ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଛୁଇଁବାକୁ ମନା କରିଦେଇଥିଲେ ଅଭିନେତା ରାଜା ମୁରାଦ

ବଲିଉଡରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତା ରାଜା ମୁରାଦ ନଭେମ୍ବର ୨୩, ୧୯୫୦ରେ ଉତ୍ତରପ୍ରଦେଶର ରାମପୁରରେ ଜନ୍ମଗ୍ରହଣ କରିଥିଲେ। ୨୫୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିବା ରାଜା ମୁରାଦ ଭୋଜପୁରୀ ଏବଂ ଅନେକ ସ୍ଥାନୀୟ ଭାଷାରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ରାଜାଙ୍କ ଅଭିନରେ ଜୀବନ ସହ ଜଡିତ ଏକ ରୋଚକ ଘଟଣା ଯୋଡି ହୋଇ ରହିଛି। ସେ ଏକ ଫିଲ୍ମରେ ଅଭିନେତ୍ରୀ ଜିନତ ଅମାନକୁ ସ୍ପର୍ଶ କରିବାକୁ ମନା କରିଦେଇଥିଲେ। ୧୯୮୭ରେ ମୁକ୍ତିଲାଭ କରିଥିବା ଡାକୁ ହସିନା ଫିଲ୍ମ ଟୁଟିଂ ସମୟରେ ଏହି ଘଟଣା ଘଟିଥିଲା। ଫିଲ୍ମରେ ରାଜା ମୁରାଦ ଏବଂ ଜିନତ ଅମାନଙ୍କ ମଧ୍ୟରେ ଏକ ଦୃଶ୍ୟ ଶୁଟିଂ କରାଯାଉଥିଲା। ଏହି ଦୃଶ୍ୟରେ ରାଜାଙ୍କୁ ଜିନତଙ୍କ ସହ ଏକ ଜୋରଜବରଦସ୍ତି ସିନ୍‌ କରିବାକୁ ଥିଲା। ନିର୍ଦ୍ଦେଶକ ତାଙ୍କୁ ଏପରି ସିନ୍‌ କରିବାକୁ କହିଥିଲେ, ରାଜା ମୁରାଦ କିନ୍ତୁ ଜିନତଙ୍କୁ ଛୁଇଁବାକୁ ମନା କରିଦେଇଥିଲେ। ନିର୍ଦ୍ଦେଶକ ତାଙ୍କୁ ବାଧ୍ୟ କରିଥିଲେ କିନ୍ତୁ ସେ ରାଜି ହୋଇ ନ ଥିଲେ। ପ୍ରକୃତରେ ଜିନତ ଅମାନ ଏବଂ ରାଜା ମୁରାଦ ସମ୍ପର୍କୀୟ। ଏହି କାରଣରୁ ସେ ଏହି ଦୃଶ୍ୟ ପାଇଁ ମନା କରିଦେଇଥିଲେ। ବହୁ ବୁଝାସୁଝା ପରେ, ରାଜା ରାଜି ନ ଥିବା ବେଳେ ଜିନତ ତାଙ୍କ ସହ କଥା ହୋଇଥିଲେ। ଜଣେ ଅଭିନେତା ଭାବରେ ଆମେ ଆମର କାର୍ଯ୍ୟକୁ ଦେଖିବା ଉଚିତ୍‌, ସମ୍ପର୍କ ନୁହେଁ ବୋଲି ଜିନତ କହି ବୁଝାଇଥିଲେ। ଶେଷରେ ରାଜା ଜିନତଙ୍କ କଥା ବୁଝିଥିଲେ ଏବଂ ସେ ଏହି ଦୃଶ୍ୟ କରିବାକୁ ରାଜି ହୋଇଥିଲେ। ପରେ ଏକ ସାକ୍ଷାତକାରରେ ରାଜା ମୁରାଦ କହିଥିଲେ ଯେ, ଫିଲ୍ମ ସାଇନ୍‌କରିବା ପୂର୍ବରୁ ତାଙ୍କୁ ଏହି ଦୃଶ୍ୟ ବିଷୟରେ ନିର୍ଦ୍ଦେଶକ କହିଥିଲେ। କିନ୍ତୁ ଫିଲ୍ମର ଶୁଟିଂ ସମୟରେ ସେ ଭୁଲିଯାଇଥିଲେ। ଜିନତ ଅମାନଙ୍କ ସହ ଶୁଟିଂ ହୋଇଥିବା ଏହି ଦୃଶ୍ୟ ତାଙ୍କ କ୍ୟାରିୟରର ସବୁଠାରୁ କଷ୍ଟଦାୟକ ଦୃଶ୍ୟ ଥିଲା ବୋଳି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri