ଭୟ ବଢ଼ାଉଛି ମୃତ୍ୟୁ ହାର

କାମାକ୍ଷାନଗର, ୨୩।୮ (ସୁଧୀର କୁମାର ପରିଡ଼ା): ଏଡ୍‌ସ ଭଳି ମାରାତ୍ମକ ବ୍ୟାଧି ରୋକିବାକୁ ବ୍ୟାପକ ହେଉଛି ସଚେତନତା। ସଭା ସମିତି, ବୈଠକ କରି ରୋଗୀଙ୍କ ପାଖରେ ପହଞ୍ଚତ୍ବାକୁ ଜାରିରହିଛି ପ୍ରୟାସ। ରୋଗୀ ନୁହେଁ, ରୋଗକୁ ଘୃଣା କର ବୋଲି ଦିଆଯାଉଛି ସ୍ଲୋଗାନ। ଏସବୁ ସତ୍ତ୍ୱେ ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡରେ ଏଡ୍‌ସର ସ୍ଥିତି ଉଦ୍‌ବେଗଜନକ ରହିଛି। ଗତ ୧୩ ବର୍ଷ ମଧ୍ୟରେ ୧୮୬ ରୋଗୀ ଚିହ୍ନଟ ହୋଇଛନ୍ତି। କେବଳ ୨୦୨୦ ଜୁଲାଇ ସୁଦ୍ଧା ୧୧ ଜଣଙ୍କ ରକ୍ତରେ ଭୂତାଣୁ ଚିହ୍ନଟ ହୋଇଛି। ସେହିପରି ବିଭିନ୍ନ କାରଣରୁ ୫୪ ରୋଗୀଙ୍କ ମୃତ୍ୟୁ ଘଟିଥିବା ସମନ୍ବିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାପଡ଼ିଛି।
ଢେଙ୍କାନାଳ ଜିଲାରେ ଏଡ୍‌ସ ରୋଗୀ ସଂଖ୍ୟା ବଢୁଛି। ତେବେ କାମାକ୍ଷାନଗର ଉପଖଣ୍ଡରେ ସଂକ୍ରମଣ ହାର ଜିଲାସ୍ତରରୁ ଅଧିକ ରହିଛି। ଏହାକୁ ନିୟନ୍ତ୍ରଣକୁ ଆଣିବା, ରୋଗୀଙ୍କୁ ଚିକିତ୍ସା ପରାମର୍ଶ ଯୋଗାଇଦେବା ଏବଂ କାଉନସେଲିଂ କରିବାକୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ୨୦୦୬ ଅକ୍ଟୋବରରେ କାର୍ଯ୍ୟକ୍ଷମ ହୋଇଥିଲା ସମନ୍ବିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର। ଏହି କେନ୍ଦ୍ର ମାଧ୍ୟମରେ ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ୬୦,୫୪୦ ଜଣଙ୍କୁ ପରାମର୍ଶ ଦିଆଯାଇଛି। ସେମାନଙ୍କ ମଧ୍ୟରେ ୨୮୯୬୭ ପୁରୁଷ, ୭୮୦୮ ମହିଳା, ୨୩୭୬୫ ଗର୍ଭବତୀ ଅଛନ୍ତି। ସେହିପରି ପରାମର୍ଶ ପରେ ୨୬,୧୧୬ ପୁରୁଷ, ୫,୮୦୪ ମହିଳା, ୨୩,୧୪୯ ଗର୍ଭବତୀଙ୍କ ଏଡ୍‌ସ ପରୀକ୍ଷା କରାଯାଇଛି। ପରୀକ୍ଷାରୁ ୧୧୯ ପୁରୁଷ, ୪୯ ମହିଳା,୧୮ ଗର୍ଭବତୀ ଏଡ୍‌ସରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା। ସେହିପରି ଅନ୍ୟପଟେ ଗତ ୧୩ ବର୍ଷ ଭିତରେ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ପୁରୁଷ, ୧୧ ମହିଳା, ୩ ଗର୍ଭବତୀଙ୍କ ମୃତ୍ୟୁ ଘଟିଲାଣି। ଏଡ୍‌ସର କାରଣ, ନିରାକରଣ କ୍ଷେତ୍ରରେ ସରକାରୀସ୍ତରରେ ଅଜସ୍ର ଟଙ୍କା ଖର୍ଚ୍ଚ ହେଉଛି। ତଥାପି ଉପଖଣ୍ଡରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି।
ସମନ୍ବିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ରରେ ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ବ୍ୟବସ୍ଥା ରହିଛି। ରୋଗୀଙ୍କ ଆଗ୍ରହ ପରେ ରକ୍ତ ପରୀକ୍ଷା କରାଯାଇଥାଏ। ସାମାଜିକ ବାସନ୍ଦ ଏବଂ ଘୃଣାର ଶିକାର ହେବା ଭୟରେ ସେମାନଙ୍କ ପରିଚୟ ଗୋପନ ରଖିବାକୁ କଡ଼ା ନିର୍ଦ୍ଦେଶ ରହିଛି। ତଥାପି ଲୋକଲଜ୍ଜା ଏବଂ ବାସନ୍ଦ ଭୟରେ ଚିହ୍ନଟ ପରେ ଚିକିତ୍ସା କରାଇବା ଲାଗି ରୋଗୀମାନେ ଆଗ୍ରହୀ ହେଉନାହାନ୍ତି। ଉପଖଣ୍ଡରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫ ଜଣ ଅନୁଗୋଳ ଯାଇ ଆଣ୍ଟିରେଟ୍ରୋଭାଇରାଲ ଥେରାପି ଗ୍ରହଣ କରି ତଦନୁଯାୟୀ ଔଷଧ ସେବନ କରୁଛନ୍ତି। ହେଲେ ୧୫ ଜଣ ଆଦୌ ଯାଇ ନ ଥିବା ଜଣାପଡ଼ିଛି, ଯାହା ରୋଗୀଙ୍କ ଭୟକୁ ଦର୍ଶାଉଛି। ସେହିପରି ଆକ୍ରାନ୍ତଙ୍କ ପାଇଁ ବିଜୁ ପକ୍କାଘର, ମଧୁବାବୁ ପେନ୍‌ସନ ଯୋଜନାରେ ଭତ୍ତା ଭଳି ବିଭିନ୍ନ ଯୋଜନାରେ ସାମିଲ କରିବାକୁ ନିୟମ ରହିଥିଲେ ମଧ୍ୟ ସାମାଜିକ କଟକଣା ଭୟରେ ଏହାର ସୁଯୋଗ ନେଉନାହାନ୍ତି। କେତେକ କ୍ଷେତ୍ରରେ ରୋଗୀମାନେ ସରକାରୀ ସାହାଯ୍ୟ ପାଇଁ ପ୍ରଶାସନ ପାଖକୁ ଧାଇଁ ଧାଇଁ ନୟାନ୍ତ ହୋଇଯାଉଥିବା ଅଭିଯୋଗ ହେଉଛି। ତୃଣମୂଳସ୍ତରରେ ବ୍ୟାପକ ଜନସଚେତନତା ଦ୍ୱାରା ଏଡ୍‌ସ ନିୟନ୍ତ୍ରଣକୁ ଆସିପାରିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ସମ୍ମିଳିତ ଉଦ୍ୟମ ଆବଶ୍ୟକ
ଆଜିକାର ସମୟରେ ସବୁକ୍ଷେତ୍ରରେ ସଚେତନତା ଜରୁରୀ। ଏହା କେବଳ ସରକାରୀସ୍ତରରେ ସୀମିତ ହେଲେ ହେବନାହିଁ। ଅନୁଷ୍ଠାନ, ଯୁବଗୋଷ୍ଠୀ, ସ୍କୁଲ, କଲେଜର ଛାତ୍ରୀଛାତ୍ରଙ୍କ ସମେତ ପ୍ରତି ପରିବାରରେ ଏଡ୍‌ସର ଭୟାବହତା ବାର୍ତ୍ତା ପହଞ୍ଚତ୍ବା ଦରକାର। ଏହାଦ୍ୱାରା ରୋଗ ନିୟନ୍ତ୍ରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିସହ ଯୋଗ ପ୍ରାଣାୟମ ଦ୍ୱାରା ମନକୁ ସଂଯମୀ କରାଯାଇପାରିବ, ଯାହା ଏଡ୍‌ସ ଭଳି ଦୁରାରୋଗ୍ୟ ବ୍ୟାଧିର ମହୌଷଧୀ।
-ମଙ୍ଗତଲାଲ୍‌ କଟାରୁକା, ସାମାଜିକ କର୍ମୀ

