ଭାଜପାର ଜନ୍ମ

ଆସନ୍ତା ବର୍ଷ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଏହାର ଶତବାର୍ଷିକୀ ପାଳନ କରିବ। ୧୯୨୫ ମସିହାରେ ନାଗପୁରର ଏକ ଶାଖାରେ ଆର୍‌ଏସ୍‌ଏସ୍‌ ପ୍ରତିଷ୍ଠିତ ହୋଇଥିଲା ଏବଂ ଏହାର ୱେବ୍‌ସାଇଟ ଅନୁଯାୟୀ ଏବେ ସାରା ଭାରତରେ ଦୈନିକ ୫୭,୦୦୦ରୁ ଅଧିକ ଶାଖା ଚାଲୁଛି। ତେବେ ଆର୍‌ଏସ୍‌ଏସ୍‌ କାହିଁକି ଗଠନ ହୋଇଥିଲା? ୨୦୦୬ ମସିହାରେ ଭାରତୀୟ ଜନତା ପାର୍ଟି (ଭାଜପା) ଦ୍ୱାରା ଓପଚାରିକ ଭାବେ ପ୍ରକାଶିତ ତା’ ଇତିହାସ ସମ୍ବଳିତ ପୁସ୍ତକରେ ଏହାର କାରଣ କୁହାଯାଇଛି। ଦଳ ସୂଚନାନୁସାରେ, ହିନ୍ଦୁ ମହାସଭାର ନେତା ବି.ଏସ୍‌. ମୁଞ୍ଜେ କହନ୍ତି- ଯଦିଓ ନାଗପୁର ସହରରେ ୨୦,୦୦୦ ମୁସଲମାନ ଥିଲେ, ତଥାପି ସେଠାରେ ବାରମ୍ବାର ସାମ୍ପ୍ରଦାୟିକ ହିଂସା ଘଟୁଥିଲା। ଆମେ(ହିନ୍ଦୁ) ନିଜକୁ ଅସୁରକ୍ଷିତ ମନେକରୁଥିଲୁ, କାରଣ ମୁସଲମାନମାନେ ୧.୩ ଲକ୍ଷ ହିନ୍ଦୁଙ୍କୁ ଭୟ କରୁ ନ ଥିଲେ। ମୁଞ୍ଜେ ଏହା ଅନୁଭବ କରିଥିଲେ, କାରଣ ହିନ୍ଦୁମାନେ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ରହିଥିଲେ ଓ ପ୍ରତ୍ୟେକଙ୍କର ଏକ ସ୍ବତନ୍ତ୍ର ଏବଂ ସାଂସ୍କୃତିକ ଧାରା ଥିବାରୁ ସେମାନଙ୍କ ମଧ୍ୟରେ କୌଣସି ଏକତା ନ ଥିଲା। ଅପରପକ୍ଷରେ ମୁସଲମାନମାନେ ଏକ ମାନଦଣ୍ଡ ଓ ବିଶ୍ୱାସ ସହ ସାମୂହିକ ଏକତା ସମ୍ପନ୍ନ ସମାଜ ଗଠନ କରନ୍ତି, ଯାହା ଧର୍ମୀୟ ଦୃଷ୍ଟିରୁ ଭଲ ଭାବେ ସଂଗଠିତ ଏବଂ ଶୃଙ୍ଖଳିତ। ଏହି କାରଣରୁ ଯେକୌଣସି ସ୍ଥାନରେ ସମ୍ପ୍ରଦାୟର କୌଣସି ଅଂଶରେ କିଛି ଆଘାତ କରାଗଲେ ସମସ୍ତେ ତାହାକୁ ଗଭୀର ଭାବେ ଅନୁଭବ କରନ୍ତି।
ପୁସ୍ତକରେ ଉଲ୍ଲେଖ କରାଯାଇଛି, ମୁସଲମାନଙ୍କ ସମ୍ପର୍କକୁ ଲକ୍ଷ୍ୟକରି ହିନ୍ଦୁମାନଙ୍କ ଏକତା ଅଭାବର ସମାଧାନ କରିବାକୁ ଆର୍‌ଏସ୍‌ଏସ୍‌ ଗଠନ କରାଯାଇଥିଲା ଓ ଏହା ହିନ୍ଦୁ ଏକତା, ସମତା ଏବଂ ସାଂସ୍କୃତିକ ଜାତୀୟତା ଦିଗରେ କାର୍ଯ୍ୟ କରିବ। ଏହାର ପ୍ରତିଷ୍ଠାତା କେ.ବି. ହେଡ୍‌ଗଓ୍ବାର ଏକତା ଅଭାବ ଏବଂ ଜାତିପ୍ରଥା ଭଳି ଦୁଇଟି ସମସ୍ୟାର ସମାଧାନ ଲାଗି ହିନ୍ଦୁ ସମାଜକୁ ସଂଗଠିତ କରୁଥିଲେ। ସେ ଏହି ଦୁଇଟିକୁ ଶାଖାର ବ୍ୟବସ୍ଥା ମାଧ୍ୟମରେ କରିଥିଲେ, ଯେଉଁଠାରେ ସମସ୍ତ ଜାତିର ହିନ୍ଦୁମାନେ ପ୍ରତିଦିନ ୧ ଘଣ୍ଟା ପାଇଁ ଏକାଠି ହେବେ, ଖେଳିବେ, ବ୍ୟାୟାମ କରିବେ, ମାର୍ଚ୍ଚ କରିବା ଶିଖିବେ ଏବଂ କିଛି ଡ୍ରିଲ୍‌ କରିବେ। ସେମାନେ ଖେଳିବା ଏବଂ ଏକାଠି ଖାଇବା ଦ୍ୱାରା ଜାତି ସମସ୍ୟା ସମାଧାନ ହେବ। ଆର୍‌ଏସ୍‌ଏସ୍‌ର ତୃତୀୟ ମୁଖ୍ୟ ଏମ୍‌.ଡି. ଦେଓରାସ୍‌ ଏହାକୁ ଏହିପରି ବର୍ଣ୍ଣନା କରିଛନ୍ତି- ମୁଁ ପ୍ରଥମ ସଂଗଠନ ଶିବିରରେ ଉପସ୍ଥିତ ଥିଲି। ସେଥିରେ ବହୁ ସଂଖ୍ୟାରେ ମାହାର ଭାଇମାନେ ଥିଲେ। ଭୋଜନ ସମୟରେ କେତେଜଣ ସେମାନଙ୍କ ସହ ବସିବାକୁ ଦ୍ୱିଧା କରିବାକୁ ଲାଗିଲେ। ସେମାନେ ଜୀବନରେ ପୂର୍ବରୁ କେବେ ମାହାରଙ୍କ ସହ ଏକାଠି ବସି ଖାଇ ନ ଥିଲେ। ସେମାନଙ୍କର ସମସ୍ୟାକୁ ଡକ୍ଟରଜୀ (ହେଡ୍‌ଗଓ୍ବାର)ଙ୍କୁ ଜଣାଇଥିଲେ। କିନ୍ତୁ ସେ ଶିବିରର ଅନୁଶାସନକୁ ମାନିବାକୁ ବାଧ୍ୟ କରି ନ ଥିଲେ ବି ସେମାନଙ୍କୁ ବାହାରକୁ ଯିବାକୁ କହିଥିଲେ। ଡକ୍ଟରଜୀ କେବଳ କହିଥିଲେ: ଆମର ଅଭ୍ୟାସ ହେଉଛି ଏକାଠି ବସିବା। ଆମେ ସେହି ଅନୁସାରେ ବସିବୁ। ଆମେ ସମସ୍ତେ ଏକାଠି ଭୋଜନ ପାଇଁ ବସିଥିଲୁ। ଦ୍ୱିଧା କରୁଥିବା ସେହି ଅଳ୍ପ କେତେଜଣ ଲୋକ ଏକ ପୃଥକ୍‌ ଧାଡ଼ିରେ ବସିଥିଲେ। କିନ୍ତୁ ପରବର୍ତ୍ତୀ ଭୋଜନ ପାଇଁ ସେହି ଲୋକମାନେ ଡକ୍ଟରଜୀଙ୍କ ନିକଟକୁ ଆସି କ୍ଷମା ମାଗିଥିଲେ ଏବଂ ନିଜ ଇଚ୍ଛାରେ ସମସ୍ତଙ୍କ ସହ ବସିଥିଲେ। ହେଡ୍‌ଗୱାରଙ୍କର ୧୯୪୦ରେ ମୃତ୍ୟୁ ହୋଇଥିଲା। ସେତେବେଳେ ନାଗପୁର ବାହାରକୁ ଆର୍‌ଏସ୍‌ଏସ୍‌ ବ୍ୟାପିଥିଲା ଏବଂ ଏଥିରେ ମୋଟ ୧,୦୦,୦୦୦ ସଦସ୍ୟ ଥିଲେ। ତାଙ୍କର ଉତ୍ତରାଧିକାରୀ ଥିଲେ ଗୋଲୱାଲକର, ଯାହାଙ୍କ ଅଧୀନରେ ଆର୍‌ଏସ୍‌ଏସ୍‌ ବଢ଼ିିବାରେ ଲାଗିଲା।
ଭାଜପା କହିଛି, ଡିସେମ୍ବର ୧୯୪୭ରେ ଦିଲ୍ଲୀରେ ଏକ ଆର୍‌ଏସ୍‌ଏସ୍‌ ରାଲିରେ ବହୁ ଲୋକଙ୍କ ସମାଗମ ହୋଇଥିଲ। ଆର୍‌ଏସ୍‌ଏସ୍‌ର ଏହି ଲୋକପ୍ରିୟତା କଂଗ୍ରେସ ବିଶେଷକରି ନେହେରୁଙ୍କ ପ୍ରତି ଥିଲା ସତର୍କଘଣ୍ଟି। ୩୦ ଜାନୁଆରୀ ୧୯୪୮ରେ ଗାନ୍ଧିଜୀଙ୍କୁ ହତ୍ୟା କରାଯାଇଥିଲା। ଗାନ୍ଧୀଙ୍କ ହତ୍ୟାକାଣ୍ଡର ସବିଶେଷ ତଥ୍ୟ ବାହାରିବା ପରେ ଆର୍‌ଏସ୍‌ଏସ୍‌ ଅସୁବିଧାରେ ପଡ଼ିବ ବୋଲି ଗୋଲୱାଲକର ଅନୁଭବ କରି ତୁରନ୍ତ ପଦକ୍ଷେପ ନେଇଥିଲେ। ହତ୍ୟା ଦିନ ଅର୍ଥାତ୍‌ ୩୦ ଜାନୁଆରୀରେ, ସେ ତେର ଦିନ ପାଇଁ କାର୍ଯ୍ୟକ୍ରମ ସ୍ଥଗିତ ରଖିବା ଲାଗି ଆର୍‌ଏସ୍‌ଏସ୍‌ ଶାଖାଗୁଡ଼ିକୁ ଟେଲିଗ୍ରାମ ପଠାଇଥିଲେ। ସେହିଦିନ ନେହେରୁ, ପଟେଲ ଏବଂ ଦେବଦାସ ଗାନ୍ଧୀଙ୍କୁ ଟେଲିଗ୍ରାମ ମାଧ୍ୟମରେ ଶୋକ ବ୍ୟକ୍ତ କରି ଏଭଳି ନିଷ୍ଠୁର ଓ ଘାତକ ଆକ୍ରମଣ ତଥା ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ୱର ଦୁଃଖଦ ଅନ୍ତରେ ସେ ସ୍ତବ୍ଧ ବୋଲି ପ୍ରକାଶ କରିଥିଲେ। ତା’ ପରଦିନ ସେ ପୁଣି ନେହେରୁଙ୍କୁ ତାଙ୍କ ଦୁଃଖ ବ୍ୟକ୍ତ କରି ଏହି ହତ୍ୟାକୁ ଅକ୍ଷମଣୀୟ ଏବଂ ଦେଶଦ୍ରୋହ କାର୍ଯ୍ୟ ବୋଲି କହିଥିଲେ। ସେହିଦିନ ସେ ପଟେଲଙ୍କୁ ମଧ୍ୟ ଲେଖିଥିଲେ: ‘ମୋର ହୃଦୟ ଅତ୍ୟଧିକ ଯନ୍ତ୍ରଣା ଭୋଗୁଛି। ଏହି ଅପରାଧ କରିଥିବା ବ୍ୟକ୍ତିଙ୍କୁ ନିନ୍ଦା କରିବା ପାଇଁ ଶବ୍ଦ ଖୋଜିବା ମୋ ପାଇଁ କଷ୍ଟକର’।
ଏଥିରୁ କୌଣସିଟି ସାହାଯ୍ୟ କଲା ନାହିଁ। ୨ ଫେବୃଆରୀ ୧୯୪୮ରେ ପଟେଲ ଆର୍‌ଏସ୍‌ଏସ୍‌କୁ ନିଷେଧ କରିଥିଲେ। ୩ ଫେବୃଆରୀରେ ୨୦,୦୦୦ ସ୍ବୟଂ ସେବକଙ୍କ ସହ ଗୋଲଓ୍ବାଲକରଙ୍କୁ ଗିରଫ କରାଯାଇଥିଲା। ଏହି ପ୍ରତିବନ୍ଧକ ୧୭ ମାସ ପର୍ଯ୍ୟନ୍ତ ରହିଲା। ସମ୍ବିଧାନ ପ୍ରସ୍ତୁତ କରିବାକୁ ଆର୍‌ଏସ୍‌ଏସ୍‌କୁ କୁହାଯିବା ପରେ ଏହାକୁ ହଟାଇ ଦିଆଯାଇଥିଲା। ଏହା ଲେଖାଯାଇ ଦାଖଲ କରାଯାଇଥିଲା ଓ ୧୧ ଜୁଲାଇ ୧୯୪୯ରେ ଏହି ନିଷେଧାଦେଶ ପ୍ରତ୍ୟାହାର କରାଯାଇଥିଲା। ଏହାର ଠିକ୍‌ ପରେ ପରେ ଆର୍‌ଏସ୍‌ଏସ୍‌ ଏହାର ଖବରକାଗଜ ‘ଦି ଅର୍ଗାନାଇଜର’ ପୃଷ୍ଠାରେ ରାଜନୀତିରେ ପ୍ରବେଶର ବିତର୍କ ଆରମ୍ଭ କରିଦେଲା। ଏଥିରେ କେ.ଆର୍‌. ମାଲକାନିଙ୍କ ସମେତ ଆର୍‌ଏସ୍‌ଏସ୍‌ କର୍ମୀଙ୍କ ଆର୍ଟିକଲ ପ୍ରକାଶ କରିଥିଲା ଯେ, କେବଳ ନିଜକୁ ରକ୍ଷା କରିବା ପାଇଁ ନୁହେଁ ବରଂ ଅଣ ଭାରତୀୟ ଓ ଭାରତୀୟ ରାଜନୀତି ବିରୋଧୀଙ୍କୁ ଅଟକାଇବା ଏବଂ ବ୍ୟବସ୍ଥା ମାଧ୍ୟମରେ ଭାରତୀୟତାକୁ ଆଗକୁ ନେବା ଲାଗି ରାଜନୀତିରେ ଭାଗ ନେବା ଆବଶ୍ୟକ। ଏହିପରି ଭାବରେ ଆର୍‌ଏସ୍‌ଏସ୍‌ରୁ ଜନସଂଘ/ ଭାଜପା ଜନ୍ମ ନେଇଥିଲା, ଯାହା ଏବେ ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ।


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri