କରାଯାଇ ୧୧୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ...

ଏପ୍ରିଲ ୧ରୁ ଆରମ୍ଭ ହେବ ବିଧାନସଭା ଟିଭି

ଭୁବନେଶ୍ୱର,୨୩।୩(ବ୍ୟୁରୋ): ଆରମ୍ଭ ହେବ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ। ଏପ୍ରିଲ ୧ ଅର୍ଥାତ ଉତ୍କଳ ଦିବସରୁ ଏହାର ଶୁଭାରମ୍ଭ ହେବ। ଏଥିଲାଗି ବିଧାନସଭା ପରିସରରେ ଷ୍ଟୁଡିଓ...

ଭଙ୍ଗାଘରେ ଚାଲିଛି ସମିତି କାର୍ଯ୍ୟାଳୟ

ଝୁମ୍ପୁରା, ୨୧।୮ (ଡି.ଏନ.ଏ.)-ଚାଷୀ ଓ ଚାଷ ସହିତ ଓତପ୍ରୋତ ଭାବେ ଜଡିତ ଝୁମ୍ପୁରା ବୃହଦାଗାର ବହୁମୁଖୀ ସମବାୟ ସମିତି ଲିଃ (ଲ୍ୟାମ୍ପସ)ର କାର୍ଯ୍ୟାଳୟ, ଗୋଦାମ ଗୃହ...

ଡକାୟତି ଯୋଜନା ପଣ୍ଡ କଲା ବ୍ରଜରାଜନଗର ପୋଲିସ: ୩ ଅଭିଯୁକ୍ତ ଗିରଫ, ୪ ଫେରାର

ଝାରସୁଗୁଡା ଅଫିସ/ଲଖନପୁର, ୨୭।୯(ଡି.ଏନ.ଏ.)-ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଦିନକୁୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଅସାମାଜିକ ବ୍ୟକ୍ତିମାନେ ପୋଲିସକୁ ଚ୍ୟାଲେଞ୍ଜ କରି...

ମାଛ ଜାଲରେ ପଡ଼ିଲା ବାଇକ୍‌

ଭଦ୍ରକ ଅଫିସ, ୧୦।୪-ମାଛ ଧରିବା ବେଳେ ଜାଲ ଉଠିଲାନି। ବଡ଼ ମାଛ ପଡ଼ିଥିବା ଭାବି ମତ୍ସ୍ୟଜୀବୀମାନେ ମିଶି ଜାଲ ଉଠାଇଲା ବେଳକୁ ସେଥିରେ ଏକ ବାଇକ୍‌...

ସିନାପାଲି: ଉଦନ୍ତୀର ଦୁଇ କୂଳ ମୁକୁଳା :ବନ୍ୟା ଜଳରେ ତଟବର୍ତ୍ତୀ ଗଁ। କ୍ଷତିଗ୍ରସ୍ତ

ସିନାପାଲି,୭।୯(ଡି.ଏନ.ଏ.) ନୂଆପଡା ଜିଲା ସିନାପାଲି ଦେଇ ପ୍ରବାହିତ ଉଦନ୍ତୀ ନଦୀରେ ବନ୍ୟା ଜଳ ଆସି ୨ କୂଳର ଅନେକ ଚାଷ ଜମି ନଷ୍ଟ ହେଉଥିବା ବେଳେ...

ଓଡ଼ିଶା ସମେତ ୩ ରାଜ୍ୟରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ବେଆଇନ ଖଣି ଖନନ ଓ କୋଇଲା ଚୋରି ନେଇ ସିବିଆଇ ପକ୍ଷରୁ ବୁଧବାର ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ...

ରାଜ୍ୟରୁ ଆଉ ୧୩ ଜୀବନ ନେଲା କରୋନା, ୬୮୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୩ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୮୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

Advertisement
Archives

Model This Week