ରୋଗୀ ଲୁଚାଉଛନ୍ତି ରୋଗ
ରାଜ୍ୟ ବାହାରକୁ ଯାଇଥିବା ପ୍ରବାସୀ ଭୂତାଣୁ ବାହକ ସାଜୁଛନ୍ତି। ରୋଗର ଭୟାବହତା ଜାଣିବା ସତ୍ତ୍ୱେ ସେମାନେ ସୁରକ୍ଷିତ ଯୌନସମ୍ପର୍କ ପଦ୍ଧତି ଆପଣାଉନାହାନ୍ତି। ସରକାରଙ୍କ ପକ୍ଷରୁ ସଚେତନତା, ମାଗଣା ଔଷଧ ଯୋଗାଇ ଦିଆଯାଉଥିଲେ ମଧ୍ୟ ରୋଗୀ ସାମାଜିକ ବାସନ୍ଦ ଭୟରେ ରୋଗ ଲୁଚାଉଛନ୍ତି। ନିୟମିତ ଔଷଧ ସେବନ କରୁନାହାନ୍ତି। ଏଥିପାଇଁ ତୃଣମୂଳସ୍ତରରେ ସଚେତନତା ସୃଷ୍ଟି କରାଇବା ଆବଶ୍ୟକତା ରହିଛି। ଏଥିରେ ଅଧିକରୁ ଅଧିକ ଯୁବଗୋଷ୍ଠୀ ସାମିଲ ହେଲେ ଏଡ୍‌ସ ନିରୋଧୀ ଅଭିଯାନ ଫଳପ୍ରଦ ହୋଇପାରନ୍ତା।
-ପ୍ରଫୁଲ୍ଲ କୁମାର ସାହୁ,
ସମନ୍ବିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର ପରାମର୍ଶଦାତା


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri