Posted inଫୁରସତ

ନାକରେ ଦିଆସିଲି କାଠି ପୁରାଇ ଗିନିଜ ଓ୍ବାର୍ଲଡ ରେକର୍ଡ!

ଆଜିକାଲି ଲୋକେ ଫେମସ୍‌ ହେବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହେଇଯାଉଛନ୍ତି। ଜୀବନ ପ୍ରତି ବିପଦ ଥିଲେ ବି ପଛଘୁଞ୍ଚା ଦେଉ ନାହାନ୍ତି। ଏଇ ଯେମିତି ଡ଼େନମାର୍କର ଜଣେ ବ୍ୟକ୍ତି ଫେମସ୍‌ ହେବା ପାଇଁ ନିଜ ନାକରେ ଗୋଟେ କି ଦୁଇଟି ନୁହେଁ ୬୮ଟି ଦିଆସିଲି କାଠି ପୁରାଇ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ସେ ହେଉଛନ୍ତି ପିଟର ଓ୍ବନ ଟାନଗେନ୍‌ ବୁସକୋଭ୍‌। ୩୯ ବର୍ଷୀୟ ବୁସକୋଭ୍‌ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯେ କି, ଏଭଳି ଏକ ଅଜବ ରେକର୍ଡ କରିଛନ୍ତି। ପିଟର କୁହନ୍ତି, ଏତେ ଦିଆସିଲି କାଠି ନାକରେ ପୁରାଇଥିଲେ ହେଁ ମତେ କଷ୍ଟ ହୋଇ ନ ଥିଲା। କାରଣ ମୋ ନାକର ଛିଦ୍ର ବହୁତ ବଡ଼। ଆଉ ଚର୍ମ ବି ବହୁତ ନମନୀୟ। ତେବେ ଏଥିପାଇଁ ଆଗରୁ ବହୁତ ଅଭ୍ୟାସ କରିବାକୁ ପଡ଼ିଥିଲା। ଆଗାମୀ ଦିନରେ ମୁଁ ନାକରେ ଆହୁରି ଅଧିକ ଦିଆସିଲି କାଠି ପୁରାଇ ନିଜ ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରିବି। ପିଲାଦିନେ ମୁଁ କେବେ କୌଣସି ଜିନିଷ ନାକରେ ପୁରାଇ ନ ଥିଲି। ଏମିତିକି ବଡ଼ ହେବା ପରେ ଅନ୍ୟମାନଙ୍କୁ କହୁଥିଲି ଯେ, ନାକରେ କିଛି ଧାରୁଆ ଜିନିଷ ପୁରାଇବା ବିପଜ୍ଜନକ ହୋଇପାରେ। ହେଲେ ଏବେ ରେକର୍ଡ ନିଶାରେ ନିଜେ ଦିଆସିଲି କାଠି ପୁରାଉଛି। ତଥାପି ଏବେ ବି ମୁଁ କହିବି ଅନ୍ୟ କେହି ଏଭଳି କରିବା ବିପଜ୍ଜନକ ହୋଇପାରେ।’


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri